ରାଜ୍ୟରେ ସଂପ୍ରତି ଚାଷ ଓ ଚାଷୀ ସମସ୍ୟାକୁ ନେଇ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

 ରାଜ୍ୟ ପଦାଧିକାରୀ, ବରିÂ ନେତୃବୃନ୍ଦ, ସମସ୍ତ ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ମୋର୍ଚ୍ଚା ସଭାପତିମାନଙ୍କୁ ନେଇ ଅନୁÂିତ ହୋଇଛି ବୈଠକ
 କୃଷି ସମସ୍ୟା, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ଆନେ୍ଦାଳନର ରୂପରେଖ ପ୍ରସଙ୍ଗରେ ଆସନ୍ତା କାଲି କରାଯିବ ଘୋଷଣା
 ସାଂପ୍ରତିକ ରାଜନୈତିକ ସ୍ଥିତି ଓ ସାଂଗଠନିକ ପ୍ରସଙ୍ଗରେ ମୁଖ୍ୟତଃ ଆଲୋଚନା

bjparun
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ରାଜ୍ୟ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁÂିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଉକ୍ତ ବୈଠକରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ, ରାଷ୍ଟ୍ରୀୟ ଯୁଗ୍ମ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ସୈାଦାନ ସିଂହ, ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସୁରେଶ ପୁଜାରୀ, ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ ପ୍ରମୁଖ ଏବଂ ବରିÂ ନେତୃବୃନ୍ଦଙ୍କ ଉପସ୍ଥିତିରେ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ମୋର୍ଚ୍ଚା ସଭାପତିମାନେ ଯୋଗ ଦେଇଥିଲେ ।
ଆଜିର ଏହି ବୈଠକରେ ବିଶେଷ ଭାବେ ରାଜ୍ୟରେ ସଂପ୍ରତି ଚାଷ ଏବଂ ଚାଷୀ ସମସ୍ୟା ଉପରେ ଆଲୋଚନା କରାଯାଇଛି । ରାଜ୍ୟର ଚାଷୀମାନେ ବର୍ତମାନ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ପ୍ରଥମେ ମରୁଡି, ତାପରେ ପୋକ ଜନିତ ଫସଲହାନୀ ଏବଂ ବର୍ତମାନ ଅଦିନିଆ ବର୍ଷାର ଶିକାର ହୋଇ ଚାଷୀକୂଳ ସର୍ବସ୍ୱାନ୍ତ ହୋଇଛନ୍ତି । ଏପରିକି ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ଗ୍ରହଣ କରି ଚାଷୀମାନେ ନିଜ ପରିବାରର ସଦସ୍ୟମାନଙ୍କୁ ଅସହାୟ କରିଦେଇଛନ୍ତି । ଏଭଳି ଦୁଖଃଦ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଷ ଓ ଚାଷୀ ସମସ୍ୟାର ଗାମ୍ଭୀର୍ଯ୍ୟତାକୁ ଉପଲବ୍ଧି କରି ନପାରିବା, ଚାଷୀମାନଙ୍କ ଆତ୍ମହତ୍ୟାକୁ ସ୍ୱୀକାର ନକରିବା, ଏପରିକି ଚାଷୀମାନଙ୍କ ସମସ୍ୟାକୁ ଅତ୍ୟନ୍ତ କଦର୍ଯ୍ୟ ଭାବେ ଚିତ୍ରଣ କରିବା ଆଦି ପ୍ରସଙ୍ଗ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଅନ୍ୟ ପଟେ ନିଜର ଅପାରଗତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କ ଧ୍ୟାନ ଅନ୍ୟତ୍ର କରିବା ସହ ପ୍ରସଙ୍ଗକୁ ଅତି ସହଜତାର ସହ ଏଡାଇ ଦେଉଛନ୍ତି । ମାତ୍ର ଚାଷୀକୂଳର ଏଭଳି ଦୁଖଃଦ ଓ ଅସମୟରେ ଦାୟୀତ୍ୱପୂର୍ଣ୍ଣ ରାଜନୈତିକ ଦଳ ଭାବେ ଭାରତୀୟ ଜନତା ପାର୍ଟିର କ’ଣ ଭୂମିକା ରହିବ, ସେହି ପ୍ରସଙ୍ଗରେ ଆଜିର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ବର୍ତମାନ ସୁଦ୍ଧା କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି, ଭାଗଚାଷୀମାନେ କିଭଳି ଉପଯୁକ୍ତ ସହାୟତା ପାଇବେ, ଚାଷୀକୂଳ କିଭଳି ଉପଯୁକ୍ତ କ୍ଷତିପୂରଣ ସହ ନ୍ୟାୟ ପାଇବେ ଆଦି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଚିନ୍ତିତ ଏବଂ କାର୍ଯ୍ୟରତ । ଆସନ୍ତା କାଲି ବିଜେପି କୃଷକ ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ଆନେ୍ଦାଳନ ରୂପରେଖ ସଂପର୍କରେ ଘୋଷଣା କରାଯିବ ବୋଲି ଶ୍ରୀ ହରିଚନ୍ଦନ ସୁଚନା ଦେଇଛନ୍ତି ।

Share in top social networks!