“ଜାତୀୟ ସଂହତି ଭାରତୀୟ ଲୋକତନ୍ତ୍ରର ବିଶେଷତ୍ୱ’ :ଭୂପିନ୍ଦର୍ ସିଂହ

ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଭାରତୀୟତାର ଗୌରବ ଅକ୍ଷୁଣ୍ଣ ରଖ#ବାକୁ ହେଲେ ଜାତୀୟ ସଂହତିକୁ ଶକ୍ତିଶାଳୀ କରିବାକୁ ପଡ଼ିବ । ଜାତୀୟ ସଂହତି ଦୁର୍ବଳ ହେଲେ ଭାରତୀୟ ଲୋକତନ୍ତ୍ର ଆଘାତ ପାଇବ । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଜାତୀୟ ସଂହତିର ମହାନ ପ୍ରବକ୍ତା ଥ#ଲେ । ଛାତ୍ର ଓ ଯୁବଶକ୍ତି ମାଧ୍ୟମରେ ଜାତୀୟ ସଂହତିକୁ ଦୃଢ଼ କରାଯାଇପାରିବ ବୋଲି ସେ ପ୍ରମାଣିତ କରିଥ#ଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ “ରାଜ୍ୟସ୍ତରୀୟ
ଜାତୀୟ ସଂହତି ସମାରୋହ’ରେ ଅତିଥ#ମାନେ ଇନ୍ଦିରାଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଓ ଜାତୀୟ ସଂହତି ଉପରେ ଆଲୋକପାତ କରିଥ#ଲେ ।
ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଓ ମନ୍ତ୍ରୀ ଶ୍ରୀ ଭୂପିନ୍ଦର୍ ସିଂହ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ#
ଭାବେ ଯୋଗଦେଇ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ପ୍ରବର୍ତ୍ତିତ ବ୍ୟାଙ୍କ ଜାତୀୟକରଣ, ରାଜରାଜୁଡ଼ାଙ୍କ ହାତପା=ି ଉଚ୍ଛେଦ, ଗରିବି ହଟାଓ
ଅଭିଯାନ ଓ ସାମାଜିକ ବୈଷମ୍ୟ ବିରୋଧରେ ସଂଗ୍ରାମକୁ ଭାରତର ରାଜନୈତିକ-ଅର୍ଥନୈତିକ-ସାମାଜିକ ପରିମଣ୍ଡଳକୁ ସମୃଦ୍ଧ
କରିଥ#ଲା ବୋଲି ବକ୍ତବ୍ୟ ରଖ# ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥ#ଲେ ।
ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟାପକ ଡ. ଅଭିରାମ ବିଶ୍ୱାଳ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥ#ଲେ ଯେ ଜାତୀୟ ସଂହତି
ବଳରେ ଭାରତର ସବୁ ଜନସାଧାରଣ ଏକାଠି ରହିବେ ମାତ୍ର ନିଜର ପରିଚୟ ହରାଇବେ ନାହିଁ-ଏହା ହିଁ ବଡ଼ ବିଶେଷତ୍ୱ । ପୂର୍ବତନ
ପ୍ରଧାନମନ୍ତ୍ରୀ ଇନ୍ଦିରାଜୀଙ୍କ ଉପରେ ମନ୍ତବ୍ୟ ଦେଇ ଶ୍ରୀ ବିଶ୍ୱାଳ କହିଥ#ଲେ ଯେ ତାଙ୍କ ଯୋଗୁଁ ଭାରତ ବିଦେଶ ବ୍ୟାପାର, ମହାକାଶ
ବିଜ୍ଞାନ, ଅଣୁପରୀକ୍ଷଣ, ବିଦେଶରେ ଭାରତ ଉତ୍ସବ, ଏସୀୟ କ୍ରୀଡ଼ା, ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇତ୍ୟାଦି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ
ପ୍ରତିଷ୍ଠା ହାସଲ କରିଥ#ଲା । ଦାରିଦ୍ର୍ୟ ଓ ବିକାଶ ମଧ୍ୟରେ ଥ#ବା ପ୍ରାର୍ଥକ୍ୟ ଦୂର କରିବାକୁ ସେ ଆଜୀବନ ଉଦ୍ୟମ କରିଥ#ଲେ । ସେ
ଥ#ଲେ “ଗ୍ଲୋବାଲ ଇଣ୍ଡିଆନ୍’ । ସେ ରାଜନୀତିରେ ପ୍ରମାଣ କରିଥ#ଲେ ଯେ ଲୋକପି୍ରୟତାର ହେତୁ ହେଉଛନ୍ତି ଜନସାଧାରଣ ।
ଜାତୀୟ ସଂହତିର ଦୃଢ଼ତା ଓ ପ୍ରତିଷ୍ଠା କ୍ଷେତ୍ରରେ ସେ ଥ#ଲେ ଅନବଦ୍ୟ ବ୍ୟକ୍ତିତ୍ୱ ବୋଲି ଡ. ବିଶ୍ୱାଳ ଉଲ୍ଲେଖ କରିଥ#ଲେ ।
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥ#ଲେ ଓ ନିଜ ସ୍ୱାଗତ
ଭାଷଣରେ ଜାତୀୟ ସଂହତି ଦିବସର ବିଶେଷତ୍ୱ ଉପରେ ଆଲୋକପାତ କରି ସ୍ୱର୍ଗୀୟା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ଉପରେ ସୂଚନା
ଦେଇଥ#ଲେ । “ତରଙ୍ଗ ‘ଅନୁଷ୍ଠାନର ଶିଳ୍ପୀବୃନ୍ଦ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥ#ଲେ ଓ ସୂଚନା ଅଧ#କାରୀ ସୁଚେତା ପ୍ରିୟଦର୍ଶନୀ
କାର୍ଯ୍ୟକ୍ରମ ସଂଯୋଜନା କରିଥ#ଲୋ ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀ ବିବେକାନନ୍ଦ ବିଶ୍ୱାଳ ଶେଷରେ
ଧନ୍ୟବାଦ ଅର୍ପଣ କରିଥ#ଲେ ।
ଅତିଥ#ମାନେ ସ୍ୱର୍ଗୀୟା ଗାନ୍ଧୀଙ୍କ ଚିତ୍ରପଟରେ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ୱଳନ କରିଥ#ଲେ । ମହାବିଦ୍ୟାଳୟସ୍ତରରେ
ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା, କୁଇଜ୍, ନୃତ୍ୟ ଓ ସଂଗୀତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥ#ବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ
କରାଯାଇଥ#ଲା । ଶେଷରେ ବିଶିଷ୍ଟ କ=ଶିଳ୍ପୀମାନଙ୍କ ଦ୍ୱାରାଜନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥ#ଲା ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର, ଯୁବକ, ସଚେତନ ନାଗରିକ, ବୁଦ୍ଧିଜୀବୀମାନେ ଉପସ୍ଥିତ ଥ#ଲେ ।

Share in top social networks!
Powered By Indic IME