ପ୍ରଥମ କନ୍ଧମାଳ ସାହିତ୍ୟ ମହୋସôବ – ୨୦୧୭

23658735_1490891414293994_6946728733183712173_n

23622526_1490891244294011_4753708709159282450_nକନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ‘କନ୍ଧମାଳ ସାହିତ୍ୟ ମହୋସôବ’ ନାମରେ ଏକ ଜାତୀୟ ସ୍ତରୀୟ ସାରସ୍ୱତ ଉସôବର ଆୟୋଜନ କରାଯାଉଛି । କଳିଙ୍ଗ ସାହିତ୍ୟ ମହୋସôବ ଏବଂ ଓଡ଼ିଶା ଡାଇରୀ ଫାଉଣ୍ଡେସନର ତରଫରୁ କନ୍ଧମାଳ ପ୍ରୋଗ୍ରେସିଭ୍ ଫୋରମ ସହଯୋଗରେ ଆୟୋଜିତ ହେବାକୁ ଯାଉଥିବା ଏହି ସାହିତ୍ୟ ମହୋସôବ ଆସନ୍ତା ନଭେମ୍ବର-୨୬ ତାରିଖ ଦିନ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁÂିତ ହେବା ପାଇଁ ସ୍ଥିର କରାଯାଇଛି । ସାହିତ୍ୟ ସଂସ୍କୃତି ଓ ପ୍ରକୃତି ମଧ୍ୟରେ ପାରସ୍ପରିକ ସଂପର୍କ ସହିତ ଓଡିଆ ସାହିତ୍ୟର ସନ୍ଦର୍ଭରେ କନ୍ଧମାଳର ସ୍ଥାନକୁ ଚିହ୍ନିତ କରିବା ପାଇଁ ଏହା ଏକ ଉଦ୍ୟମର ଅୟମାରମ୍ଭ । ପ୍ରାକୃତିକ ସୌନ୍ଦର୍ଯ୍ୟ, ସ୍ୱକୀୟ ସଂସ୍କୃତି ଓ ସରଳ ଜୀବନ ଯାପନ ଶୈଳୀ, ସର୍ବଦା କବି, ଲେଖକ, ଭାବୁକ ଓ ଦାର୍ଶନିକ ମାନଙ୍କ ପ୍ରଭାବିତ କରି ଆସିଛି । ଏ ସବୁର ପଟ୍ଟଭୂମି ଉପରେ ଆମର ଏ ପ୍ରୟାସ ସ୍ଥାନୀୟ ଯୁବ ଗୋÂିର ନିଜସ୍ୱ ଅନ୍ତର୍ନିହିତ ସୃଜନଶୀଳତାକୁ ପରିପୁଷ୍ଟ କରିବାରେ ସହାୟକ ହେବ ବୋଲି ଆମର ଆଶା ।
ଏହି ସାହିତ୍ୟ ମହୋସôବରେ ଓଡ଼ିଶାର ପ୍ରଥିତଯଶା ସାହିତି୍ୟକମାନଙ୍କ ସହ ଉଦୀୟମାନ ଯୁବ ଲେଖକମାନେ ସାମିଲ ହେବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ବିଭୂତି ପଟ୍ଟନାୟକ, ଜୟନ୍ତ ମହାପାତ୍ର, ଫନୀ ମହାନ୍ତି, ହଳଧର ନାଗ, ସଦାନନ୍ଦ ତ୍ରିପାଠୀ, ପରେଶ ପଟ୍ଟନାୟକ, ବରେନ୍ଦ୍ର କୁମାର, ଚିରଶ୍ରୀ ଇନ୍ଦ୍ରସିଂ, ଭୀମ ପୃଷ୍ଟି, ସୁଚେତା ମିଶ୍ର, ପ୍ରଜ୍ଞାଶ୍ରୀ ରଥ, ସୂର୍ଯ୍ୟ ମିଶ୍ର, ବିପିନ ନାୟକ, ବୀରେନ୍ଦ୍ର ଦାସ, ସ୍ୱୟଂ ପ୍ରକାଶ, ସ୍ୱପ୍ନା ମିଶ୍ର, ଗାୟତ୍ରୀବାଳା ପଣ୍ଡା, ଅମୀୟ ମହାପାତ୍ର, କେଦାର ମିଶ୍ର, ଚନ୍ଦ୍ର ଶେଖର ହୋତା, ମୁକୁଳ ମିଶ୍ର, ପବିତ୍ର ମୋହନ ଦାସ, ଡଃ ଈଶ୍ୱର ଚନ୍ଦ୍ର ନାୟକ, ସରୋଜ ବଳ ଓ ବାଦଲ ମହାନ୍ତିଙ୍କ ଭଳି ସାରସ୍ୱତ ସାଧକମାନଙ୍କ ସମାବେଶରେ କନ୍ଧମାଳ ସାହିତ୍ୟ ମହୋସôବ ଏକ ଅନନ୍ୟ ସାହିତି୍ୟକ ଅନୁଭୂତିର ସମ୍ଭାବନା ରଖିବ ବୋଲି କଳିଙ୍ଗ ସାହିତ୍ୟ ମହୋସôବର ପ୍ରତିÂାତା ରଶ୍ମି ରଂଜନ ପରିଡା ଆଶା ବ୍ୟକ୍ତ କରିଥିଲେ ।
ଏହି ଏକ-ଦିବସୀୟ ମହୋସôବରେ ୪ ଗୋଟି ଅଧିବେସନ ସ୍ଥାନୀତ କରାଯାଇଛି । କବି, ଲେଖକ ଓ ବୁଦ୍ଧିଜୀବୀମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଭବକୁ ବିଶ୍ଳେଷଣ କରିବା ସହ ଓଡ଼ିଆ ସାହିତ୍ୟରେ ଏହାର ସର୍ବୋକୃଷ୍ଟ ପରିପ୍ରକାଶ ଉପରେ ଆଲୋକପାତ କରିବେ । ଏଥିସହ ଏ ଅବସରରେ ଏକ ଫୋଟୋଚିତ୍ର ପ୍ରଦର୍ଶନୀ ଏବଂ ରୁଚିସଂପନ୍ନ କବିତା ପାଠୋସôବର ଆୟୋଜନ କରାଯିବ । ନୂତନ ପ୍ରକାଶିତ ପୁସ୍ତକ ଉନ୍ମୋଚନ ଏବଂ ବିଭିନ୍ନ ବର୍ଗର କୃତବିଦ୍ମାନଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ବି ରହିଛି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଏକ ଜାତୀୟ ସ୍ତରୀୟ ମହୋସôବର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି କନ୍ଧମାଳ ସାହିତ୍ୟ ମହୋସôବର ମୁଖ୍ୟ ଉଦ୍ୟୋକ୍ତା ବରେନ୍ଦ୍ର କୁମାର କହିଛନ୍ତି ଯେ ରାଜ୍ୟ ତଥା ଜାତୀୟ ସ୍ତରରେ କନ୍ଧମାଳକୁ ପ୍ରକୃତି, ସୌନ୍ଦର୍ଯ୍ୟ ଓ ସୃଜନଶୀଳତାର ଭୂମି ଭାବେ ଉପସ୍ଥାପିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । କନ୍ଧମାଳ ଏକ ନୀରବ ପ୍ରେରଣା ଏବଂ ବିଶ୍ୱକୁ ଅନେକ କିଛି ଅର୍ପଣ କରିବା ପାଇଁ ସଦା ପ୍ରସ୍ତୁତ । ଉପ ଆବାହକ ଦେବାଶୀଷ ସାମନ୍ତରାୟ କନ୍ଧମାଳର ନୈସର୍ଗିକ ପ୍ରକୃତି ଓ ସଂସ୍କୃତିର ବୁ୍ୟସୀ ପ୍ରଶଂସା କରି କହିଥିଲେ, ଏହା ଓଡିଆ ସହିୁତ୍ୟିକ ପରଂପରାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ଏବଂ ସେଥିରେ ସେ ସମସ୍ତ ଗଣମାଧ୍ୟମର ସଂପୂର୍ଣ୍ଣ ସହଯୋଗ କାମନା କରିଥିଲେ ।

Share in top social networks!