ୟୁଏଆଇଏଲ୍ ରାୟଗଡ଼ାରେ ଶିକ୍ଷାର ପ୍ରସାର କରୁଛି

pic1ଓଡ଼ିଶାର ରାୟଗଡ଼ା ଜିଲ୍ଲା ଟିକିରିର ଡି.କରାଲ୍ ଗାଁର ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ୮ ବର୍ଷୀୟା ସ୍ମୃତିରାଣୀ ନାୟକ ପ୍ରତିଦିନ ସକାଳେ ଉଲ୍ଲସିତ ରହୁଛି । ଏହା ହେଉଛି ଏବେ ତା ପାଇଁ ସ୍କୁଲ ଯିବାର ସମୟ । ପଡେ଼ାଶୀ ଘରର ଆଉ ୭ ଜଣ ପିଲା ରହିଛନ୍ତି ଯେଉଁମାନେ ତାଙ୍କ ସହିତ ନିକଟସ୍ଥ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ (ଏବିପିଏସ୍)କୁ ଯାତ୍ରା କରୁଛନ୍ତି ।
ତାଙ୍କ ମା କମଳିନୀ ନାୟକ କହିଛନ୍ତି ଯେ, “ମୁଁ ତାକୁ ଉପଯୁକ୍ତ ଭାବେ ଶିକ୍ଷିତ କରିବାକୁ ଚାହୁଁଛି । ମୋର ଅଭିଳାଷ ହେଉଛି ତାକୁ ଡାକ୍ତର କିମ୍ବା ଇଞ୍ଜିନିୟର ଭାବେ ଦେଖିବା ।’ସେ କହିଛନ୍ତି ଯେ ତାଙ୍କ ଝିଅ ଏବିପିଏସ୍କୁ ଉପଭୋଗ କରୁଛି, ସେଠାରେ ସେ ଗ୍ରହଣ କରୁଥିବା କେବଳ ଶିକ୍ଷା ଯୋଗୁଁ ନୁହେଁ ବରଂ ବିଭିନ୍ନ ପ୍ରକାର କୌତୁକ କାର୍ଯ୍ୟକଳାପ ଯଥା ନୃତ୍ୟ, ସଙ୍ଗୀତ, ଇତ୍ୟାଦିକୁ ନେଇ ମଧ୍ୟ । ଶ୍ରୀମତି ନାୟକ କେବେ ସ୍ୱପ୍ନରେ ବି ଚିନ୍ତା କରିନଥିଲେ ତାଙ୍କ ଝିଅକୁ ଇଂରାଜି ମାଧ୍ୟମ ସ୍କୁଲରେ ପଢ଼ାଇବେ । କେବଳ ଏବିପିଏସ୍ ପାଇଁ ତାଙ୍କ ଝିଅ ଏବେ ଇଂରାଜି ମାଧ୍ୟମ ସ୍କୁଲରେ ପାଠ ପଢ଼ୁଛି । ବହୁତ ବଢ଼ିଆ ।
ରାୟଗଡ଼ା ଜିଲ୍ଲାରେ ୟୁଏଆଇଏଲ୍ର ଶିକ୍ଷା ପ୍ରଚାର ଅଭଯାନ ବିଷୟରେ ୟୁଏଆଇଏଲ୍ର ସଭାପତି ଏବଂ ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଏନ୍ ନାଗେଶ କହିଛନ୍ତି ଯେ, “ଶିକ୍ଷା ହେଉଛି ପ୍ରତିଟି ସମାଜର ମେରୁଦଣ୍ଡ । ରାୟଗଡ଼ା ଜିଲ୍ଲାରେ ଆମେ ପିଲାମାନଙ୍କୁ ପ୍ରାକ-ସ୍କୁଲ, ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରରେ ଶିକ୍ଷାଦାନ ପାଇଁ ବିଭିନ୍ନ ପ୍ରକାର ଅଭିଯାନ ଆରମ୍ଭ କରିଛୁ । ଆମେ ପ୍ରାପ୍ତବୟସ୍କଙ୍କ ଭିତରେ ପଢ଼ିବାର ଆଗ୍ରହ ସୃଷ୍ଟି କରିପାରିଛୁ । ଏକ କର୍ପୋରେଟ୍ ଭାବେ ଆମେ ସମାଜକୁ ଫେରସ୍ତ କରିବା ଉପରେ ବିଚାର କରୁ ଏବଂ ଆମେ ଜାଣିଛୁ ଯେ ଏଠାକାର ପିଲାମାନେ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ ।’’
ୟୁଏଆଇଏଲ୍ର ଏଚ୍ଆର୍ ମୁଖ୍ୟ ଶ୍ରୀଯୁକ୍ତ ରଘୁନାଥ ପ୍ରତିହାରୀ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ଯେ, “ସ୍କୁଲ ସ୍ଥାପନ କରିବା ସହିତ ରାଜ୍ୟର ଏହି ଆଦିବାସୀ ଗରିବ ଜିଲ୍ଲାରେ ଶିକ୍ଷାର ପ୍ରସାର କରିବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ଆଖପାଖ ଗାଁର ମହିଳାଙ୍କ ମଧ୍ୟରେ କାର୍ଯ୍ୟକ୍ଷମ ଭିତିକ ସାକ୍ଷରତାର ପ୍ରଚାର କରିବା ସହିତ ଆମେ ଆଡଲ୍ଟ ଲିଟେରେସି ସେଂଟର (ଏଏଲ୍ସିଗୁଡ଼ିକ) ଜରିଆରେ ସାକ୍ଷରତାର ପ୍ରଚାର କରୁଛୁ । ୧୪ଟି ଭିନ୍ନ ଜିଲ୍ଲାରେ ୩୫୦ ମହିଳାଙ୍କୁ ଶିକ୍ଷିତ କରିବା ପାଇଁ ଆମେ ୧୪ଟି ଏଏଲ୍ସିର ମେଂଟର କରୁଛୁ । ସେହି ଗାଁଗୁଡ଼ିକର ଯୋଗ୍ୟତାପ୍ରାପ୍ତ ବାଳିକାମାନଙ୍କୁ ଏଏଲ୍ସି ସମ୍ଭାଳିବା ଏବଂ ଶିକ୍ଷାଦାନ କରିବାର ଦାୟିତ୍ୱ ପ୍ରଦାନ କରାଯାଉଛି । ଏହା ସମ୍ପର୍କ ଏବଂ ଶିକ୍ଷାଦାନ ପ୍ରକ୍ରିୟାରେ ସହାୟକ ହେଉଛି ।’’
ଶ୍ରୀଯୁକ୍ତ ଏଲ ଏନ୍ ଦାଶ, ପ୍ରିନସିପାଲ୍, ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ କହିଛନ୍ତି ଯେ, “ଆମ କ୍ୟାମ୍ପସ ହେଉଛି ଏକ ସ୍ୱତନ୍ତ୍ର ସ୍ଥାନ ଯେଉଁଠାରେ ଆମର ଷ୍ଟାଫ୍ ଏବଂ ଅଭିଭାବକମାନେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେÂ ହାସଲ କରିବା ଦିଗରେ ଏକତ୍ରୀତ ହୋଇ କାମ କରିବାରେ ବିଶ୍ୱାସ କରନ୍ତି । ଆମର ଶିକ୍ଷକମାନଙ୍କର ଏକ ଉତ୍ସର୍ଗୀକୃତ ଟିମ୍ ରହିଛି ଯେଉଁମାନଙ୍କ ପାଇଁ ଛାତ୍ରଛାତ୍ରୀମାନେ ହେଉଛନ୍ତି ପ୍ରାଥମିକତା । ସେମାନେ ଶିକ୍ଷାଦାନରେ ନିଜର ହୃଦୟକୁ ମିଶାଇ ଏବଂ ଆମର ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନକୁ ସାମ୍ନା କରିବା ଏବଂ ପାଠ୍ୟକ୍ରମ ଓ ଅଣ ପାଠ୍ୟକ୍ରମ କ୍ଷେତ୍ରରେ ରଙ୍ଗବେରଙ୍ଗ ହୋଇ ଉଡ଼ିବା ପାଇଁ ସହାୟତା ପ୍ରଦାନ କରୁଛି । ସେମାନେ ଏବିପିଏସ୍କୁ ଏକ ଆତ୍ମୀୟ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସ୍ଥାନରେ ପରିଣତ କରିବା ଉପରେ କାମ କରୁଛନ୍ତି-ଘରଠାରୁ ଦୂରରେ ଏକ ଘର, ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ବ୍ୟବହାରକୁ ନେଇ ଉଚ୍ଚ ମାନଦଣ୍ଡ ହାସଲ କରାଯାଇଛି ।
ପ୍ରଥମ ବ୍ୟାଚ୍ର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସିବିଏସ୍ଇ ଦଶମ ଶ୍ରେଣୀପରୀକ୍ଷାରେ ଗତବର୍ଷ ୧୦୦% ଡିଷ୍ଟିଙ୍କସନ୍ ସହ ପାସ ହୋଇଛନ୍ତି ଏବଂ ପ୍ରତି ୬ ଜଣରୁ ଜଣେ ସମ୍ମାନଜନକ ସିଜିପିଏ ହାସଲ କରିଛନ୍ତି ।
ୟୁଏଆଇଏଲ୍ର ଆଖପାଖରେ ଥିବା ସ୍କୁଲଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନକୁ ନିଶ୍ଚିତ କରିବା ପାଇଁ ଉକ୍ରଳ ଆଲୁମିନା ପକ୍ଷରୁ ଆଖପାଖ ବିଭିନ୍ନ ଗାଁର ୫୭ଟି ସରକାରୀ ୟୁପି ସ୍କୁଲକୁ ୫୭ ଜଣ ଶିକ୍ଷକ ସହାୟତା ପ୍ରଦାନ କରାଯାଇଛି ।
ଉକ୍ରଳ ଆଲୁମିନା ଦ୍ୱାରା ନିର୍ମାଣ କରାଯାଇଥିବା କୁଚେଇପଦର ଗାଁର ପଂଚାୟତ ହାଇସ୍କୁଲ ଏହି ଅଂଚଳର ଏକ ପସନ୍ଦର ଶିକ୍ଷାନୁÂାନ । ନିକଟରେ ସେଠାରେ ହଷ୍ଟେଲ୍ ଏବଂ ପାନୀୟ ଜଳ ବ୍ୟବସ୍ଥା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ପାଚେରୀ ନିର୍ମାଣ, ସଂପ୍ରସାରିତ ଶ୍ରେଣୀ ଗୃହ ଏବଂ ସ୍କୁଲ ଘର ମରାମତି କରିବା ପାଇଁ ୨୭ଟି ସ୍କୁଲକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ପୁନଶ୍ଚ, ରାଜ୍ୟ ସରକାରଙ୍କ ସହିତ ସରକାରଙ୍କ ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଆଖପାଖରେ ଥିବା ୯ଟି ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରିବା ପାଇଁ ୫୭ ଲକ୍ଷ ଟଙ୍କା ଯୋଗାଡ଼ କରିବାରେ ୟୁଏଆଇଏଲ୍ ସହାୟତା ପ୍ରଦାନ କରିଛି ।
ରାୟଗଡ଼ା ଜିଲ୍ଲାର କୋଲନରାଠାରେ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଥିବା ଏକ ସ୍କୁଲ “ନୂତନ ଜ୍ଞାନବେର୍ଧିନୀ’କୁ ଉକ୍ରଳ ଆଲୁମିନା ସହାୟତା ପ୍ରଦାନ କରୁଛି । ଶିକ୍ଷାଦାନ ସହିତ ପିଲାମାନଙ୍କୁ ଜୀବନ ଦକ୍ଷତା ଏବଂ ସିଲାଇ ଭଳି ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉଛି । ସେମାନଙ୍କୁ ୟୁନିଫର୍ମ, ଶିକ୍ଷଣୀୟ ସାମଗ୍ରୀ ଏବଂ ଖେଳନା ଉପକରଣ ପ୍ରଦାନ କରାଯାଉଛି ।
ତିନିଟି ଭିନ୍ନ ୟୁପି ସ୍କୁଲର ୩୭୫ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ କରାଯାଇଛି । ଏହା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହୋଇଛି ଏବଂ ସ୍କୁଲରେ ସେମାନଙ୍କ ଉପସ୍ଥାନ ବଢ଼ାଇଛି । ଅଧିକନ୍ତୁ, ଉପେକ୍ଷୀତ ବର୍ଗର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଏହି ସବୁ ଅଭିଯାନ ସହିତ କର୍ତୃପକ୍ଷ ଏବଂ ୟୁଏଆଇଏଲ୍ର ସଂପୃକ୍ତିରେ ରାୟଗଡ଼ା ପରିବର୍ତନ ଯାତ୍ରାରେ ଆଗେଇ ଚାଲିଥିବା ବେଳେ ଶିକ୍ଷା ସବୁ ବେଳେ ଏହାର ନଜରରେ ରହିଛି ।

Share in top social networks!