ରିଟର୍ଣ୍ଣ ସଂଶୋଧନ ଓ ଅଧ#କ ଟିକସ ଫେରାଇବା ପାଇଁ ଜିଏସ୍ଟି ମନ୍ତ୍ରୀସ୍ତରୀୟ ବୈଠକରେ ଅର୍ଥମନ୍ତ୍ରୀଙ୍କ ପ୍ରସ୍ତାବ

IMG-20171118-WA0060
ଦ୍ରବ୍ୟ ଓ ସେବାକର(ଜିଏସ୍ଟି) ରିଟର୍ଣ୍ଣ ଦାଖଲ ସମୟରେ ଟିକସ ଦାତାମାନଙ୍କ ଦ୍ୱାରା ଯଦି କିଛି
ତ୍ରୁଟି ରହିଥାଏ, ତାହା ସଂଶୋଧନ କରିବା ନିମନ୍ତେ ସୁବିଧା ପ୍ରଦାନ ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ଶଶିଭୂଷଣ
ବେହେରା ପ୍ରସ୍ତାବ ଦେଇଛନ୍ତିା ଆଜି ବେଙ୍ଗାଲୁରୁଠାରେ ଜିଏସ୍ଟି ସୂଚନା-ପ୍ରଯୁକ୍ତି ସଂପର୍କିତ ମନ୍ତ୍ରୀସ୍ତରୀୟ
ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା ଏହି ମର୍ମରେ ଟିକସ ଅଧ#କାରୀମାନେ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରିବା ନିମନ୍ତେ ଯଥାର୍ଥ ପ୍ରଣାଳୀ ପ୍ରସ୍ତୁତ ହେବା ଦରକାର ବୋଲି ଉଲ୍ଲେଖ କରିଛନ୍ତିା
ମନ୍ତ୍ରୀ ଶ୍ରୀ ବେହେରା ଅନ୍ୟ କେତେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତିା ବିଶେଷ କରି ୩-ବି ରିଟର୍ଣ୍ଣ
ଦାଖଲ ସମୟରେ ତାହା ସଂଶୋଧନ କରିବାର ସୁବିଧା ପ୍ରଦାନ, ପ୍ରାଥମିକ ପର୍ଯ୍ୟାୟରେ ତ୍ରୁଟିପୂର୍ଣ୍ଣ ହିସାବ
କରିଥ#ବା କିମ୍ବା ଆବଶ୍ୟକତାଠାରୁ ଅଧ#କ ପରିମାଣର ଟିକସ୍ ଦେଇଥ#ବା କରଦାତାମାନଙ୍କୁ ସେମାନଙ୍କ
ପ୍ରାପ୍ୟ ଫେରସ୍ତ ଦେବାର ସୁବିଧା, ଟିକସ ଅଧ#କାରୀମାନଙ୍କ ପାଖରେ ସୂଚନା-ପ୍ରଯୁକ୍ତି ସୁବିଧା ସମ୍ବଳିତ
ତଥ୍ୟ ବିତରଣ ବ୍ୟବସ୍ଥା ଉପଲବ୍ଧି ପାଇଁ ପଦକ୍ଷେପ ନିଆଯିବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ବେହେରା
ପ୍ରସ୍ତାବ ଦେଇଛନ୍ତିା

Share in top social networks!