ରାଜ୍ୟର ଚାଷୀ ସମସ୍ୟା ନେଇ ବିଜେପିର ଜରୁରୀ ବୈଠକ ୧୯ରେ : ଅରୁଣ ସିଂହ

 ବରଗଡ ଜିଲ୍ଲା କଳାପାଣିର ବୃନ୍ଦା ସାହୁ ଓଡିଆ ଚାଷୀଙ୍କ ସମସ୍ୟା ଓ ଦୁର୍ଦିନର ପ୍ରତୀକ ଭାବେ ଉଭା ହୋଇଛନ୍ତି
 ଚାଷୀକୂଳଙ୍କୁ ସମବେଦନା ଜଣାଇବା ବଦଳରେ ମନ୍ତ୍ରୀ ମାନେ ଚାଷୀ ମାନଙ୍କୁ ଉପହାସ କରି କଟା ଘା ରେ ଚୁନ ଲଗାଉଛନ୍ତି
 ମୁଖ୍ୟମନ୍ତ୍ରୀ ନୀରବରେ ଚାଷୀ ଯନ୍ତ୍ରଣାକୁ ପାଟି ବନ୍ଦ କରି ଦେଖୁଛନ୍ତି
 ଅର୍ଥକୁ ଖର୍ଚ କରିବାରେ ବିଫଳ ନବୀନ ସରକାର କେବଳ କେନ୍ଦ୍ରକୁ ଦୋଷ ଦେଇ ନିଜର ସ୍ଥାଣୁତା- ଅପାରଗତାକୁ ଲୁଚାଇବା ପାଇଁ ଅପଚେଷ୍ଟା କରୁଛି
Arun Singh Press Conference (3)
ବରଗଡ ଜିଲ୍ଲା କଳାପାଣିର ବୃନ୍ଦା ସାହୁ ଓଡିଆ ଚାଷୀଙ୍କ ସମସ୍ୟା ଓ ଦୁର୍ଦିନର ପ୍ରତୀକ ଭାବେ ଉଭା ହୋଇଛନ୍ତି । ବୃନ୍ଦା ସାହୁଙ୍କ ପରି ଅନେକ ଚାଷୀଙ୍କ ଜୀବନର ଦୁଃଖଦ ଅନ୍ତ ଘଟିଛି । ଓଡିଶାର ଚାଷୀ ସ୍ୱଳ୍ପ ବୃଷ୍ଟି କାରଣରୁ ଫସଲ ହାନୀ ଓ ଚକଡା ପୋକ ଆକ୍ରମଣରେ ଫସଲ ନଷ୍ଟର ସମ୍ମୁଖୀନ ହୋଇଛି । ଏପରି ସମୟରେ ରାଜ୍ୟର ଚାଷୀକୂଳଙ୍କୁ ସମବେଦନା ଜଣାଇବା ବଦଳରେ ରାଜ୍ୟର ମନ୍ତ୍ରୀ ମାନେ ଚାଷୀ ମାନଙ୍କୁ ଉପହାସ କରି କଟା ଘା ରେ ଚୁନ ଲଗାଉଛନ୍ତି । ମୁଖ୍ୟମନ୍ତ୍ରୀ ନୀରବରେ ଚାଷୀ ଯନ୍ତ୍ରଣାକୁ ପାଟି ବନ୍ଦ କରି ଦେଖୁଛନ୍ତି । ଏହା ଅତ୍ୟନ୍ତ ନୀନ୍ଦନୀୟ, ଲଜ୍ଜାଜନକ, ଏବଂ ଦୁଃଖଦାୟକ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂ କହିଛନ୍ତି ।
ଶ୍ରୀ ସିଂହ କହିଛନ୍ତି ଯେ ୧୭ ବର୍ଷର ନବୀନଙ୍କ ଶାସନରେ ଚାଷୀ ଓ ଚାଷ ଚରମ ଅବହେଳାର ଶୀକାର ହୋଇଛି । ଓଡିଶାରେ ଅମାପ ଜଳ ସମ୍ପଦ, ଉର୍ବର ଚାଷ ଉପଯୋଗୀ ଜମି ଓ ପରିଶ୍ରମୀ କୃଷକ ସମାଜ ଥିବା ସତ୍ୱେ ଓଡିଶାର ଚାଷ ଓ ଚାଷୀ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ମୋଦି ସରକାରଙ୍କର ଚାଷୀ ସ୍ୱାର୍ଥ ରକ୍ଷା ପାଇଁ ଜଳସେଚନ ପାଇଁ ବ୍ୟାପକ ଯୋଜନା, ଫସଲ ବୀମା, ବିଭିନ୍ନ ଚାଷକୁ ପ୍ରୋତ୍ସାହନ, ମୃତିକା ସ୍ୱାସ୍ଥ୍ୟ କାର୍ଡ ଓ ଦୁର୍ବିପାକରୁ ରକ୍ଷା ପାଇଁ ପ୍ରଚୁର ଅର୍ଥର ବ୍ୟୟବରାଦ କରାଯାଇଛି । ମାତ୍ର ଏହି ଅର୍ଥକୁ ଖର୍ଚ କରିବାରେ ବିଫଳ ନବୀନ ସରକାର କେବଳ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇ ନିଜର ସ୍ଥାଣୁତା- ଅପାରଗତାକୁ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି ।
ପଡୋଶୀ ରାଜ୍ୟମାନଙ୍କରେ ସରକାରମାନେ ଚାଷ ଓ ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟରତ । ଚାଷୀମାନଙ୍କୁ ବୋନସ, ସୁଧମୁକ୍ତ ଋଣ ପ୍ରଦାନ କରି ସେମାନଙ୍କ ମୈାଳିକ ଆବଶ୍ୟକତାକୁ ପୂରଣ କରୁଥିବାବେଳେ ଓଡିଶା ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ଏଠାକାର ଚାଷୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ବୋଲି ଶ୍ରୀ ସିଂହ ଅଭିଯୋଗ କରିଛନ୍ତି ।
ବାସ୍ତବରେ ରାଜ୍ୟ ସରକାରଙ୍କ ଚାଷୀକୂଳ ପାଇଁ କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ । ମୁଖ୍ୟମନ୍ତ୍ରୀଙ୍କ କୃଷକମାନଙ୍କର ସମସ୍ୟାକୁ ବୁଝି ପାରିବେ ନାହିଁ । ପୂର୍ବରୁ ସୁଚନା ପାଇଥିବା ସତ୍ୱେ ଆନ୍ତରିକତା ଅଭାବ କାରଣରୁ ରାଜ୍ୟ ସରକାର ପୋକ ଜନିତ ଫସଲହାନୀକୁ ରୋକି ପାରିଲେ ନାହିଁ । ଅଭ୍ୟାସଗତ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେଇ ନିଜ ଦାୟୀତ୍ୱରୁ ଓହରି ଯିବାର ଚେଷ୍ଟିତ ରାଜ୍ୟ ସରକାରଙ୍କୁ ସମଗ୍ର ରାଜ୍ୟବାସୀ ଭଲ ଭାବେ ବୁଝିସାରିଲେଣି । ଚାଷୀକୂଳଙ୍କ ବୃହତ ସ୍ୱାର୍ଥ ଓ ହିତ

ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟି ସର୍ବଦା ତାଙ୍କ ସହିତ ଅଛି ଏବଂ ସେମାନଙ୍କ ନ୍ୟାର୍ଯ୍ୟ ହକ୍ ପାଇଁ ଏହି ଲଢେଇକୁ ଅହୁରି ତୀବ୍ର କରିବା ପାଇଁ ଆଗାମୀ ଦିନରେ ଆନେ୍ଦାଳନକୁ ବ୍ୟାପକ କରିବ ବୋଲି ଶ୍ରୀ ସିଂହ କହିଛନ୍ତି ।
ଏପରି ପରିସ୍ଥିତିରେ ରାଜ୍ୟର କୃଷି ଓ କୃଷକର ସ୍ଥିତିକୁ ନେଇ ଆସନ୍ତା ୧୯ ତାରିଖରେ ଦଳ ତରଫରୁ ଜରୁରୀ ବୈଠକ କରାଯାଇ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ଣୟ ନିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ନଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।

Share in top social networks!
Powered By Indic IME