ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ୱାର୍ଲଡ ଭିଜନ ଇଣ୍ଡିଆ ପକ୍ଷରୁ ଓଡିଶାରେ ଶିଶୁ ଯୌନ ଶୋଷଣ ସମାପ୍ତି ନିମନ୍ତେ ଅଭିଯାନର ଶୁଭାରମ୍ଭ

ୱାର୍ଲଡ ଭିଜନ ଇଣ୍ଡିଆର ଅଭିଯାନ, “ଶିଶୁ ଯୌନ ଶୋଷଣ ସମାପ୍ତ ପାଇଁ ସମସ୍ତ ଭାରତୀୟଙ୍କ ସହଯୋଗ ଲୋଡା” ଯାହା ୨୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୧କୋଟି ଶିଶୁଙ୍କୁ ଲକ୍ଷ୍ୟରଖି କରାଯାଇଛି
IMG_0147
ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଅନୁÂାନ ୱାର୍ଲଡ ଭିଜନ ଇଣ୍ଡିଆ (ଡବ୍ଲୁଭିଆଇ) ପକ୍ଷରୁ ଭୁବନେଶ୍ୱରରେ ଏହାର ଜାତୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି, ଯାହା ମାଧ୍ୟମରେ ୨୦୨୧ ସୁଦ୍ଧା ଭାରତରେ ଶିଶୁ ଯୌନ ଶୋଷଣ ଏବଂ ନିର୍ଯ୍ୟାତନା ସମାପ୍ତି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅଭିଯାନ “ଶିଶୁ ଯୌନ ଶୋଷଣ ସମାପ୍ତ ପାଇଁ ସମସ୍ତ ଭାରତୀୟଙ୍କ ସହଯୋଗ ଲୋଡା”କୁ ସମ୍ମାନନୀୟ କ୍ୟାବିନେଟ ମନ୍ତ୍ରୀ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ମିଶନ ଶକ୍ତି, ସମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଓଡିଶା ସରକାର ଶ୍ରୀ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଏହାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କୁ ଶିଶୁ ଶୋଷଣ ପ୍ରତି ସେମାନଙ୍କ ଦୃଷ୍ଟିକୋଣକୁ ବ୍ୟକ୍ତ କରିବାର ସୁଯୋଗ ପ୍ରଦାନ କରାଯିବା ସହିତ, ଶିଶୁଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ହିଂସାକୁ ସମ୍ପୂର୍ଣ୍ଣ ସମାପ୍ତ କରିବା ଏବଂ ସଂରକ୍ଷଣ ରଣନିତୀ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଯେ, “ଶିଶୁଙ୍କ ସଠିକ ଭରଣପୋଷଣ ପାଇଁ ଆମ୍ଭକୁ ମିଳିତ ଭାବେ ଶିଶୁ ଯୌନ ଶୋଷଣକୁ ସମାପ୍ତ କରିବା ପାଇଁ ହାତ ମିଳାଇବା ଆବଶ୍ୟକ । ଶିଶୁମାନଙ୍କୁ ଭଲ ଏବଂ ଖରାପ ସ୍ପର୍ଶ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବା ଆମ୍ଭର ନୈ÷ତିକ ଦାୟିତ୍ୱ ହେବା ଆବଶ୍ୟକ । ପୋକ୍ସୋ ସମ୍ବନ୍ଧରେ ସଚେତନତା ସମ୍ପ୍ରସାରଣ କରିବା ଆବଶ୍ୟକ ଯାହାଦ୍ୱାରା ଆମ୍ଭେ ଶିଶୁ ଯୌନ ଶୋଷଣ ପ୍ରତି କେସ ରିପୋର୍ଟିଂ ପଦ୍ଧତିକୁ ମଜବୁତ କରିପାରିବା ।

ଶିଶୁମାନଙ୍କ ପ୍ରତି ହେଉଥିବା ଯୌନ ଶୋଷଣର ଭୟାବହତା ମାତ୍ରା ପ୍ରତି ଆମେ ଅଜ୍ଞ । ଏହି ଅସୁବିଧାକୁ ଦୂର କରିବା ପାଇଁ ଏବଂ ଶିଶୁ ଯୌନ ଶୋଷଣ ଏବଂ ନିର୍ଯ୍ୟାତନା ପ୍ରତି ଥିବା ନିବରତାକୁ ଭଗ୍ନ କରିବା ପାଇଁ ୱାର୍ଲଡ ଭିଜନ ଇଣ୍ଡିଆ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି ଯାହାକି ୧୮ ବର୍ଷ ପର୍ଯ୍ୟନ୍ତର ୧କୋଟି ଶିଶୁଙ୍କ ଉପରେ ପ୍ରଭାବ ପକାଇପାରିବ । ୱାର୍ଲଡ ଭିଜନ ଇଣ୍ଡିଆର ମୁଖ୍ୟ-ଆଡଭୋକେସି, ଶ୍ରୀଯୁକ୍ତ ମିଖାଇଲ ପ୍ରଧାନ କହିଛନ୍ତି ଯେ, “ଶିଶୁଙ୍କ ପ୍ରତି ହେଉଥିବା ହିଂସା ସେମାନଙ୍କ ଅଧିକାର ବିରୁଦ୍ଧ । ଆମ୍ଭର ଶିଶୁଙ୍କୁ ଆଘାତ ହେଉଥିବା ଏହି ଘୃଣିତ ଅଭ୍ୟାସକୁ ସମାପ୍ତ କରିବା ୱାର୍ଲଡ ଭିଜନ ଇଣ୍ଡିଆ ଅଭିଯାନର ଲକ୍ଷ୍ୟ । ଭାରତୀୟ ଶିଶୁଙ୍କ ପାଇଁ ସୁରକ୍ଷିତ ଏବଂ ଅତ୍ୟନ୍ତ ଯତ୍ନବାନ ପରିବେଶ ସୃଷ୍ଟି କରିବା ଆମ୍ଭର ଲକ୍ଷ୍ୟ । ଶିଶୁଙ୍କ ପ୍ରତି ହିଂସା ନଥିବା ବିଶ୍ୱ ସମ୍ଭବ ବୋଲି ଆମ୍ଭେ ବିଶ୍ୱାସ କରୁଛୁ ।”

ଲୋକମାନଙ୍କୁ ମୂଲ୍ୟ ଏବଂ ବ୍ୟବହାର ସମ୍ପର୍କରେ ପ୍ରୋତ୍ସାହନ କରିବା ଏହି ଅଭିଯାନର ଲକ୍ଷ୍ୟ ଯାହାକି ଶିଶୁଙ୍କ ପ୍ରତି ଯୌନ ଶୋଷଣ ଏବଂ ନିର୍ଯ୍ୟାତନା କମ କରିପାରିବ । ୱାର୍ଲଡ ଭିଜନ ଇଣ୍ଡିଆ ପକ୍ଷରୁ ଅଭିଭାବକମାନଙ୍କୁ ଶିଶୁ ସୁରକ୍ଷା, ଅଭିଭାବକତା ଏବଂ ଘରୋଇ ସ୍ତରରେ ଏବଂ ସମ୍ପ୍ରଦାୟିକ ସ୍ତରରେ ଯତ୍ନବାନ ହେବା ପାଇଁ ଏବଂ ବିଦ୍ୟାଳୟରେ ସୁରକ୍ଷା କାର୍ଯ୍ୟକ୍ରମ, ଶିଶୁଙ୍କ ପାଇଁ ବିଦ୍ୟାଳୟରେ ସୁରକ୍ଷା, ଶିଶୁ ସୁରକ୍ଷା ନିତୀ ସୃଷ୍ଟି କରିବା ଏବଂ ବିଦ୍ୟାଳୟରେ ଅଭିଯୋଗ ପନ୍ଥାକୁ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଛି । କିଶୋରୀମାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଯୌନ ଶୋଷଣର ସଚେତନତା କାର୍ଯ୍ୟକ୍ରମ ସୃଷ୍ଟି କରାଯିବା ଉଚିତ ।

ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ମଲ୍ଟି ଷ୍ଟେକ ହୋଲଡରଙ୍କୁ ଇଣ୍ଟିଗ୍ରେଟେଡ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମକୁ ଏବଂ ଶିଶୁ ସୁରକ୍ଷା ୟୁନିଟକୁ ଶକ୍ତିଶାଳୀ କରିବାପାଇଁ ଲକ୍ଷ୍ୟ ରଖିବ ଯାହାକି ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ରିପୋଟିଙ୍ଗ ରେଫରାଲ ନିତୀ ଏବଂ ସମର୍ଥନ କାର୍ଯ୍ୟକ୍ରମ ତଥା ଅନ୍ତଃ-ଏଜେନ୍ସି ଶିଶୁ ସୁରକ୍ଷା ଆୟୋଜନ କରିବା ଉଚିତ ଯାହା ଦ୍ୱାରା ପୋଲିସ, ଶିକ୍ଷକ, ଡାକ୍ତର, ସହକାରୀ ଦାଇ, ଓକିଲଙ୍କ ଇତ୍ୟାଦିଙ୍କ ମଧ୍ୟରେ ଶିଶୁମାନଙ୍କ ପ୍ରତି ହେଉଥିବା ଏହିପରି କେସକୁ କିପରି ସାମନା କରିବେ ଶିକ୍ଷା ପ୍ରଦାନ କରିବା ଉଚିତ । ଆହୁରିମଧ୍ୟ, ଏହି କାର୍ଯ୍ୟକ୍ରମ ସମ୍ପ୍ରଦାୟ ମାନଙ୍କର ଏକତାକୁ ସୁଦୃଢ, ବିଶ୍ୱାସ ଆଧାରିତ ଏବଂ ସିଭିଲ ସୋସାଇଟି ଅନୁÂାନ ଗୁଡିକର ଶିଶୁ ସୁରକ୍ଷା ପାଇଁ ଅଭିବ୍ୟକ୍ତା ଏବଂ ରିଫେରାଲ ସିଷ୍ଟମକୁ ବିକାଶ କରିବା ପାଇଁ କାର୍ଯ୍ୟ କରିବ ।

ଶିଶୁ ସୁରକ୍ଷା କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଓଡିଶା ଷ୍ଟେଟ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ (ଓଏସସିପିସିଆର)ର ଅଧ୍ୟକ୍ଷା, ଶ୍ରୀମତି କସ୍ତୁରି ମହାପାତ୍ର, ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ମେୟର, ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଆଇପିଏସ, ଡିଜି ତଥା ଆଇଜି, ପୋଲିସ ଡଃ. ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ ।

Share in top social networks!