ଉକ୍ରଳ ଆଲୁମିନାର ବାଫିଲିମାଳି ଖଣି ୧୭-୧୮ରେ ଖଣି ନିରାପତା ସପ୍ତାହ ପାଳନ

pic2
ଭୁବନେଶ୍ୱର: ଖଣି ୍ନିରାପତା ମହାନିର୍ଦେଶକ ଭୁବନେଶ୍ୱର ଅଂଚଳ ଅଧୀନରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରରେ ଥିବା ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ର ବାଫିଲିମାଳି ଖଣିରେ ଖଣି ନିରାପତା ସପ୍ତାହ ଉତ୍ସାହ ଏବଂ ଉଦ୍ଧିପନା ସହ ପାଳିତ ହୋଇଛି । ନଭେମ୍ବର ୧ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏହା ପାଳନ କରାଯାଇଛି । ପ୍ରଥମ ଦିନରେ ଖଣି ମୁଖ୍ୟ ଶ୍ରୀଯୁକ୍ତ ବିଆରକେ ପାଢ଼ୀଙ୍କ ଦ୍ୱାରା ନିରାପତା ପତାକା ଉତୋଳନ ସହିତ ଏହା ଆରମ୍ଭ ହୋଇଥିଲା ଏବଂ ଏହା ପରେ ଖଣି କାର୍ଯ୍ୟକଳାପରେ ନିରାପତାକୁ କାର୍ଯ୍ୟକାରୀ କରିବା ପାଇଁ ଶପଥ ପାଠ ହୋଇଥିଲା ।
ଏହି ସ୍ୱତନ୍ତ୍ର ଅବସରରେ ଉକ୍ରଳ ଆଲୁମିନାର ୟୁନିଟ୍ ମୁଖ୍ୟ ଏବଂ ସଭାପତି ଶ୍ରୀଯୁକ୍ତ ଏନ୍ ନାଗେଶ ନିରାପତାକୁ କାର୍ଯ୍ୟକାରୀ କରିବା ପାଇଁ ନିଜର ଉତ୍ସାହ ପ୍ରଦର୍ଶନ କରିଥିଲେ । ବଷଁ ସାରା ସୁରକ୍ଷିତ ଭାବେ କାମ କରିଥିବାରୁ ସେ ଖଣି ସମ୍ପ୍ରଦାୟକୁ ଧନ୍ୟବାଦ ଦେଇଥିଲେ ଏବଂ ନିୟମିତ ବ୍ୟବଧାନରେ ପରିଦର୍ଶନ କରି କର୍ତୃପକ୍ଷଙ୍କୁ ଦିଗଦର୍ଶନ ପ୍ରଦାନ କରିଥିବାରୁ ସେ ଖଣି ନିରାପତା ନିର୍ଦେଶକଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ହିଣ୍ଡାଲ୍କୋର ନିରାପତା ନୀତି ଶୂନ ଦୁର୍ଘଟଣା ହାସଲ କରିଥିବାରୁ ସେ ବାଫିଲିମାଳି ଖଣିର ଖଣି ଟିମ୍କୁ ପ୍ରଶଂସା କରିଥିଲେ ।
ନଭେମ୍ବର ୧୫ରେ ଖଣି ମୁଖ୍ୟ ବିଆରକେ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁÂିତ କାର୍ଯ୍ୟକ୍ରମରେ ଉକ୍ରଳର ଯୁଗ୍ମ ସଭାପତି ଶ୍ରୀଯୁକ୍ତ ମୋଜହର ବେଗ୍, ବରିÂ ମହାପ୍ରବନ୍ଧକ (ପ୍ରଶାସନ) ଶ୍ରୀଯୁକ୍ତ ରାକେଶ ମିଶ୍ର, ବରିÂ ମହାପ୍ରବନ୍ଧକ (ମାନବ ସମ୍ବଳ) ଶ୍ରୀଯୁକ୍ତ ଟିଏମ୍ ପ୍ରକାଶ ଓ କଂପାନିର ଅନ୍ୟ ବରିÂ ଅଧିକାରୀମାନେ ସାମିଲ ହୋଇଥିଲେ । ଏହି ଅବସରରେ ଡିଜିଏମ୍ଏସ୍ର ଅନୁଧ୍ୟାନକାରୀ ଅଧିକାରୀ ଫେକର୍ର ଶ୍ରୀଯୁକ୍ତ ଅନୁରାଗ ମହାପାତ୍ର, ଇମ୍ଫାର ଜିଏସ୍ ଶତପଥୀ, ଓଏମ୍ସିର ବି ସି ମଲ୍ଲିକ ଏବଂ ବାଲେଶ୍ୱର ଆଲଏଜର ନିଳମଣି ପଣ୍ଡା ଖଣି ପରିଦର୍ଶନ କରି ଉକ୍ରଳ ଆଲୁମିନାର ନିରାପତା କାର୍ଯ୍ୟକ୍ରମ ପରଖିଥିଲେ ଏବଂ ଖଣି କାମରେ ନିରାପତା ବ୍ୟବହାର କରିବା ପାଇଁ କର୍ମଚାରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଖଣିର ନିରାପତା ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସହୃଦୟତାର ସହ ସହଯୋଗ କରିଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ । ନିଜ ବକ୍ତବ୍ୟରେ ଜିଜିଏମ୍ଏସ୍ର ପ୍ରତିନିଧିମାନେ ଉକ୍ରଳ ଖଣିର ଶୂନ ଦୁର୍ଘଟଣା ଉଦ୍ୟମକୁ ପ୍ରଶଂସା କରିଥିଲେ ।
ଖଣି ସପ୍ତାହର ସମସ୍ତ କାର୍ଯ୍ୟକ୍ରମ ଖଣି ନିର୍ଦେଶାଳୟ, ଭୁବନେଶ୍ୱର ଅଂଚଳର ଜଣେ ଯୋଗ୍ୟତାପ୍ରାପ୍ତ ଖଣି ଇଞ୍ଜିନିୟର, ଅଭିଜ୍ଞ ଏବଂ ଅମାୟିକ ବ୍ୟକ୍ତି ଶ୍ରୀଯୁକ୍ତ ଆର ବାଲସୁବ୍ରମନିଅମ୍ଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥିଲା । ସେ କାର୍ଯ୍ୟରେ ଯୋଗ ଦେବା ପରେ ଖଣି କର୍ମଚାରୀଙ୍କ ମଧ୍ୟରେ ସାରା ବର୍ଷ ନିରାପତା ବଜାୟ ରଖିବା ପାଇଁ ନିରାପତା ସପ୍ତାହ ପାଳନ ନିମନ୍ତେ ଅର୍ଧ ବାର୍ଷିକ ଏବଂ ମୋବାଇଲ୍ ଆପ୍ ସେବା ପ୍ରଚଳନ କରିଛନ୍ତି । ଖଣି ପରିଦର୍ଶନ ବେଳେ ସେ ଖଣିର ଲୋକମାନଙ୍କ ସହିତ ସାଙ୍ଗ ଭଳି ମିଶି ଯାଆନ୍ତି ଯାହା ଖଣିରେ କାମ କରୁଥିବା କର୍ମଚାରୀଙ୍କୁ ନିରାପତା ସହିତ କାମ କରିବାକୁ ଉତ୍ସାହିତ କରିଥାଏ ।
ଏହି କାର୍ଯ୍ୟକ୍ରମ ପାଳନ ଅବସରରେ ସନ୍ଧ୍ୟାରେ ବିପୁଳ ଜନ ସମାଗମ ହୋଇଥିଲା । ଏହା ପରେ ନିରାପତା ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀଯୁକ୍ତ ସଂଜୟ ପାଢ଼ୀ ୨୦୧୭-୧୮ର ବାର୍ଷିକ ନିରାପତା ରିପୋର୍ଟ ଉପସ୍ଥାପନ କରିଥିଲେ । ଶେଷରେ ଖଣି ମହାପ୍ରବନ୍ଧକ ମୁକେଶ ଝା ଧନ୍ୟବାଦ ପ୍ରଦାନ କରିଥିଲେ ।
ଖଣି ସପ୍ତାହ ପାଳନରେ ସଂପୃକ୍ତି ପାଇଁ ସମସ୍ତ ପରିଦର୍ଶନକାରୀ ୟୁଏଆଇଏଲ୍ ଏବଂ ଏହାର ବରିÂ ପରିଚାଳନା ଟିମ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଷ୍ଟେଜ୍ କାର୍ଯ୍ୟକ୍ରମ ଶ୍ରୀଯୁକ୍ତ ସୁଶାନ୍ତ ଧଳ, ଉପ ପ୍ରବନ୍ଧକ ସିଏସ୍ଆର୍ ଓ ମିସ୍ ନୀରୁପରା ବାରିକ ପରିଚାଳନା କରିଥିଲେ ଏବଂ ତାଙ୍କୁ ଉତମ ସହଯୋଗ ଦେଇଥିଲେ ଶ୍ରୀଯୁକ୍ତ ବିକାଶ ପଣ୍ଡା, ନିରାପତା ବିଭାଗ, ଶ୍ରୀଯୁକ୍ତ ବିନୋଦ ପୂଜାରୀ, ଶ୍ରୀଯୁକ୍ତ ପି ସି ପାତ୍ର, ଶ୍ରୀଯୁକ୍ତ ଜି ବି ଜି ବାଗବାନ, ଶ୍ରୀଯୁକ୍ତ ଶୁଭ୍ରାଂଶୁ ସାହୁ ଏବଂ ଅନ୍ୟମାନେ ।

Share in top social networks!