‘ଉପକୂଳ ଏବଂ ଆନ୍ତର୍ଦେଶୀୟ ପରିବହନରେ ପ୍ରାକୃତିକ ଗ୍ୟାସ’ ସମ୍ବନ୍ଧୀୟ ଦୁଇ ଦିନିଆ ସର୍ବଭାରତୀୟ ସେମିନାର

Two day All India Seminar on Natural Gas in Inland and Coastal Shipping_Pic 1 ଫୋରମ ଫର ରିଭର୍ ଆଣ୍ଡ୍ ଓସେନ୍ ସାଇଂଟିଷ୍ଟ ଆଣ୍ଡ ଟେକ୍ନୋଲୋଜି (ଏଫ୍ଆରଓଏସ୍ଟି) ଏବଂ ତଟୀୟ ଜାହଜ କ୍ଷେତ୍ରରେ ସର୍ବ ବୃହତ୍ ସଂସ୍ଥା ଡ଼ିଆରଡିଓ ଓ ଓସେନ ସ୍ପାର୍କଲ ସହଯୋଗରେ ଇଂନଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟରସ୍, ଓଡ଼ିଶା କେନ୍ଦ୍ର ମିଳିତ ଭାବେ ‘ଉପକୂଳ ଏବଂ ଆନ୍ତର୍ଦେଶୀୟ ପରିବହନରେ ପ୍ରାକୃତିକ ଗ୍ୟାସ’ ସମ୍ବନ୍ଧୀୟ ଦୁଇ ଦିନିଆ ସର୍ବଭାରତୀୟ ସେମିନାର ଆରମ୍ଭ ହୋଇଛି । ଏହି ଦୁଇ ଦିନିଆ ସେମିନାର ସ୍ଥାନୀୟ ଇଂନଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟରସ୍, ଓଡିଶା କାର୍ଯ୍ୟାଳୟଠାରେ ଆଜି ଉଦଘାଟନ ହୋଇଯାଇଛି । ପ୍ରମୁଖ ମେରାଇନ ଇଞ୍ଜିନିୟର ତଥା ମେରାଇନ ଇଞ୍ଜିନିୟର ଡିଭିଜନର ଅଧ୍ୟକ୍ଷ ଶ୍ରୀ ଅତନୁ ମୁଖର୍ଜୀ ଏହି ଦୁଇ ଦିନିଆ ସେମିନାର ର ଉଦଘାଟନ କରିଛନ୍ତି । ମେରାଇନ ଇଞ୍ଜିନିୟର ଡିଭିଜନର ସଭାପତି ପ୍ରଫେସର ପାଢୀ ଏହାର ଅଧ୍ୟକ୍ଷତା କରିଛନ୍ତି । ପ୍ରଫେସର ଏସ୍ ସି ମିଶ୍ର, ନାଭାଲ ରିସର୍ଚ୍ଚ ବୋର୍ଡର ଅଧ୍ୟକ୍ଷ ଏବଂ ଫୋରମ ଫର ରିଭର୍ ଆଣ୍ଡ୍ ଓସେନ୍ ସାଇଂଟିଷ୍ଟ ଆଣ୍ଡ ଟେକ୍ନୋଲୋଜିର ସଭାପତି ଏହି ସେମିନାରର ମୂଳ ଉଦେ୍ଧଶ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ ।

ଏହି ଉଦଘାଟନୀ ସମାରୋହରେ ନିଜର ବକ୍ତବ୍ୟ ରଖି ଶ୍ରୀ ଅତନୁ ମୁଖର୍ଜୀ କହିଛନ୍ତି ଯେ, “ଶକ୍ତି ଉପôାଦନ, ଶକ୍ତି ବ୍ୟବହାର ଏବଂ ଜାହଜ ଚଳାଚଲରେ ପ୍ରାକୃତିକ ଗ୍ୟାସର ବ୍ୟବହାର ୟୁରୋପ, ଚାଇନା ପ୍ରଚଳିତ ହୋଇଆସୁଥିବାବେଳେ ଭାରତରେ ଏହା ଖୁବ ଶୀଘ୍ର ଅଭ୍ୟାସରେ ପରିଣତ ହୋଇପାରିବ ବୋଲି ସେ ଆଶାପୋଷଣ କରିଥିଲେ । ଏହି ପ୍ରୟାସ ମାଧ୍ୟମରେ ଓଡ଼ିଶା ତଟ ଏବଂ ତଟବର୍ତୀ ଅଂଚଳରେ ପ୍ରାକୃତିକ ଗ୍ୟାସକୁ ଗଚ୍ଛିତ, ପରିବହନ ଏବଂ ବ୍ୟବହାର ଆରମ୍ଭ ହୋଇପାରିବ ବୋଲି ମୋର ବିଶ୍ୱାସ” ।

ଭାରତ ଉପଖଣ୍ଡରେ ୫,୪୦୦ କିମି ରୁ ଉଦ୍ଧ୍ୱର୍ ଉପକୂଳ ଅଂଚଳ ରହିଥିବା ବେଳେ ୨୧୦୦ କିମି ରୁ ଉଦ୍ଧ୍ୱର୍ ଉପକୂଳ ଅଂଚଳ ଦ୍ୱୀପପଞ୍ଜ ଚତୁଃପାଶ୍ୱର୍ର୍ରେ ଏବଂ ୪୫୦୦ କିମି ଜାହଜ ଚଳାଚଳ କରିବା ଭଳି ଜଳମାର୍ଗ ରହିଛି । ଦେଶରେ କ୍ରମଶଃ ପ୍ରାକୃତିକ ଗ୍ୟାସର ସଡକ ପରିବହନ, ଶକ୍ତି ଉପôାଦନ ଏବଂ ଅନ୍ୟାନ୍ୟ େଓøଦଗିକ କ୍ଷେତ୍ରରେ ଚାହିଦା ବୃଦ୍ଧି ହେଉଥିବାରୁ, ପ୍ରାକୃତିକ ଗ୍ୟାସର ପରିବହନ ଉପକୂଳମାର୍ଗ ସହିତ ଜଳମାର୍ଗରେ କରିବା ନିତାନ୍ତ ଆବଶ୍ୟକ ।

ଭାରତୀୟ ଉପକୂଳରେ ଏଲ୍ଏନ୍ଜି ଗଚ୍ଛିତ କରିବା, ପୁନଃପ୍ରାପ୍ତ ଏବଂ ପୁନଃ ତରଳୀକରଣ ପ୍ଲାଂଟ ନିର୍ମାଣ କରିବା ନିମନ୍ତେ ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥା ପ୍ରଚୁର ପରିମାଣରେ ପୁଞ୍ଜି ନିବେଶ କରୁଛନ୍ତି । ଓଡିଶାର ଧାମରା ବନ୍ଦରାଂଚଳରେ ଏଲ୍ଏନ୍ଜି ଭିତିଭୂମୀ ସ୍ଥାପନା କରିବା ନିମନ୍ତେ ଯୋଜନା କରାଯାଇଛି । ସିଫେରର୍ସ ଆସୋସିଏସନ୍ ଅଫ୍ ଓଡିଶା ଏହି ସେମିନାରରେ ସକ୍ରିୟ ଭାବେ ଜଡିତ ଥିବା ସହିତ ମାନବ ସମ୍ବଳ, ବୈଷୟିକ କୌଶଳ ଏବଂ ସୁପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା ଯୋଗାଇଦେଇଛି । ପ୍ରାକୃତିକ ଗ୍ୟାସ ପରିବହନ ବିଷୟରେ ଏବଂ ଉପକୂଳ ଏବଂ ଆନ୍ତର୍ଦେଶରେ ଚଳାଚଳ କରୁଥିବା ଜାହଜରେ ପ୍ରାକୃତିକ ଗ୍ୟାସର ବ୍ୟବହାର ସମ୍ବନ୍ଧରେ ସଚେତନତା ବୃଦ୍ଧି କରିବା ତଥା ଏହାର ପ୍ରସାର କରିବା ଏହି ସେମିନାରର ମୂଳ ଉଦେ୍ଧଶ୍ୟ ରହିଛି ।

ଏହି ସେମିନାରରେ ବହୁ ମାନ୍ୟଗଣ୍ୟ ବକ୍ତା ଯୋଗଦେଇଛନ୍ତି ସେମାନେ ହେଲେ ପ୍ରଫେସର ଆର ପି ଗୋକର୍ଣ୍ଣ, ଏସ କେ ଷଢଙ୍ଗୀ ଏବଂ ଏ ଇ କିଶୋର । ଶ୍ରୀ ଏ ଗାଙ୍ଗୁଲି, କ୍ୟାପ୍ଟେନ ଶୁଭେଦର, କ୍ୟାପଟେନ ବି ମହାପାତ୍ର, କ୍ୟାପଟେନ ଆଇ ଭି ସୋଲଙ୍କି ଏବଂ ଶ୍ରୀ ଦାସଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ । ବକ୍ତାମାନେ ଏହି ଦୁଇ ଦିନିଆ ସେମିନାରରେ ସ୍ଥାପନା ସୁବିଧା, ଜାହଜ ଏବଂ ନୌକା, ଏଲ୍ଏନଜି ପରିବହନର ବ୍ୟବସ୍ଥା ଏବଂ ଡିଜାଇନ ବିଷୟରେ ଉପସ୍ଥାପନା କରିବେ ।

ଏଲ୍ଏନଜି ଟର୍ମିନାଲ୍ର ଉପଲବ୍ଧତା ସହ ୨୫,୦୦୦-୫୦,୦୦୦ କୋଟି ଟଙ୍କା ନିବେଶ ପାଇଁ ଗତ କିଛି ବର୍ଷ ଭିତରେ ଏବଂ ଆଗାମୀ କିଛି ବର୍ଷ ପାଇଁ ଭାରତ ସକ୍ଷମ ହୋଇଛି । ଏହି ଟର୍ମିନାଲର ସୁବିଧା ଗୁଜୁରାଟ ର ମୁନ୍ଦ୍ରା ବନ୍ଦର ସହ କଚ୍ଚ, ଦହେଜ ଏବଂ ହାଜିରା, ମହାରାଷ୍ଟ୍ରର ଦାବୋହଲ୍ ଏବଂ ଜଏଗଡ, କେରଳର କୋଚି, ତାମିଲନାଡୁର ଇନୋର, ଆନ୍ଧ୍ରପ୍ରଦେଶର କାକିନାଡା, ଓଡ଼ିଶାର ଧାମରା, ପଶ୍ଚିମବଙ୍ଗର ହଳଦିଆ ଆଦି ସ୍ଥାନରେ ହେବାର ଯୋଜନା ହୋଇଛି । ବିଭିନ୍ନ ଉପାୟରେ ପ୍ରାକୃତିକ ଗ୍ୟାସ ଉପଲବ୍ଧ କରିବା ପାଇଁ ଯୋଜନା କରାଯାଉଛି ଯାହା ମଧ୍ୟରେ ଭାସମାନ ଏବଂ ଗଚ୍ଛିତ ରଖିବା ପାଇଁ ବନ୍ଦର ଭିତିକ ସୁବିଧା, ପୁନଃ ବାଷ୍ପିକରଣ ଏବଂ ପରିବହନ ଅନ୍ତର୍ଭୁକ୍ତ । ଏହା ସମସ୍ତଙ୍କୁ ଜଣା ଯେ, ଜାହଜ ସଂଚାଳନରେ ଆବଶ୍ୟକ ହେଉଥିବା ଶକ୍ତି ଉପôାଦନପାଇଁ ତରଳ ଏବଂ ଶକ୍ତ ଜୀବାଶ୍ମ ଇନ୍ଧନ ଅପେକ୍ଷା ପ୍ରାକୃତିକ ଗ୍ୟାସର ବ୍ୟବହାର କାର୍ବନ ମାତ୍ରାକୁ କମାଇଥାଏ । ପ୍ରାକୃତିକ ଗ୍ୟାସ ଜାହଜ, ନୌକା, ରେଳପଥ, ରାଜପଥ ଏବଂ ପାଇପଲାଇନ ଭଳିି ସମନ୍ୱିତ ପରିବହନ ବ୍ୟବସ୍ଥା ଜରିଆରେ ଉପକୂଳ ଏବଂ ଆନ୍ତର୍ଦେଶୀୟ ଅଂଚଳରେ ପରିବହନର ଆବଶ୍ୟକତା ରହିଛି । ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଏବଂ ସମାଧାନ ଦିଗରେ ନିଆଯାଉଥିବା ପଦକ୍ଷେପ ଆଦିକୁ ଆଲୋକପାତ କରିବା ଏହି ସେମିନାରର ଲକ୍ଷ୍ୟ ।

ଏହି ସେମିନାର ନିର୍ଦ୍ଧିଷ୍ଟ ସଂସ୍ଥାର ବୈଷୟିକ ସହଯୋଗ, ଗବେଷଣା, କୌଶଳ ବିକାଶ କ୍ଷେତ୍ରରେ ଅଗ୍ରଣୀ ଭୂମୀକା ନିର୍ବାହ କରୁଛି । ଏହା ଆହୁରି ମଧ୍ୟ ଶକ୍ତି ସଂରକ୍ଷଣ, ବିଭିନ୍ନ କ୍ଷେତ୍ରରେ ଶକ୍ତି ଉପେଯାଗ ଏବଂ ପରିବେଶ ସମ୍ବନ୍ଧୀୟ ଲକ୍ଷ୍ୟ ସାଧନରେ ଉପଯୁକ୍ତ ମାନବ ସମ୍ବଳ ବିକାଶ କରି ଓଡିଶା କିପରି ମୁଖ୍ୟ ଭୂମୀକା ନିର୍ବାହ କରିବ ସେ ସଂପର୍କରେ ବିଶେଷ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

Share in top social networks!
Powered By Indic IME