ସୁଲା ଭିନେୟାର୍ଡ ପକ୍ଷରୁ କାଡୁ ପ୍ରିମିୟମ୍ ୱାଇନ୍ର ବଜାର ପ୍ରବେଶ

23472290_1717342521661573_6279162418905310975_n
ଭାରତର ଅଗ୍ରଣୀ ୱାଇନ୍ କମ୍ପାନୀ ସୁଲା ଭିନେୟାର୍ଡ ପକ୍ଷରୁ ପ୍ରିମିୟମ୍ ୱାଇନ୍ କାଡୁର ବଜାର ପ୍ରବେଶ କରାଯାଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ସୁଲାର କର୍ଣ୍ଣାଟକ ଭିନେୱାର୍ଡ ଦ୍ୱାରା ପ୍ରଥମ କରି ପ୍ରସ୍ତୁତ ହୋଇଥିବା ଏହି ୱାଇନ୍ ବାଘ ସଂରକ୍ଷଣ ଯୋଜନାକୁ ରୁଦ୍ଧିମନ୍ତ କରିବା ଉଦେ୍ଧଶ୍ୟ ନେଇ ଆରମ୍ଭ ହୋଇଛି । ଏହାର ଡିଜାଇନନିଂ ସିମନ୍ ଫ୍ରୁୱାସ୍ କରିଛନ୍ତି । ଏହା କର୍ଣ୍ଣାଟକର ବାଘ ସଂରକ୍ଷଣ ପାଇଁ ମୁଡ୍ ଅନ୍ ଭୁଟ୍ ପ୍ରକଳ୍ପ ଅନ୍ତର୍ଗତ ଆରମ୍ଭ ହୋଇଛି । ଏହାର ବଜାର ପ୍ରବେଶ ସୁଲା ଭିନେୟାର୍ଡ ସିଇଓ ତଥା ପ୍ରତିÂାତା ରାଜୀବ ସାମନ୍ତଙ୍କ ଦ୍ୱାରା ବାଙ୍ଗାଲୁର୍ରେ ସମ୍ପନ୍ନ ହୋଇଛି ।
ଏହି ଅବସରରେ ସୁଲା ଭିନେୟାର୍ଡ ସିଇଓ ତଥା ପ୍ରତିÂାତା ରାଜୀବ ସାମନ୍ତ କହିଲେ, “କାଡୁ ୱାଇନ୍ ଗତ ୧୦ ବର୍ଷ ଧରି କର୍ଣ୍ଣାଟକରେ ପ୍ରସ୍ତୁତ ହେଉଥିବାବେଳ ଏହା ସମ୍ପ୍ରତି ବନ୍ୟଜୀବ ସଂରକ୍ଷଣ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଆରମ୍ଭ କରିଛି । ମୁଖ୍ୟତଃ ବାଘ ସଂରକ୍ଷଣ ପାଇଁ ଏହା କାର୍ଯ୍ୟ ଆରମ୍ଭ କରିଛି ।”
ଏହି ଅବସରରେ ସାଚୁଂ୍ୟରୀ ନେଚର୍ ପାଉଣ୍ଡେସନ୍ର ପ୍ରତିÂାତା ବିଟୁ ସହେଗଲ କହିଲେ, “ ମୁଡ୍ ଅନ୍ ଭୁଟ୍ ପ୍ରକଳ୍ପ ଅନ୍ତର୍ଗତ ଆରମ୍ଭ ହୋଇଥିବା ଯୋଜତା ତୃଣମୂଳ ସ୍ତରରେ ଦେଶର ବନ୍ୟଜୀବ ସଂରକ୍ଷରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା କର୍ଣ୍ଣାଟକର ଭଦ୍ରା ଅଂଚଳରେ ଆରମ୍ଭ ହୋଇଛି । ଜଙ୍ଗଲ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ଥାନୀୟ ଗୋÂୀଙ୍କ ସହଯୋଗରେ ଏହା କାର୍ଯ୍ୟ କରୁଛି ।”
ୱାଇନ୍ ପ୍ରସ୍ତୁତକର୍ତା ଗୋରଖ ଗାଇକ୍ୱାଡ୍ ଏହାର ପ୍ରସ୍ତୁତି କରିଛନ୍ତି । ସେ ୪ ପ୍ରକାର କାଡୁ ୱାଇନ୍ ପ୍ରସ୍ତୁତ କରିଛନ୍ତି । କାଡୁ ଚେନିନ୍ ବ୍ଲାଙ୍କ୍, କାଡୁ ସୌଭିଗନ୍ ବ୍ଲାଙ୍କ୍, କାଡୁ ଶିରାଜ୍ ରୋଜ୍ ଏବଂ କାଡୁ କ୍ୟାବରନେଟ୍ ଶିରାଜ୍ ପ୍ରଭୃତି ୱାଇନ୍ ସେ ପ୍ରସ୍ତୁତ କରିଛନ୍ତି । ଏହି ୱାଇନ୍ ୭୫୦ ମିଲି ଏବଂ ୩୭୫ ମିଲିରେ ଉପଲବ୍ଧ ହେଉଥିବାବେଳେ କାଡୁ ଚେନିନ୍ ବ୍ଲାଙ୍କ୍ର ମୂଲ୍ୟ ୬୨୫ ଟଙ୍କା, ୩୪୦ ଟଙ୍କା ରହିଛି ସେହିପରି କାଡୁ ସୌଭିଗନ୍ ବ୍ଲାଙ୍କ୍ର ମୂଲ୍ୟ ୬୭୫ ଟଙ୍କ ।ଏବଂ ୩୬୫ ଟଙ୍କା ରହିଛି । କାଡୁ ଶିରାଜ୍ ରୋଜ୍ର ମୂଲ୍ୟ ୬୫୦ ଟଙ୍କା ଓ ୩୫୦ ଟଙ୍କା ରହିଛି । ସେହିପରି କାଡୁ କ୍ୟାବରନେଟ୍ ଶିରାଜ୍ର ମୂଲ୍ୟ ୬୯୫ ଟଙ୍କା ଏବଂ ୩୭୫ ଟଙ୍କା ରହିଛି ।
ଏହି ଅବସରରେ ୱାଇନ୍ ମେକର ମୁଖ୍ୟ ଗୋରଖ ଗାଇକ୍ୱାଡ୍ କହିଲେ, “ଏହି ନୂତନ ଉପôାଦ ଗ୍ରାହକଙ୍କୁ ଅନନ୍ୟ ସ୍ୱାଦ ପ୍ରଦାନ କରିବାକୁ ସକ୍ଷମ ହେବ । ଏହାଦ୍ୱାରା ଗ୍ରାହକ ଆଧୁନିକ ଯୁଗଡ୍ମେଧ୍ୟ ପାରମ୍ପରିକ ସ୍ୱାଦର ଆନନ୍ଦ ନେଇ ପାରିବେ । ଏହା କର୍ଣ୍ଣାଟକର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରସ୍ତୁତ ହୋଇଛି ।”
ସୂଚନା ଯୋଗ୍ୟ ଯେ, ସୁଲା ଭିନେÿୱାର୍ଡ ଭାରତର ଲୋକପ୍ରିୟ ୱାଇନ୍ ବ୍ରାଣ୍ଡ୍ । ୨୦୧୬ରେ ଏହା ଏକ ନିୟୁତରୁ ଅଧିକ ୱାଇନ୍ କେସ୍ ବିକ୍ରି କରିଛି । କମ୍ପାନୀ ପକ୍ଷରୁ ୨୦୦୫ରେ ପ୍ରଥମ କରି ୱିନରୀ ଟେଷ୍ଟିଂ ରୁମ୍ର ଆରମ୍ଭ କରାଯାଇଥିଲା । ସେହିପରି ୨୦୦୭ରେ ଭିନେୱାର୍ଡ ରିସୋର୍ଟର ଆରମ୍ଭ କରାଯାଇଥିଲା । ୨୦୧୭ ମାର୍ଚ୍ଚରେ କମ୍ପାନୀ ପକ୍ଷରୁ ପ୍ରଥମ କରି ବାର୍ଷିକ ମୁ୍ୟଜିକ ଉତ୍ସବ ସୁଲା ଫେଷ୍ଟର ଆୟୋଜନ କରାଯାଇଛି । ଗତ ବର୍ଷ ୨୫୦,୦୦୦ରୁ ଅଧିକ ବ୍ୟକ୍ତି କମ୍ପାନୀର ୱାଇନ୍ ୱାର୍ଡକୁ ଆସିଥିବାବେଳେ କମ୍ପାନୀ ୨୦୧୬ରେ ଡ୍ରିଙ୍କ୍ ବିଜନେସ୍ ଆୱାର୍ଡ ହାସଲ କରିଛି ।

Share in top social networks!