ନୋଭୋ ନୋରଡିକ୍ସ୍-କାଂଟାର ଆଇଏମଆରବି ସର୍ଭେ: ସହରାଂଚଳରେ ମହିଳା ମଧୁମେହ ରୋଗୀଙ୍କ ସଂଖ୍ୟା ୬୬ ପ୍ରତିଶତ

ନୋଭୋ ନୋରଡିକ୍ସ ଏବଂ କାଂଟାର ଆଇଏମ୍ଆର୍ବି ପକ୍ଷରୁ କରାଯାଇଥିବା ମିଳିତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଦର୍ଶାଯାଇଛି ଯେ, ଦେଶର ସହରାଂଚଳରେ ୬୬ ପ୍ରତିଶତ ମହିଳାଙ୍କୁ ଟାଇପ୍-୨ ମଧୁମେହ ରୋଗ ହୋଇଛି । ସେମାନେ ଶାରିରୀକ ଶ୍ରମ କରୁ ନ ଥିବାରୁ ଏପରି ହେଉଥିବା ରିପୋର୍ଟରେ କୁହାଯାଇଛି । ବିଶ୍ୱ ମଧୁମେହ ଦିବସ-୨୦୧୭-ମହିଳା ଏବଂ ମଧୁମେହ ସମ୍ପର୍କିତ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଦୋରେ ମହିଳାମାନେ ମଧୁମେହ ରୋଗ ସମ୍ପର୍କରେ ସଚେତନ ନାହାଁନ୍ତି ବୋଲି ଏଥିରେ କୁହାଯାଇଛି ।

ଏହି ମର୍ମରେ ଦେଶର ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁର୍, କୋଲକତା, ହାଇଦ୍ରାବାଦ୍, ଚେନ୍ନାଇ, ଅହମ୍ମଦାବାଦ୍, ଭୁବନେଶ୍ୱର, ଲକ୍ଷେ୍ନø, ଲୁଧିଆନା, ଇନେ୍ଦାର, ଗୌହ୍ୱାଟି, କୋଚି ଓ ବିଜୟୱାଡା ଆଦି ୧୪ଟି ସହରର ୧୮ରୁ ୬୫ ବର୍ଷ ବୟସ୍କା ୧୦୫୫ ମହିଳାଙ୍କ ସହିତ ସାକ୍ଷାତ୍କାର କରାଯାଇଥିଲା । ଜଣାପଡିଥିଲା ୭୮ ପ୍ରତିଶତ ମହିଳା ମଧୁମେହ ରୋଗ ସମ୍ପର୍କରେ ସେଚତେନ ଅଛନ୍ତି । ସେହିପରି ୭୦ ପ୍ରତିଶତ ମହିଳା ସୁସ୍ଥ ଜୀବନ ଯାପନ ଶୈଳୀ ମଧୁମେହଠାରୁ ଦୂରେଇ ରଖିଥାଏ ।

କମ୍ ଶାରିରୀକ ଶ୍ରମ ଏବଂ ଅନୁପଯୁକ୍ତ ଖାଦ୍ୟ ଶୈଳୀ ଯୋଗୁ ମହିଳାଙ୍କୁ ଜିଓଷ୍ଟେସନାଲ୍ ଡାଇବେଟିସ୍ ମିଲିଟସ୍(ଜିଡିଏମ୍) ରୋଗ ହୋଇଥାଏ । ଏହି ମର୍ମରେ ଡା. ସ୍ନେହାଶିଷ ମÿଧୁମେହ ଗବେଷଣା ପ୍ରତିÂାନ ପକ୍ଷରୁ ପ୍ରଫେସର ଭି. ଶେଶିହାଙ୍କ ଦ୍ୱାରା ସମ୍ପନ୍ନ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଜିଡିଏମ୍ ମହିଳାଙ୍କ ଠାରୁ ଜନ୍ମିତ ସନ୍ତାନଙ୍କଠାରେ ଭବିଷ୍ୟତରେ ମଧୁମେହ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।

ଏପରିସ୍ଥଳେ ଗର୍ଭବତୀ ମହିଳା ଦୈନିକ ୩୦ ମିନିଟ୍ ଶାରିରୀକ ବ୍ୟାୟାମ କରିବାର ଆବଶ୍ୟକତା ରହିଛି । ସେମାନେ ଏଥି ପ୍ରତି ସଚେତନ ରହିବାର ଉଚିତ୍ ବୋଲି ଏମଆରସିପି ଡିଏମ୍(ଏଣ୍ଡେ୍ରାକ୍ରାଇନୋଳୋଜି) ଏମ୍ଡି ଡାକ୍ତର ଶୈଲା ଏସ୍. ଭଟ୍ଟାଚାର୍ଯ୍ୟ ସୂଚିତ କରିଛନ୍ତି । ଏହାଛଡା ଦୈନିକ ଖାଦ୍ୟାଭ୍ୟାସରେ ନିୟନ୍ତଣ ଆଣିବାର ଆବଶ୍ୟକତା ରହିଛି ବୋଲି ସେ ସୂଚିତ କରିଛନ୍ତି ।

ଅନ୍ତର୍ଜାତୀୟ ମଧୁମେହ ମହାସଂଘ(ଆଇଡିଏଫ୍) ଅନୁସାରେ ଭାରତୀୟ ଜନସଂଖ୍ୟା ଚାଇନା ତୁଳନାରେ ଅଧିକ ହେବାକୁ ଯାଉଛି । ୨୦୧୭ରେ ଭାରତରେ ୭୨.୯ ନିୟୁତ ମଧୁମେହ ରୋଗୀ ଅଛନ୍ତି । ୨୦୪୫ ସୁଦ୍ଧା ଏହି ସଂଖ୍ୟା ୧୩୪.୩ ନିୟୁତରେ ପହଂଚିବ ବୋଲି ଆକଳନ କରାଯାଉଛି । ସେହିପରି ବିଶ୍ୱରେ ସହରାଂଚଳରେ ୭୩ ପ୍ରତିଶତ ମହିଳା ମଧୁମେହ ରୋଗୀ ଅଛନ୍ତି ବୋଲି ମହାସଂଘର ରିପୋର୍ଟରେ ପ୍ରକାଶ ପାଇଛି । ମା’ମାନଙ୍କୁ ଜିଡିଏମ୍ ସମ୍ପର୍କରେ ବଅଗତ କରାଯିବା ଉଚିତ୍ ବୋଲି ଶ୍ରୀମତୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ।

ଏହି ଅବସରରେ ଆର୍ଏସ୍ଏସ୍ଡିଆଇର ସାଂଗଠନିକ ସମ୍ପାଦକ ଡାକ୍ତର ଜୟନ୍ତ ପଣ୍ଡା ମଧୁମେହ କିଭଳି ମହମାରୀର ରୂପ ନେଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହିତ ସେ ଏହାର ନିରାକରଣ ଦିଗରେ ସମସସ୍ତ ଅଂଶୀଦାରଙ୍କୁ ଆଗେଇ ଆସି ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ନୋଭୋ ନୋରଡିସ୍କ୍ ଇଣ୍ଡିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ମେଲଭିନ୍ ଡିସୁଜା କହିଲେ,ଭାରତୀୟ ପରିବାରରେ ମହିଳା ମଧୁମେହ ରୋଗର ନିୟନ୍ତ୍ରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ପରିବାରର କାଦ୍ୟ ପ୍ରସ୍ତୁତ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିଥାଏ । ସଚେତନତା ଓ ଉପଯୁକ୍ତ ନିରାକରଣ ଦ୍ୱାରା ଏଥିରୁ ମୁକ୍ତି ମିଳି ପାରିବ । ଜନସାଧାରଣଙ୍କୁ ମଧୁମେହ ସମ୍ପର୍କିତ ଶ୍ରେÂ ଚିକିତ୍ସା ଓ ଯତ୍ନ ଉପଲବ୍ଧ କରାଇବା ଦ୍ୱାରା ଏହି ରୋଗର ନିରାକରଣର ପଥ ଉନ୍ମୁକ୍ତ ହେବ ।”

ନୋଭୋ ନୋରଡିସ୍କ୍ କର୍ଣ୍ଣାଟକ ସରକାରଙ୍କ ମିଳିତ ସହଯୋଗରେ ବାଙ୍ଗାଲୁର୍ର ବିକାଶ ସୌଧ ଠାରେ ବିଶ୍ୱ ମଧୁମେହ ଦିବସ ଅବସରରେ ସଚେତନତା ଶିବିର ଆୟୋଜନ କରିଛି । ଏଥିରେ ୧୦୦୦ରୁ ଅଧିକ କର୍ମଚାରୀ ଯୋଗଦେଇଥିଲେ ।

ସୂଚନାଯୋଗ୍ୟ, ନୋଭୋ ନୋରଡିସ୍କ୍ ବିଶ୍ୱସ୍ତରରେ ୯୦ ବର୍ଷ ଧରି ସ୍ୱାସ୍ଥ୍ୟ ସେବା ଯୋଗାଇବା ଜାରି ରଖିଛି । ଏହାର ମୁଖ୍ୟ କାର୍ଯ୍ୟାଳୟ ଡେନମାର୍କରେ ରହିଛି । ବିଶ୍ୱର ୭୭ ରାଷ୍ଟ୍ରରେ ଏହାର ୪୧,୭୦୦ କର୍ମଚାରୀ ଅଛନ୍ତି । ଏହା ୧୬୫ରୁ ଅଧିକ ଉପôାଦ ପ୍ରସ୍ତୁତ କରିଥାଏ ।

Share in top social networks!