13 ବର୍ଷ ପରେ ଭାରତର କ୍ରେଡିଟ ରେଟିଂରେ ଆଖିଦୃଶିଆ ଉନ୍ନତି; ଭାରତର ସ୍ୱାୟତ୍ତ କ୍ରେଡିଟ ରେଟିଂ ବିଏଏ 3ରୁ ବଢ଼ାଇ ବିଏଏ2 କଲା ମୁଡି

I201711132182

ମୁଡିର ନିବେଶକ ସେବା (ମୁଡୀଜ୍) ଭାରତ ସରକାରଙ୍କ ସ୍ଥାନୀୟ ଏବଂ ବିଦେଶୀ ମୁଦ୍ରା ପ୍ରବର୍ତନକାରୀ ରେଟିଂକୁ ବଢାଇ ବିଏଏ-3 ରୁ ବିଏଏ-2 କରିଛି । ଏଥିସହିତ ରେଟିଂର ଦୃଶ୍ୟପଟ ବଦଳାଇ ସକାରାତ୍ମକରୁ ସ୍ଥିର କରିଛି । ଭାରତର କ୍ରେଡିଟ ରେଟିଂରେ 13 ବର୍ଷ ପରେ ଏହି ଉନ୍ନତି ଆସିଛି । ଭାରତର ସ୍ୱାୟତ କ୍ରେଡିଟ ରେଟିଂରେ ଅନ୍ତିମ ସୁଧାର ଜାନୁଆରୀ 2004ରେ ହୋଇଥିଲା । ଏହି ସମୟରେ ରେଟିଂ ବିଏ-1ରୁ ବିଏଏ-3 କୁ ଉନ୍ନୀତ ହୋଇଥିଲା ।

ଭାରତ ସରକାର ଏହି ଉନ୍ନତିକୁ ସ୍ୱାଗତ କରିଛନ୍ତି । ଏଥିସହିତ ବିଶ୍ୱାସ ପ୍ରକଟ କରିଛନ୍ତି ଯେ ମୁଡୀଜର ଏହି ପଦକ୍ଷେପ ଦ୍ୱାରା ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପ୍ରମୁଖ ଆର୍ଥିକ ଏବଂ ସଂସ୍ଥାଗତ ସଂସ୍କାରକୁ ମାନ୍ୟତା ମିଳିପାରିଛି । ଏହି ସଂସ୍କାର ସ୍ୱରୂପ ବସ୍ତୁ ଏବଂ ସେବା କର (ଜିଏସଟି) ଲାଗୁ କରିବା; ଏକ ସଠିକ ମୁଦ୍ରା ନୀତିର ଢାଂଚା ପ୍ରସ୍ତୁତି; ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ ପଦକ୍ଷେପ ଏବଂ ଅର୍ଥବ୍ୟବସ୍ଥାରେ ଔପଚାରିକତା ଏବଂ ଡିଜିଟାଲକରଣ (ଜେଏଏମ ଏଜେଣ୍ଡା) ଆଣିବା ଲାଗି ନିଆଯାଇଥିବା ପଦକ୍ଷେପ-ବିମୁଦ୍ରୀକରଣ, “ଆଧାର” ସଂଯୁକ୍ତ ବାୟୋମେଟ୍ରିକ ଏକାଉଂଟ ତଥା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ସମ୍ପୃକ୍ତ ହିତାଧିକାରୀଙ୍କୁ ସିଧାସଳଖ ସବସିଡ଼ ପ୍ରଦାନ ।

ସ୍ଥିରତା ଲାଗି ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ମୁଡୀଜ୍ ମାନ୍ୟତା ଦେଇଛି । ଯେଉଁଥିରେ ମୁଦ୍ରାସ୍ଫିତି ହ୍ରାସ, ନିଅଂଟରେ ହ୍ରାସ ଏବଂ ବିବେକପୂର୍ଣ୍ଣ ବାହ୍ୟ ସନ୍ତୁଳନ ତଥା ସରକାରଙ୍କ ରାଜସ୍ୱ ଏକତ୍ରୀକରଣ କାର୍ଯ୍ୟକ୍ରମ ସାମିଲ ହୋଇଛି । ଏହାର ପରିଣାମ ସ୍ୱରୂପ ରାଜସ୍ୱ ନିଅଂଟ 2013-14 ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର 4.5 ପ୍ରତିଶତରୁ ହ୍ରାସ ପାଇ 2016-17 ବର୍ଷରେ 3.5 ପ୍ରତିଶତରେ ପହଂଚିଛି ଏବଂ ସାଧାରଣ ସରକାରୀ ଋଣ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପଡ଼ିବ । ସରକାର ମଧ୍ୟମ ଅବଧିରେ ଆର୍ଥିକ ଏକତ୍ରୀକରଣ ଜାରି ରଖିବା ଲାଗି ଆଶା ରଖିଛନ୍ତି ।

Share in top social networks!