ପିଲାଙ୍କ କଣ୍ଠରେ ଅକ୍ଷୟ ସଂଗୀତରେ ଝୁମିଲେ ଶ୍ରୋତା; ଶିଶୁ କଣ୍ଠଶିଳ୍ପୀ ପୂଣ୍ୟତା ଦାଶଙ୍କୁ ପିଲାଙ୍କ ଅକ୍ଷୟ ସମ୍ମାନ

DSC07017

ପିକକ୍ ଶିଶୁ ମେଳାରେ ଆଜିଥିଲା ଚତୁର୍ଥ ସଂନ୍ଧ୍ୟା । ଆଜିର ସଂନ୍ଧ୍ୟାକୁ ଉସôର୍ଗ କରାଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦେ୍ଧଶ୍ୟରେ । କୁନି କୁନି କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଏହି ଗୀତଗୁଡିକ ମଧ୍ୟରେ ଥିଲା ରାଧା ବିନା କାହ୍ନା…., ମୁଁ ଯେ ଅମୃତ ସାଗର ବିନ୍ଦୁ.. .., ନଦୀର ନାମ ଅଳସ କନ୍ୟା…., ନିଝୁମ ରାତିର ସାଥି…., ସ୍ମୃତି ତୁମେ…….., ଯା ଯା ବର . . . , ମେଘ ମାଲା କୁ ….,…., ଉଡି ଉଡି ଉଡି ଯାରେ ଉଡି…., ଏ ଫଗୁଣ ତୁମେ …., ସାବି ସାବି…. , ବାଟୋଇ ଭାଇ… , ଝୁମି ଝୁମି…., ଚରଣ କମଲ ବନେ୍ଦ…., ମୋ କୋଳ ତୋ ଝୁଲଣା…. , କାଳିଆ ଆସିଲା.. …, ମୁଁ ଦେଖିଲି କାଲି ମୋର .. …, ଇତ୍ୟାଦି । ବାଦ୍ୟ ଯନ୍ତ୍ରରେ ସହଯୋଗ କରିଥିଲେ ଶ୍ରୀ ଶରତ ପାଣି, ସୀମା, ଆଲୋକ ପୃଷ୍ଟି, ପିଣ୍ଟୁ କଣ୍ଠଶିଳ୍ପୀ ମାନେ ଥିଲେ ନେହା ନିହାରିକା, ଅଞ୍ଜଳୀଦିପା ଶତପଥି, ଅଭିଜିତ୍ ପାଢୀ, ୟସ ମହାନ୍ତି, ଆକାକ୍ଷାଂ ସାହୁ, ସନ୍ତୋଷ ସାର୍ଥକ, ସୂର୍ଯ୍ୟ ସ୍ନାତ ରଥ, ଜେ . ମନିଷ, ଜସମିନ୍ ଜେନା, ସାସ୍ୱତୀ ନାରାୟଣ ଆଚାର୍ଯ୍ୟ, ଅନୁଷ୍କା ପଣ୍ଡା, ମନୋରମା ମୁଖୀ, ନାଇସା ମିଶ୍ର, ତନୁଶ୍ରୀ ଜେନା, ପୁନ୍ୟତା ଦାସ , ରୁଦ୍ରମାଧବ ମାଦଳ, ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ ରୟାଲ କଲେଜ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଓ ରୋଟାରୀ କ୍ଲବ ଅଫ ହେରିଟେଜ ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା । ସମ୍ମାନିତ ଅତିଥି ବରିÂ ପ୍ରଶାସକ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ୱାଳ, ସହ -ଲେବର କମିଶନର ଅଜୟ ପଟ୍ଟନାୟକ, ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମିକାନ୍ତ ପାଲିତ୍ ,ବନ୍ଦିତା ଦାସ, ରୟାଲ କଲେଜ ଅଫ ସାଇନ୍ସ ଏଣ୍ଡ ଟେକ୍ନୋଲୋଜିର ନିଦେ୍ର୍ଧଶକ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ମହାନ୍ତି, ରୋଟାରୀ ହେରିଟେଜର ଦେବବ୍ରତ ପାଣିଗ୍ରାହୀ, ଦିବ୍ୟରଂଜନ ଦାଶ, ବସନ୍ତ କୁମାର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ କଣ୍ଠଶିଳ୍ପୀ ପୂଣ୍ୟତା ଦାଶଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ”ରେ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପିକକ୍ର ଅଧ୍ୟକ୍ଷା ଆଦରମଣି ବରାଳ, ସମ୍ପାଦକ ରଂଜନ କୁମାର ମହାନ୍ତି, ଅନୁରାଧା ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ । ପିକକ୍ର ରନôା ଦାଶ, ଜ୍ୟୋତି ଶଙ୍କର ମହାନ୍ତି, ଜ୍ୟୋର୍ତିମୟୀ ମହାପାତ୍ର, ଗଣେଶ୍ୱର ସିଂ, ମୋନିକା ଦାସ, ଚିନ୍ମୟୀ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପିକକ୍ ଶିଶୁମେଳା ପଞ୍ଚମ ଦିବସ ତା ୧୮.୧୧.୨୦୧୭ ରିଖ କାର୍ଯ୍ୟସୂଚୀ,
ସ୍ଥାନ – ଏକାମ୍ର ହାଟ ଆମ୍ପିଥିଏଟର ସଂଧ୍ୟା ୭ ଘଟିକା – ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ
ଅପରାହ୍ନ ୪ ଘଟିକା – ବେବି ଅଫ୍ ଦି ଇୟର ଏବଂ ଓଡିଶୀ ନୃତ୍ୟ

Share in top social networks!
Powered By Indic IME