ବିଶ୍ୱ ହକି ଲିଗ୍‍ ଫାଇନାଲ ଯାଞ୍ଚ ହେଲା ଫ୍ଲଡ ଲାଇଟ୍‍

IMG-20171117-WA0019ବିଶ୍ୱ ହକି ଲିଗ୍‍ ଫାଇନାଲ ଯେତିକି ପାଖେଇ ଆସୁଛି ଦର୍ଶକ ଓ ଆୟୋଜକଙ୍କ ଉତ୍ସାହ ସେତିକି ବୃଦ୍ଧି ପାଇବାରେ ଲାଗିଛି । ଡିସେମ୍ବର ୧ରୁ ୧୦ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ବିଶ୍ୱ ହକି ଲିଗ୍‍ ତୃତୀୟ ସଂସ୍କରଣ ଫାଇନାଲ ଲାଗି ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି । ଆଉ ମାତ୍ର ୧୨ ଦିନ ପରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ସହରରେ ହକି ଫିବର ଏବେଠାରୁ ଦେଖିବାକୁ ମିଳିଛି ।
ବିଶ୍ୱ ହକି ଲିଗ୍‍ ଫାଇନାଲ ଲାଗି ଗୋଟିଏ ପଟେ ପ୍ରସ୍ତୁତି ଆଗେଇ ଚାଲିଥିବାବେଳେ ଅନ୍ୟପଟେ ମ୍ୟାଚକୁ ଉପଭୋଗ କରିବା ପାଇଁ ଦର୍ଶକମାନେ ଟିକଟ ହାତେଇବାରେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି ।୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାକୁ ସଫଳତାର ସହିତ ମାତ୍ର ୯୦ ଦିନ ଭିତରେ ପ୍ରସ୍ତୁତ କରି ରାଜ୍ୟ ସରକାର ବିଶ୍ୱରେ ଯେପରି ପ୍ରଶଂସାର ପାତ୍ର ହୋଇଥିଲେ ବିଶ୍ୱ ହକି ଲିଗ୍‍କୁ ସେଭଳି କରିବା ନେଇ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ବିଶ୍ୱ ହକି ଲିଗ୍‍ର ପ୍ରଚାର ଓ ପ୍ରସାର ଲାଗି ସାମାଜିକ ଗଣମାଧ୍ୟମର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି ।କଳିଙ୍ଗ ଷ୍ଟାଡ଼ିୟମର ପ୍ରମୁଖ ପ୍ରବେଶ ପଥ ଓ ଅନ୍ୟ ସ୍ଥାନ ଗୁଡ଼ିକରେ ପୋଷ୍ଟର ଓ ବ୍ୟାନର ଛାଇ ଗଲାଣି । ଏହାଛଡ଼ା ସହରର ବିଭିନ୍ନ ଅଞ୍ଚଳରେ ହୋର୍ଡିଂ, ପୋଷ୍ଟର ମଧ୍ୟ ଲଗାଯାଇଛି । ପ୍ରତିଯୋଗିତା ଲାଗି ହକି ଗ୍ରାଉଣ୍ଡ ଗ୍ୟାଲେରୀକୁ ନୂଆ ରୂପରେ ସଜାଯିବା କାର୍ଯ୍ୟ ଆଗେଇ ଚାଲିଛି । ନୂତନ ଭାବେ ଅଭ୍ୟାସ ଗ୍ରାଉଣ୍ଡ ନିକଟରେ ନିର୍ମିତ ହୋଇଛି ଚେଞ୍ଜିଂ ରୁମ । ଯେଉଁଠାରେ ଅଭ୍ୟାସରତ ଖେଳାଳିମାନେ ବିଶ୍ରାମ ନେବା ଲାଗି ସୁବିଧା ପାଇବେ । ସେହିପରି ରାତିରେ ମ୍ୟାଚ ଖେଳାଯିବାର ଥିବାରୁ ଫ୍ଲଡ ଲାଇଟ୍‍ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଷ୍ଟାଡ଼ିୟମର ଚାରିପଟେ ଲାଗିଥିବା ୪ଟି ଫ୍ଲଡ୍‍ ଲାଇଟ୍‍କୁ ଯାଞ୍ଚ କରାଯାଇଛି । ଫ୍ଲଡ୍‍ ଲାଇ୍‍ଟରେ ଲାଗିଥିବା ବଲ୍‍ବ ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯିବା ପରେ ଲାଇଟ୍‍ ଟେଷ୍ଟ କରାଯାଇଥିଲା ।ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ନିର୍ଦେଶକ ଭିନିଲ କ୍ରିଷ୍ଣା କୁହନ୍ତି, ବିଶ୍ୱ ହକି ଲିଗ୍‍ ପ୍ରସ୍ତୁତି ନେଇ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି । ୨୦୧୮ରେ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱ ହକି ଲିଗ୍‍ ଫାଇନାଲ ଖେଳାଯିବ । ଉକ୍ତ ପ୍ରତିଯୋଗିତା ବିଶ୍ୱ ହକି ଲିଗ୍‍ ଫାଇନାଲ ପୂର୍ବରୁ ଏକ ପ୍ରକାର ଆମ ପାଇଁ ଚ୍ୟାଲେଞ୍ଜ ହୋଇଛି । ସଫଳତାର ସହିତ ପ୍ରତିଯୋଗିତାକୁ ପରିଚାଳନା କରିବା ଉପରେ ଏବେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ।

Share in top social networks!
Powered By Indic IME