ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ; ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ

ରାଜ୍ୟରେ ପାର୍ଟିର ସାଂଗଠନିଳ କାର୍ଯ୍ୟକଳାପର ସମୀକ୍ଷା କରିବା ପାଇଁ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ ଆଜି ଓଡିଶା ଆସୁଛନ୍ତି । ଶ୍ରୀ ସିଂହ ଆଜି ସଂଧ୍ୟାରେ ଭୂବନେଶ୍ୱର ପହଂଚିବେ । ୧୮ ତାରିଖ ଦିନ ଶ୍ରୀ ସିଂହ ଅନୁÂିତ ହେବାକୁ ଥିବା ପାର୍ଟିର ବିଭିନ୍ନ ବିଭାଗ ଓ ପ୍ରକଳ୍ପ ବୈଠକରେ ଯୋଗ ଦେଇ ପାର୍ଟିର ସ୍ଥିତି ଏବଂ କାର୍ଯ୍ୟକଳାପର ସମ୍ପର୍କରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ ।
ଶ୍ରୀ ସିଂହ ୧୯ ତାରିଖ ସକାଳେ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ, ଜିଲ୍ଳା ପ୍ରଭାରୀ ଓ ଜିଲ୍ଳା ସଭାପିତଙ୍କ ସହ ସାଂଗଠନିଳ କାର୍ଯ୍ୟକଳାପର ସମୀକ୍ଷା ବୈଠକରେ ଯୋଗଦେବା ସହ ରାଜ୍ୟର କୋର ଗୃପ ବୈଠକରେ ଶ୍ରୀ ସିଂହ ଯୋଗଦେଇ ଦିଲ୍ଳୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସୁଚନା ଦେଇଛନ୍ତି ।

Share in top social networks!