କୋରାପୁଟ ଜିଲ୍ଲାରେ ନିର୍ମାଣ ହେବ ୭ଟି ଭୂତଳ ବି୍ରଜ; ୧୫ କୋଟି ଟଙ୍କାର ବ୍ୟୟ ଅଟକଳ

କୋରାପୁଟ ଜିଲ୍ଲା ଜନସାଧାରଣଙ୍କ ଦୀର୍ଘଦିନର ଗମନାଗମନଜନିତ ଅସୁବିଧା ଦୂର କରିବା ପାଇଁ
ଦୀର୍ଘଦିନରୁ ଦାବି ହୋଇ ଆସୁଥ#ବାବେଳୋ ଏହି ପ୍ରତି ଗୁରୁତ୍ୱ ଦେଇ ସରକାର ୨୮ ଅକେଫାବର
୨୦୧୭ରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀରେ କୋରାପୁଟ ଜିଲ୍ଲାପାଳଙ୍କ ଦାବି ସଂପର୍କରେ ବିଶଦ ଭାବରେ
ଆଲୋଚନା କରିବା ପରେ ସରକାର ନନ୍ଦପୁର ଓ ନମତାପୁଟ ବ୍ଲକ୍ ଅନ୍ତର୍ଗତ ଭେଜା-ମାଛକୁଣ୍ଡ
ରୋଡ୍(୧୫୪/୫-୬), ଭେଜା-ମାଛକୁଣ୍ଡ ରୋଡ୍(୧୫୬/୭-୮), ପାଡୁଆ-
ଭେଜା(୧୩୫/୧୩୪/୩୦), ସୁକୁ-କୋରାପୁଟ(୧୭୯/୨୨-୨୩), ମାଛକୁଣ୍ଡ ରୋଡ୍-
ପଲିବା(୧୬୦/୨-୩), ମାଛକୁଣ୍ଡ ରୋଡ୍-ପଲିବା (୧୬୨/୧୭-୧୮), ମାଛକୁଣ୍ଡ ରୋଡ୍(୧୬୫/୯-
୧୦)ଠାରେ ରେଳଲାଇନ୍ ତଳେ ଭୂତଳ ବି୍ରଜ ନିର୍ମାଣ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛିା
ଏହି ୭ଟି ଭୂତଳ ବି୍ରଜ ପାଇଁ ପ୍ରାୟ ୧୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛିା ପୂର୍ତ୍ତ ବିଭାଗ
ପୂର୍ବତଟ ରେଲେଓ୍ୱ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା କରି ଭୂତଳ ବି୍ରଜ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ
ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୋ ଏହା ଦ୍ୱାରା କୋରାପୁଟବାସୀଙ୍କର ଦୀର୍ଘଦିନର ଦାବି ପୂରଣ
ହେବା ସହ ଗମନାଗମନ ବ୍ୟବସ୍ଥାଜନିତ ଅସୁବିଧା ଦୂର ହୋଇପାରିବା
ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ସଂପର୍କରେ ପୂର୍ତ୍ତ ବିଭାଗକୁ ଅବଗତ କରାଯିବା ସହ
ଭୂତଳ ବି୍ରଜ କାର୍ଯ୍ୟ କିପରି ତ୍ୱରାନ୍ୱିତ ହୋଇପାରିବ ସେଥ#ପାଇଁ ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଜି.
ଶ୍ରୀନିବାସନ୍ ଗୁରୁତ୍ୱାରୋପ କରିଛନ୍ତିା

Share in top social networks!