ଇଗ୍ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍” ; ଶୈଶବ ସମୟର ଯତ୍ନ ଓ ଶିକ୍ଷାକୁ ନେଇ ଦୁଇଦିନିଆ ରାଜ୍ୟସ୍ତରିୟ ଆଲୋଚନା ଚକ୍ର(ଇସିସିଇ),ଓଡ଼ିଶା

DSC_3516
ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ ସାମଲ, ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ଓ ମିସନ୍ ଶକ୍ତି, ଓଡ଼ିଶା ସରକାର, ଆଜି ଦୁଇଦିନିଆ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର “ଇଗ୍ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍”:ଶୈଶବ ସମୟର ଯତ୍ନ ଓ ଶିକ୍ଷାକୁ ନେଇ ରାଜ୍ୟସ୍ତରିୟ ଆଲୋଚନା ଚକ୍ର(ଇସିସିଇ),ଓଡ଼ିଶା ଉଦ୍ଘାଟନ କରିଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ୱ ବିଭାଗ ଓ ୟୁନିସେଫ ଓଡ଼ିଶାର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଟେଲ ନିୟୁମ୍ୟାରିୟନ,ଭୁବନେଶ୍ୱରଠାରେ ଆୟୋଜିତ ହୋଇଛି ।
ପ୍ରଫେସର ଏସ୍.ଏମ ପଟ୍ଟନାୟକ,ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି, କସ୍ତୁରୀ ମହାପାତ୍ର, ମୁଖ୍ୟ ବା ଅଧ୍ୟକ୍ଷ , ଓଏସ୍ସିପିସିଆର୍ର, ଓଡ଼ିଶା ସରକାର ଓ ୟୁମି ବେ, ମୁଖ୍ୟ,ୟୁନିସେଫଓଡ଼ିଶା ପ୍ରମୁଖ ଏହି ଉଦ୍ଘାଟନି ଉତ୍ସବରେ ଉପସ୍ଥିତ ଥିଲେ ।
ଏହି ଆଲୋଚନାଚକ୍ରଟି ଇସିସିଇ ଓଡ଼ିଶା ନେଟୱାର୍କକୁ ଅନ୍ୱେଷଣ କରିବା ସହ ଓ ନୂଆ ଚିନ୍ତାଧାରା ସୃଷ୍ଟି କରି ଇସିସିଇର ଗୁଣବତା ସାରା ରାଜ୍ୟରେ ପ୍ରସାର କରିପାରି । ଏହି କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ଓ ଆ ଞ୍ଚଳିକ ସ୍ତରର ଇସିସିଇ ସହ ଜଡ଼ିତ ଦକ୍ଷ, ବ୍ୟବହାରିକ ଓ ପେସାଗତ ବ୍ୟକ୍ତିଙ୍କ ସମେତ ଯୋଜନା କରାଯିବା ସହ ଶିଶୁ ଓ ସେମାନଙ୍କ ଅଭିଭାବକଙ୍କ ସହ ଏହି ଯୋଜନାର ଅଭ୍ୟାସ ମଧ୍ୟ କରାଯାଇଛି । ଏହି ଆଲୋଚନା ଚକ୍ରର ଲକ୍ଷ୍ୟ ହେଉଛି ଏହି ଯୋଜନାର ପ୍ରଚାର ଓ ପ୍ରସାର କରି ସମସ୍ତଙ୍କୁ ଏକାଠି ଗୋଟିଏ ମାନସିକତାରେ ରାଜ୍ୟରେ କାମକରି ପ୍ରାଥମିକ ଶିଶୁ ଅବସ୍ଥାରେ ଶିକ୍ଷା ଓ ସ୍ୱସ୍ଥ୍ୟ ବିଷୟରେ ଏକ ଯୁକ୍ତାତ୍ମକ ସଫଳତା ହାସଲ କରିବା ।
ଏହି କାର୍ଯ୍ୟକ୍ରମରେ ୨୦୧୩ ମସିହାରେ ହୋଇଥିବା ଜାତୀୟ ସ୍ତରୀୟ ଇସିସିଇ ପଲିସିର ଉପାଦାନ ଓ ସୁଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଅଯାଇଛି । ଏହି ପଲିସରେ ରାଜ୍ୟର ଯୋଜନା ଆରମ୍ଭ କରିବା ସାମର୍ଥ୍ୟ ଓ ଅଭ୍ୟାସରେ ପରିବାର ଓ ଗୋÂୀର ସହଭାଗିତା ବଢାଇବା, ଇସିସିଇର ଗୁଣବତା ବୁଦ୍ଧିପାଇଁ ଉଦେ୍ଧଶ୍ୟମୂଳକ ଯୋଜନାକୁ ନାୟ ସଙ୍ଗତ ଭାବେ ପ୍ରତିପାଦିତ କରିବା, ଏହାସହ ଏହାକୁ ସଫଳ କରିବା ପାଇଁ ଏକ ସୁପ୍ରସ୍ତୁତ ଯୋଜନା ଅର୍ଥାତ ପକା ନକ୍ସା ପ୍ରସ୍ତୁତ କରିବା ଆଦି ରହିଛି ।
ଏହି ଅବସରରେ ୟୁନିସେଫ ଓଡ଼ିଶାର ମୁଖ୍ୟ ୟୁମି ବେ “କହିଥିଲେ ଯେ ଶିଶୁର ଅଧିକାର ହେଉଛି ଏଗ ଗୁଣବତା ଯତ୍ନ ଓ ଶିକ୍ଷା ପାଇବା, ଏହାସହ ସେମାନଙ୍କ ମଧ୍ୟରେ ଲୁକାଇତ ପ୍ରତିଭାକୁ ପ୍ରକାଶ କରିବା ମଧ୍ୟ । ଇସିସିଇ କେବଳ ପିଲାଙ୍କୁ ସ୍କୁଲ ଓ ସମାଜ ପାଇଁ ପ୍ରସ୍ତୁତ କରିବା ତାହା ନୁହେଁ, ସ୍କୁଲ ଓ ସମାଜର କର୍ତ୍ତବ୍ୟ ଯେ ସେ ମଧ୍ୟ ପିଲାମାନଙ୍କୁ ପ୍ରସ୍ତୁତ କରିବା ଦରକାର ଖୁସିରେ ରହିବା ପାଇଁ”

Share in top social networks!