‘ସମ୍ପୂର୍ଣ୍ଣା’ ଯୋଜନାର ସଫଳତା ନିମନ୍ତେ ଗାଁ କଳ୍ୟାଣ ସମିତିଗୁଡିକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପତ୍ର

ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ନିମନ୍ତେ ସମ୍ପୂର୍ଣ୍ଣା ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାର ସଫଳତା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା ଗାଁ କଲ୍ୟାଣ ସମିତିର ସଭାପତି ଏବଂ ସମସ୍ତ ୱାର୍ଡ ମେମ୍ବରମାନଙ୍କୁ ପତ୍ରଲେଖି ସହେଯାଗ କାମନା କରିଛନ୍ତି ।
ଗର୍ଭବତୀ ମହିଳାମାନଙ୍କୁ ଆନୁÂାନିକ ପ୍ରସବ ନିମନ୍ତେ ନିରାପଦରେ ସେମାନଙ୍କ ଘରୁ ନିକଟସ୍ଥ ଡାକ୍ତରଖାନା ପର୍ଯ୍ୟନ୍ତ ପଠାଇବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନରେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମାତୃ ଓ ଶିଶୁ ମୃତ୍ୟୁ ପୂର୍ଣ୍ଣ ନିରାକରଣ ଅଭିଯାନ ସମ୍ପୂର୍ଣ୍ଣା ଯୋଜନାରେ ଚଳିତ ବର୍ଷ ରାଜ୍ୟର ବିିଭିନ୍ନ ଜିଲ୍ଲାର ପ୍ରାୟ ୭୮୫୩ ଟି ଗ୍ରାମକୁ ଚିହ୍ନଟ କରାଯାଇଛି । ସେହି ସବୁ ସ୍ଥାନରେ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ପହଂଚିବା ସମ୍ଭବପର ନୁହେଁ । ସେହି ସବୁ ଗ୍ରାମ ବା ପଡାର ମା ମାନଙ୍କୁ ଡାକ୍ତରଖାନାରେ ସୁରକ୍ଷିତ ପ୍ରସବ ନିମନ୍ତେ ଯାତାୟତ ଖର୍ଚ୍ଚ ବାବଦରେ ରାଜ୍ୟ ସରକାରଙ୍କ ତରଫରୁ ଏକ ହଜାର ଟଙ୍କା ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି । ସେହିସବୁ ଗ୍ରାମରେ ରହୁଥିବା ଗର୍ଭବତୀମାନଙ୍କୁ ନିରାପଦରେ ସେମାନଙ୍କ ଘରୁ ନେଇ ୧୦୨ ବା ୧୦୮ ଆମ୍ବୁଲାନ୍ସ ରହିଥିବା ସ୍ଥାନ ବା ଅନ୍ୟାନ୍ୟ ଗାଡ଼ି ପହଂଚିପାରୁଥିବା ସ୍ଥାନ ପର୍ଯ୍ୟନ୍ତ ପହଂଚାଇବା ନିମନ୍ତେ ଷ୍ଟେ୍ରଚର ବ୍ୟବସ୍ଥା କରାଯାଇଛି ଓ ଗାଁ କଲ୍ୟାଣ ସମିତି ଉପରେ ଏ ଦାୟିତ୍ୱ ନ୍ୟସ୍ଥ କରାଯାଇଛି ।
ଗାଁ କଲ୍ୟାଣ ସମିତି ଖୋଲା ପାଣ୍ଠିରୁ ଗର୍ଭବତୀ ମା ମାନଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ପ୍ରଦାନ କରାଯିବ ଓ ପରେ ସେ ଏହି ଅର୍ଥକୁ ଗାଁ କଲ୍ୟାଣ ସମିତିକୁ ଫେରସ୍ତ କରିବେ । ଡ଼ାକ୍ତର ଖାନାରେ ସୁରକ୍ଷିତ ପ୍ରସବ କରାଇଥିବା ମା ମାନଙ୍କୁ ଯାତାୟାତ ବାବଦ ଖର୍ଚ୍ଚ ଓ ଜନନୀ ସୁରକ୍ଷା ଯୋଜନା ଅନ୍ତର୍ଗତ ଆର୍ଥôକ ପ୍ରୋତ୍ସାହନ ରାଶି ମା ମାନଙ୍କ ବ୍ୟାଙ୍କ ଆକାଉଂଟରେ ସିଧା ସଳଖ ଜମା କରାଯିବାର ବ୍ୟବସ୍ଥା କରାଯାଇଛି ।
ଜଣେ ପଂଚାୟତିରାଜ ସଭ୍ୟ, ଦାୟିତ୍ୱ ସଂପନ୍ନ ଜନପ୍ରତିନିଧି ଏବଂ ଗାଁ କଲ୍ୟାଣ ସମିତିର ମୁଖିଆଭାବେ ରାଜ୍ୟ ସରକାର ଆପଣମାନଙ୍କ ଉପରେ ଏ ଗୁରୁଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଆପଣଙ୍କ ଗାଁର ପ୍ରତ୍ୟେକ ଗର୍ଭବତୀ ମାଙ୍କର ସୁରକ୍ଷିତ ଆନୁÂାନିକ ପ୍ରସବ ପାଇଁ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରାଇବା ଆପଣଙ୍କ ନୈତିକ ଦାୟିତ୍ୱ । ଏ କ୍ଷେତ୍ରରେ ମିଳିଥିବା ସଫଳତାର ଶ୍ରେୟ ଆପଣଙ୍କର ଓ ବିଫଳତାର ଉତରଦାୟିତ୍ୱ ମଧ୍ୟ ଆପଣଙ୍କର । ତେଣୁ ଯେକୋ÷ଣସି ପରିସ୍ଥିତିରେ ବି ଆପଣଙ୍କ ଗାଁର ଜଣେ ମା ଠିକ୍ ସମୟରେ ଡ଼ାକ୍ତର ଖାନାରେ ପଂହଚିବାର ବିଳମ୍ବ ଯୋଗୁଁ ଯେମିତି ମୃତ୍ୟୁ ବରଣ ନକରନ୍ତି ସେଥିପ୍ରତି ଆପଣ ପ୍ରତିଶ୍ରୁତି ବଦ୍ଧ ହେବା ଉଚିତ୍ । ଆଜି ଶପଥ ନିଅନ୍ତୁ ଯେପରି ଆପଣଙ୍କ ଗାଁ ର କୋ÷ଣସି ମା’ର ମୃତୁ୍ୟ ଶିଶୁକୁ ଜନ୍ମଦେବା କାରଣରୁ ନହୁଏ । ଆସନ୍ତୁ ଆମେ ସଭିଏଁ ମିଶି ମା ଓ ଶିଶୁ ମୃତୁ୍ୟକୁ ରୋକିବା ପାଇଁ ହେଉଥିବା ଯୋଜନାର ସଫଳ କରିବା ନିମନ୍ତେ ଏକନିÂ ଭାବେ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

Share in top social networks!
Powered By Indic IME