ଗ୍ଲେନ୍ମାର୍କ ପକ୍ଷରୁ ଭାରତରେ ନିକୋଟିନ୍ ପୁନଃସ୍ଥାପନ ଥେରାପି ‘କୁ୍ୟଇଟଜ୍’ର ଶୁଭାରମ୍ଭ

15590382_233141140454389_4470031668594086396_n
ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶ୍ୱର ସମନ୍ୱିତ ଫାର୍ମାାସୁ୍ୟଟିକାଲ୍ କମ୍ପାନି ଗ୍ଲେନ୍ମାର୍କ ଫାର୍ମାାସୁ୍ୟଟିକାଲ୍ ଲିମିଟେଡ୍ ପକ୍ଷରୁ ଆଜି ଏହାର ମେଡିକାଲ ଅନୁମୋଦିତ ନିକୋଟିନ୍ ପୁନଃସ୍ଥାପନ ଥେରାପି କୁ୍ୟଇଟ୍ଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଧୂମପାନକାରୀଙ୍କୁ ଧୂମପାନ ଅଭ୍ୟାସ ଛଡାଇବା ପାଇଁ ପର୍ଯ୍ୟାୟଭାବେ ସହାୟତା କରିବ । ଫଳରେ ପରବର୍ତୀ ସମୟରେ ଧୂମପାନକାରୀ ଧୂମପାନ ମୁକ୍ତ ଜୀବନ ବିତାଇପାରିବେ । କୁଇଟ୍ଜ ନିକୋଟିନ୍ ଗମ୍ ଦୁଇଟି ଭ୍ୟାରିଆଂଟ୍ରେ ଉପଲବ୍ଧ ହେବ । କୁ୍ୟଇଟ୍ଜ ୨ ଏମ୍ଜି ଓଟିସି ଉପôାଦ ଭାବେ ଉପଲବ୍ଧ ହେବ । ଯାହାକି ଦୈନିକ ୨୦ରୁ କମ୍ ସିଗାରେଟ୍ ଟାଣୁଥିବା ଧୂମପାନକାରୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ସେହିପରି କୁ୍ୟଇଟ୍ଜ ୪ଏମ୍ଜି ଦୈନିକ ୨୦ରୁ ଅଧିକ ସିଗାରେଟ୍ ଟାଣୁଥିବା ବ୍ୟକ୍ତିଙ୍କ ପାଇଁ ଉପଯୋଗୀ ହେବ । ଏହା ଡାକ୍ତରଙ୍କ ନିଦେ୍ର୍ଧଶିତ ଏକ ଉପôାଦ ।

କୁ୍ୟଇଟ୍ଜ ନିକୋଟିନ୍ ପୁନଃସ୍ଥାପନ ଥେରାପି(ଏନ୍ଆର୍ଟି) ଉପôାଦ ସ୍ୱତଃପ୍ରବୃତ ଭାବେ ସିଗାରେଟ୍ ଛାଡିବାକୁ ଚାହୁଁଥିବା ଧୂମପାନକାରୀଙ୍କ ପାଇଁ ଧୀରେ ଧୀରେ ସହାୟତା ଉପଲବ୍ଧ କରାଇଥାଏ । ସିଗାରେଟ୍ ତୁଳନାରେ ଏନ୍ଆର୍ଟିରେ ସ୍ୱଳ୍ପ ପରିମାଣର ନିକୋଟିନ୍ ରହିଥାଏ ଯାହାକି ଧୂମପାନ ଛଡାଇବାରେ ଉପଯୋଗୀ ହୋଇଥାଏ । ଫଳରେ ଧୂମପାନକାରୀଙ୍କ ମଧ୍ୟରେ ଆତ୍ମ ନିୟନ୍ତ୍ରଣ ଆସିଥାଏ, ଏବଂ ସେମାନେ ଧୀରେ ଧୀରେ ଧୂମାପାନ ଛାଡିବା ସହିତ ଧୂମପାନ ଅଭ୍ୟାସଠାରୁ ଦୂରେଇ ଆସିଥାନ୍ତି । ଧୂମପାନ ଭଳି ଏଥିରେ କାର୍ବନ ମନୋକ୍ସାଇଡ୍, ଟାର୍ ଏବଂ ଅନ୍ୟ କ୍ଷତିକାରକ ରାସାୟନିକ ପଦାର୍ଥ ନ ଥାଏ । ଫଳରେ ଧୂମପାନକାରୀ ପରବର୍ତୀ ଜୀବନରେ ଏକ ଧୂମପାନ ମୁକ୍ତ ଜୀବନ ବିତାଇ ପାରିଥାନ୍ତି ।

ଏହି ଅବସରରେ ଗ୍ଲେନ୍ମାର୍କ ଫାର୍ମାାସୁ୍ୟଟିକାଲ୍ ଲିମିଟେଡ୍ର ସଭାପତି ତଥା ଭାରତ, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ମୁଖ୍ୟ ସୁଜେଶ୍ ବାସୁଦେବନ୍ କହିଲେ, “ ଗ୍ଲେନ୍ମାର୍କ ଭାରତରେ କୁ୍ୟଇଟ୍ଜ ନିକୋଟିନ୍ ପୁନଃସ୍ଥାପନ ଥେରାପିର ଶୁଭାରମ୍ଭ କରିଥିବାରୁ ଆମେ ବେଶ୍ ଗର୍ବିତ । ଏହି ଉପôାଦ ଧୂମପାନକାରୀଙ୍କ ଅଭ୍ୟାସ ଛଡାଇବାରେ ଉପଯୋଗୀ ସାବ୍ୟସ୍ତ ହେବା ସହିତ ସେମାନଙ୍କୁ ଏକ ସୁସ୍ଥ ଓ ନିରାମୟ ଜୀବନଯାପନର ଅବସର ପ୍ରଦାନ କରିବ ବୋଲି ଆମର ଆଶା ଓ ବିଶ୍ୱାସ । ଆମର ବିଶ୍ୱାସ ଧୂମପାନକାରୀ ପର୍ଯ୍ୟାୟକ୍ରମେ ଏହି ଅଭ୍ୟାସରୁ ମୁକ୍ତି ପାଇପାରିବେ । କୁ୍ୟଇଟ୍ଜ କେବଳ ଏକ ଉପôାଦ ନୁହେଁ, ଏହା ଧୂମପାନକାରୀଙ୍କ ପାଇଁ ଏକ ସହାୟତା ପ୍ରଣାଳୀ । ଯେଉଁମାନେ ଧୂମପାନ ସମ୍ପୂର୍ଣ୍ଣ ଛାଡିବାକୁ ଚାହୁଁଛନ୍ତି, ସେମାନେ ଏହାଦ୍ୱାରା ବିଶେଷ ଲାଭାନ୍ୱିତ ହୋଇପାରିବେ ।”

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଉଭୟ ଧୂମ ଏବଂ ଧୂମ ରହିତ ତମାଖୁ ଯୋଗୁ ସମ୍ପ୍ରତି ବିଶ୍ୱବ୍ୟାପି ୬ ନିୟୁତରୁ ଅଧିକ ଲୋକଙ୍କର ଅସମୟରେ ମୃତୁ୍ୟ ହେଉଛି । ବିଶ୍ୱର ସର୍ବାଧିକ ଧୂମପାନକାରୀ ନିମ୍ନ ମଧ୍ୟମ ଆୟ ଦେଶରେ ରହିଛନ୍ତି । ସେମାନଙ୍କର ସଂଖ୍ୟା ୮୦ ପ୍ରତିଶତ ରହିଛି । ବିଶ୍ୱର ୪୯ଟି ରାଷ୍ଟ୍ରରେ ପୁରୁଷ ଧୂମପାନକାରୀଙ୍କ ସଂଖ୍ୟା ମହିଳାଙ୍କ ଠାରୁ ୧୦ ଗୁଣା ଅଧିକ ରହିଛି । ଧୂମପାନ ଯୋଗୁ ସମ୍ପୃକ୍ତ ବ୍ୟକ୍ତିଙ୍କର ବୟସ ପ୍ରାୟ ୧୨ ବର୍ଷ ହ୍ରାସ ପାଉଛି । ଏହି ପ୍ରକ୍ରିୟା ଜାରି ରହିଲେ ୨୦୨୦ ବେଳକୁ ଧୂମପାନ ଯୋଗୁ ବାର୍ଷିକ ବିଶ୍ୱର ୧୦ ନିୟୁତ ଲୋକଙ୍କର ମୃତୁ୍ୟ ହେବ ।

ଭାରତରେ ପ୍ରତିଦିନ ପ୍ରାୟ ୨୨୦୦ ଲୋକଙ୍କର ତମାଖୁ ସମ୍ପର୍କିତ ରୋଗରେ ମୃତୁ୍ୟ ଘଟୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ୨୦୨୦ ବେଳକୁ ଏହି ମୃତୁ୍ୟ ସଂଖ୍ୟା ବାର୍ଷିକ ୧.୫ ନିୟୁତରୁ ଅଧିକ ହେବ । ଭାରତରେ ପାଟିରେ ଗ୍ରହଣ କରାଯାଉଥିବା ତମାଖୁ ବ୍ୟବହାର ଅଧିକ ରହିଛି । ଫଳରେ ଏହାଯୋଗୁ ସୃଷ୍ଟି ହେଉଥିବା ରୋଗରେ ବାର୍ଷିକ ଜଣକ ପିଛା ହାରାହାରି ୨.୫ ନିୟୁତ ଟଙ୍କା ଔଷଧ, ମେଡିକାଲ୍ ଓ ଚିକିତ୍ସାରେ ଖର୍ଚ୍ଚ ହେଉଛି । ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କର ପରିବାର ଉପରେ ଆର୍ଥିକ ବୋଝ ପଡୁଛି । ଏହା ସହିତ ଅସମୟରେ ମୃତୁ୍ୟ ଯୋଗୁ ପାରିବାରିକ ଜୀବନ ବିପର୍ଯ୍ୟସ୍ତ ହୋଇପଡୁଛି ।

Share in top social networks!
Powered By Indic IME