ରାଜ୍ୟ ଯୁବ କଂଗ୍ରେସ ଲୋକସଭା ମଣ୍ଡଳି ପ୍ରଭାରୀ ନିଯୁକ୍ତ

ରାଜ୍ୟ ଯୁବ କଂଗ୍ରେସର ସମସ୍ତ ଲୋକସଭା ମଣ୍ଡଳିସ୍ତରୀୟ ପ୍ରଭାରୀ ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢିଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥୀ ନିଯୁକ୍ତ କରିଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି କମଳ ଚରଣ ତାଣ୍ଡୀଙ୍କୁ ବଲାଙ୍ଗିର ଓ ସୁନ୍ଦରଗଡ଼, ସାଧାରଣ ସମ୍ପାଦକ ବରୁଣ ଦେହୁରୀ ଓ ତୁଷାରକାନ୍ତି ତପସ୍ୱୀଙ୍କୁ ଯଥାକ୍ରମେ ଢେଙ୍କାନାଳ ଓ ଯାଜପୁର, ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କୁ ବାଲେଶ୍ୱର, ମୟୂରଭଞ୍ଜ ଓ ଜଗତ୍ସିଂହପୁର ପ୍ରଭାରୀ, ସମ୍ପାଦକ ଶିଶିର ମାଡାଲାଙ୍କୁ କଳାହାଣ୍ଡି ଓ ନବରଙ୍ଗପୁର, ନିରଞ୍ଜନ ନାୟକଙ୍କୁ କନ୍ଧମାଳ, ଅଭିଳାଷ ମାଣିଆଙ୍କୁ ଆସ୍କା, ବ୍ରହ୍ମପୁର, ନୀଳମାଧବ ପଣ୍ଡା ଭୁବନେଶ୍ୱର, ବୀରେନ୍ଦ୍ର ବାଗ ବରଗଡ଼, ସୁନିତା ବାଗ ସମ୍ବଲପୁର, ଏସ.କେ. ଅମିର ମହମ୍ମଦଙ୍କୁ ଜଗତ୍ସିଂହପୁର ସହପ୍ରଭାରୀ, ନବନିଯୁକ୍ତ ସମ୍ପାଦକ ଦେବାଶିଷ ମହାପାତ୍ରଙ୍କୁ କେନ୍ଦୁଝର, କେନ୍ଦ୍ରାପଡ଼ା ଓ ବିମଳ ବେହେରାଙ୍କୁ ପୁରୀ ଲୋକସଭା ଯୁବ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଏଥିସହିତ ପ୍ରଦେଶ ଯୁବ କଂଗ୍ରେସର ୩ ମୁଖପାତ୍ର ଯଥା ଅଙ୍କିତ ସିଂଘାଇଙ୍କୁ କୋରାପୁଟ, ମାନସ ରଞ୍ଜନ କର କଟକ ଓ ଜ୍ୟୋତିପ୍ରକାଶ ଆଚାର୍ଯ୍ୟଙ୍କୁ ଭଦ୍ରକ ଲୋକସଭା ଯୁବ କଂଗ୍ରେସର ସ୍ୱତନ୍ତ୍ର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି ।

ପୁରୀ ଲୋକସଭା ମଣ୍ଡଳି ଯୁବ କଂଗ୍ରେସ ସଭାପତି ଭାବେ ଇ.ସେଖ୍ ସଫିକୁଦ୍ଧିନ, ଜଗତ୍ସିଂହପୁର ଲୋକସଭା ଯୁବ କଂଗ୍ରେସ ସଭାପତି ଭାବେ ଶଶିକାନ୍ତ ଲେଙ୍କା, ନିମାପଡ଼ା ବିଧାନସଭା ଯୁବ କଂଗ୍ରେସ ସଭାପତି ଭାବେ ସୁବ୍ରତ କୁମାର ଜେନା ଓ ମାହାଙ୍ଗା ବିଧାନ ସଭା ଯୁବ କଂଗ୍ରେସ ସଭାପତି ଭାବେ ପ୍ରକାଶ କୁମାର ନାୟକଙ୍କୁ ମଧ୍ୟ ନୂତନ ଭାବେ ନିଯୁକ୍ତି ଦିଆଯାଇଛି ।

Share in top social networks!