ସରକାର କର୍ମଜୀବୀ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ପି୍ରମିୟମ୍ର ସଂପୂର୍ଣ୍ଣ ଖର୍ଚ୍ଚ ଦେବେ :ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଆରୁଖ

16-11-2017=1
ରାଜ୍ୟ ସରକାର କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ପି୍ରମିୟମ୍ର ଶତ ପ୍ରତିଶତ ଖର୍ଚ୍ଚ ବହନ କରିବୋ ଏ ବାବଦରେ ନ୍ୟୁ ଇଣ୍ଡିଆ ଇନ୍ସ୍ୟୁରାନ୍ସ&୍କୁ ୧ କୋଟି ୧୫ ଲକ୍ଷ ୨୭ ହଜାର ୮୭୨ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ, ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଘୋଷଣା କରିଛନ୍ତିା ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ ସମାରୋହରେ ମୁଖ୍ୟଅତିଥ# ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ ଏହା ପ୍ରକାଶ କରିଛନ୍ତିା
ଲୋକସଂପର୍କ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ ଉଲ୍ଲେଖ କରିଛନ୍ତି ଯେ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱାରୋପ କରିଆସୁଛନ୍ତିା ଓଡ଼ିଶା ରାଜ୍ୟ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ପୂର୍ବରୁ ରାଜ୍ୟ ସରକାର ବୀମା ପି୍ରମିୟମ୍ର ୭୫ ପ୍ରତିଶତ ଓ କର୍ମଜୀବୀ ସାମ୍ବାଦିକ ୨୫ ପ୍ରତିଶତ ଦେବା ପାଇଁ ସ୍ଥିର ହୋଇଥ#ଲାା ରାଜ୍ୟର ବହୁ ସାମ୍ବାଦିକ ବୀମା ପି୍ରମିୟମ୍ର ଏହି ୨୫ ପ୍ରତିଶତକୁ କମାଇବା ଓ ଆବଶ୍ୟକସ୍ଥଳେ ସଂପୂର୍ଣ୍ଣ ଛାଡ଼ ପାଇଁ ଅନୁରୋଧ କରିଥ#ଲୋ ଏହାକୁ ସହୃଦୟତାର ସହ ବିଚାର କରି କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ପି୍ରମିୟମ୍ର ସଂପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିଷ୍ପତ୍ତି ନିଆଯାଇଛିା ଜିଲ୍ଲା ଓ ରାଜ୍ୟସ୍ତରରେ ଚିହ୍ନଟ ହୋଇଥ#ବା ୨୧୩୮ ଜଣ କର୍ମଜୀବୀ ସାମ୍ବାଦିକ ଓ ସେମାନଙ୍କ ପରିବାରବର୍ଗ (ପରିବାରର ସର୍ବାଧ#କ ୪ ଜଣ) ଏହି ସ୍ୱାସ୍ଥ୍ୟବୀମା ଯୋଜନାରେ ଉପକୃତ ହେବୋ ସେହିଭଳି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକର ବିଜ୍ଞାପନ ଦର ପ୍ରତି ବର୍ଗ ସେମି ପିଛା ୪ରୁ ୧୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଥ#ଲୋ
ଚଳିତ ବର୍ଷ ପ୍ରେସ୍ ଦିବସର ପ୍ରସଙ୍ଗ “ଗଣମାଧ୍ୟମ ପାଇଁ ଆହ୍ୱାନ’ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ, ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭା ଏବେ ଗଣମାଧ୍ୟମର କାର୍ଯ୍ୟ ବ୍ୟାପକ ହୋଇଛିା ବିଶେଷକରି ଗଣତନ୍ତ୍ରର ପ୍ରୟୋଗଶାଳା ଭାରତବର୍ଷରେ ଗଣତନ୍ତ୍ରର ସଫଳତା ଓ ସୁଫଳ ପ୍ରାପ୍ତିରେ ଗଣମାଧ୍ୟମର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣା ଗଣମାଧ୍ୟମ ଜରିଆରେ ଜନସମୁଦାୟଙ୍କ ସମସ୍ୟା, ଅସୁବିଧା ବିଷୟରେ ଜାଣିବାକୁ ମିଳିଥାଏା ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜ ବ୍ୟବସ୍ଥାରେ ନୈତିକତା ବଜାୟ ରଖ#ବା ଏହାର ବଡ କର୍ତ୍ତବ୍ୟା ସେଥ#ପାଇଁ ଗଣମାଧ୍ୟମ ସବୁବେଳେ ସତ୍ୟ, ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କରିବା ଜରୁରୀା ଗଣମାଧ୍ୟମ ହେଉଛି ଲୋକମତ ସୃଷ୍ଟି କରିବାର ବଡ ଉତ୍ସା ସମାଜ ପରିବର୍ତ୍ତନ ଓ ଦେଶ ନିର୍ମାଣରେ ଗଣମାଧ୍ୟମର ଶକ୍ତିଶାଳୀ ଭୂମିକା ରହିଛିା ସମାଜରେ ମୂଲ୍ୟବୋଧ, ନୈତିକତା, ସ୍ୱଚ୍ଛତା ଓ ସତ୍ୟତାକୁ ଗୁରୁତ୍ୱ ଦେବା ହେଉଛି ଗଣମାଧ୍ୟମର କାମା ତେଣୁ ଗଣମାଧ୍ୟମର ପ୍ରତିନିଧ#ମାନେ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିବା ଦରକାରା ସମ୍ବାଦପତ୍ର ବା ଗଣମାଧ୍ୟମ ହିଁ ଆଜି ପୃଥ#ବୀକୁ କୁଟୁମ୍ବରେ ପରିଣତ କରିପାରିଛିା ଭଲ ଖବର ମାଧ୍ୟମରେ ଭଲ ଲୋକମାନଙ୍କୁ ସମାଜରେ ପରିଚିତି ଦେଇଛିା ନିନ୍ଦନୀୟ ଓ ମନ୍ଦ କାର୍ଯ୍ୟକୁ ଧରା ପକେଇଦେଇଛିା ଗଣମାଧ୍ୟମ ହିଁ ଅଘୋଷିତ ସର୍ବଶକ୍ତିମାନ ହୋଇ ଆମର ସାମାଜିକ-ସାଂସ୍କୃତିକ-ଅର୍ଥନୈତିକ-ରାଜନୈତିକ ଧାରାକୁ ଶୃଙ୍ଖଳିତ କରୁଛିା ସୁସ୍ଥ ଗଣତନ୍ତ୍ର, ପରିବର୍ତ୍ତନକାମୀ ନୂତନ ସମାଜ ପ୍ରତିଷ୍ଠା କରିବାରେ, ଲୋକଚରିତ୍ର ଓ ନାଗରିକ ସଂସ୍କୃତିକୁ ଉନ୍ନତ କରିବାରେ ଗଣମାଧ୍ୟମର ଯେଉଁ ଶକ୍ତି ଓ ଦାୟିତ୍ୱ ରହିଛି, ତାହାକୁ ବିନିଯୋଗ କରି ଓ ଆହ୍ୱାନସବୁକୁ ସାମ୍ନା କରି ଗଣତନ୍ତ୍ରର ଭବିଷ୍ୟତକୁ ଗଣମାଧ୍ୟମ ଉଜ୍ଜ୍ୱଳ କରିଚାଲିିବ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ଆଶାପ୍ରକାଶ କରିଥ#ଲୋ
ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗଣମାଧ୍ୟମ ସମ୍ମୁଖୀନ ହେଉଥ#ବା ଆହ୍ୱାନଗୁଡ଼ିକ ଉପରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ରଖ#ଥ#ଲୋ କାମଳ ସାମ୍ବଦିକତା, ତ୍ରୁଟିପୂର୍ଣ୍ଣ ତଥ୍ୟ ସମ୍ବଳିତ ସମ୍ବାଦ ପରିବେଷଣ, ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା ସ୍ୱାର୍ଥ ସାଧନର ବିଚାରରେ ସମ୍ବାଦ ପରିବେଷଣ, ପ୍ରତିବଦ୍ଧତା ନଥ#ବା ଆଭିମୁଖ୍ୟର ପ୍ରସାର, ପକ୍ଷପାତିତା, ଅତିଶୟୋକ୍ତି ବା ଅତିରଞ୍ଜନ ବେଳେ ବେଳେ ଗଣମାଧ୍ୟମକୁୁ ନେଇ ଜନଚେତନାର ଦୋଛକିରେ ପହଞ୍ଚାଇ ଦିଏା ତେଣୁ ସତ୍ୟ ଓ ନିରପେକ୍ଷତାର ଆହ୍ୱାନକୁ ପ୍ରତ୍ୟେକ ଗଣମାଧ୍ୟମ ସାମ୍ନା କରିବା ଜରୁରୀ ବୋଲି ପ୍ରଫେସର ଶତପଥୀ କହିଥ#ଲୋ
ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ ଯେ, ସାମ୍ବାଦିକତା ପ୍ରଥମ ପର୍ଯ୍ୟାୟରେ ଏକ ପ୍ରବୃତ୍ତି ଓ ପରବର୍ତ୍ତୀ ସମୟରେ ଏକ ବୃତ୍ତିରେ ପରିଣତ ହୋଇଛି । ଗଣମାଧ୍ୟମ ବିଭିନ୍ନ ଆହ୍ୱାନ ସତ୍ତେ୍ୱ ଆଜି ସଶକ୍ତ ଓ ସଚେତ ହୋଇ ଗଣତନ୍ତ୍ର ବ୍ୟବସ୍ଥାର ସୁଦୃଢୀକରଣରେ ନିଜର ଭାଗିଦାରୀ ପ୍ରଦର୍ଶନ କରିପାରଛିା
ଶେଷରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥ#ଲୋ “ଗଣମାଧ୍ୟମ ପାଇଁ ଆହ୍ୱାନ’ ଶୀର୍ଷକ ମହାବିଦ୍ୟାଳୟସ୍ତରୀୟ ଓଡିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ପୁରସ୍କୃତ କରିଥ#ଲୋ ସୂଚନା ଅଧ#କାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥ#ଲୋ
ପୂର୍ବରୁ ଜୟଦେବ ଭବନଠାରେ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ଆରୁଖ ଉଦ୍ଘାଟନ କରିଥ#ଲେ ଓ ପ୍ରାକ୍-ସ୍ୱାଧୀନତା ବେଳର ଓଡିଆ ସମ୍ବାଦପତ୍ର “ଉତ୍କଳ ଦୀପିକା’, “ଉତ୍କଳ ଦର୍ପଣ’, “ବାଲେଶ୍ୱର ସମ୍ବାଦ ବାହିକା’, “ବିଦେଶୀ’, “ସଂସ୍କାର’, “ଗଡଜାତ ବାସିନୀ’, “ହିତୈଷିଣୀ’ ଆଦି ସମ୍ବାଦପତ୍ର ପ୍ରଦର୍ଶିତ ହୋଇଥ#ବା ଦେଖ# ସନ୍ତୋଷ ବ୍ୟକ୍ତ କରିଥ#ଲେ । ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରକାଶିତ ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରଗୁଡିକ ସ୍ଥାନ ପାଇଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ଶାସନ ସଚିବ, ନିର୍ଦ୍ଦେଶକଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ ନିରଂଜନ ସେଠୀ ଓ ଅନ୍ୟାନ୍ୟ ପଦାଧ#କାରୀ ଏବଂ ଛପା ତଥା ବୈଦୁ୍ୟତିକ ଗଣମାଧ୍ୟମର ପ୍ରତିନିଧ#ମାନେ ଉପସ୍ଥିତ ଥ#ଲେ ।

Share in top social networks!