ଦୁଇ ଦିନିଆ ଓଡିଶା ଗସ୍ତରେ ଆସନ୍ତା ୧୮ରେ ଆସୁଛନ୍ତି କେନ୍ଦ୍ର ଆଇନ ଓ ନ୍ୟାୟ ଏବଂ ସୁଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ

 କଟକରେ ନିର୍ମିତ ହେବାକୁ ଥିବା ନୂତନ ଆୟକର ଆପିଲେଟ ଟ୍ରିବୁ୍ୟନାଲ ଭବନର ଭିତିପ୍ରସ୍ତର ଓ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ

23319257_10155764407533329_1687735285352294274_n
ଆସନ୍ତା ୧୮ ତାରିଖରେ କେନ୍ଦ୍ର ନ୍ୟାୟ ଓ ଆଇନ ଏବଂ ସୁଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଏକ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ପ୍ରସାଦ ୧୮ ତାରିଖରେ ବିମାନ ଯୋଗେ ଆସି ରାତ୍ର ୯ଟାରେ ଭୂବନେଶ୍ୱରରେ ପହଂଚିବା ପରେ ରାତ୍ରିଯାପନ କରିବେ । ୧୯ ତାରିଖ ସକାଳେ ଶ୍ରୀ ପ୍ରସାଦ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ କଟକ ଗସ୍ତ କରିବେ । କଟକ ସିଡିଏ ସ୍ଥିତ ଓଡିଶା ଜୁଡିସିଆଲ ଆକାଡେମୀ ସଂଲଗ୍ନ ନୂତନ ଭାବେ ପ୍ରତିÂା ହେବାକୁ ଥିବା ଆୟକର ଆପିଲେଟ ଟ୍ରିବୁ୍ୟନାଲ ଭବନର ଭିତିପ୍ରସ୍ତର ସ୍ଥାପନା ଓ ଭୁମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରସାଦ ଯୋଗ ଦେବେ । ଏହା ପରେ ଶ୍ରୀ ପ୍ରସାଦ ଭୂବନେଶ୍ୱର ଫେରି ଆସି ସଂଧ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ସୁଚନା ଦେଇଛନ୍ତି ।

Share in top social networks!
Powered By Indic IME