ଟିି ପ୍ରସାଦ ରାଓ ଦୋରା ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟ ମହାସଂଘର ଉପାଧ୍ୟକ୍ଷ ରୂପେ ନିର୍ବାଚିତ

rao
ଭାରତ ଫିସ୍କୋଫେଡ୍ର ଓ ଓଡିଶା ଫିସ୍ଫେଡ୍ର ସଭାପତି ଶ୍ରୀ ଟିି ପ୍ରସାଦ ରାଓ ଦୋରା ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟ ମହାସଂଘର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଗତ ମଙ୍ଗଳବାର ଇଣ୍ଟର୍ନ୍ୟାସ୍ନାଲ୍ କୋପେରେଟ୍ଭ୍ ଆଲାଏନ୍ସ୍ (ଆଇ.ସି.ଏ.) ପକ୍ଷରୁ ମଲେସିଆ ସ୍ଥିତ କ୍ୱାଲାଲାମ୍ପୁର ଠାରେ ଆୟୋଜିତ ହୋଇଥିବା ଗ୍ଲାବାଲ୍ କନ୍ଫରେନ୍ସ ଏବଂ ଜେନେରାଲ୍ ଆସେମ୍ବ୍ଲି କନ୍ଫରେନ୍ସରେ ଶ୍ରୀ ଦୋରା ଏହି ପଦବୀ ପାଇଁ ନିର୍ବାଚିତ ହୋଇଥିଲେ । ଦକ୍ଷିଣ କୋରିଆରେ ଥିବା ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟର ମୁଖ୍ୟ କାର୍ଯ୍ୟାଳୟ ସମଗ୍ର ବିଶ୍ୱର ମତ୍ସ୍ୟ ସମବାୟର ବିକାଶ ପାଇଁ ଉତ୍ସର୍ଗୀକୃତ ଅଟେ ।
ଏପରି ଏକ ବିଶ୍ୱସ୍ତରୀୟ ମଂଚରେ ଓଡିଶାରୁ ପ୍ରତିନିଧିତ୍ୱ କରିବା ଶ୍ରୀ ଦୋରାଙ୍କ ପାଇଁ ଅତି ସମ୍ମନଜନକ ଅଟେ । ଜାତିୟ ମତ୍ସ୍ୟ ସମବାୟ ସଂଘର ସଭାପତି ଭାବେ ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟ ମହାସଂଘର ଉପାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିବା ପ୍ରଥମ ବ୍ୟକ୍ତି ହୋଉଛନ୍ତି ଶ୍ରୀ ଦୋରା । ସୂଚନା ଯୋଗ୍ୟ ଯେ, ଦକ୍ଷିଣ କୋରିଆର ଜାତିୟ ସଭାପତି ଶ୍ରୀ କିମ୍-ଇନ୍-କ୍ୱେଇଓନ୍ ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟ ମହାସଂଘର ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି ।

Share in top social networks!