ଉକ#ଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ସାମ୍ବାଦିକ ସୁସ୍ଥ ନଥ#ଲେ ସୁସ୍ଥ ସାମ୍ବାଦିକତା ସମ୍ଭବ ନୁହେଁ

PKS_1380ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ସାମ୍ବାଦିକତା ଆବଶ୍ୟକ । ମାତ୍ର ଲେଖନ ଚାଳନା କରୁଥ#ବା ସାମ୍ବାଦିକ ସୁସ୍ଥ ନଥ#ଲେ ସୁସ୍ଥ ସାମ୍ବାଦିକତା ସମ୍ଭବପର ନୁହେଁ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ । ଉକ#ଳ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ୍ ଦିବସ ଉପଲକ୍ଷେ ଆୟୋଜିତ ଆଗାମୀ ଓଡ଼ିଶା ଓ ଭବିଷ୍ୟତର ସାମ୍ବାଦିକତା ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ଇତି ମଧ୍ୟରେ ଗଣମାଧ୍ୟମର ଯଥେଷ୍ଟ ଉନ୍ନତି ଘଟିଛି । ବହୁ ସଂଖ୍ୟକ ସମ୍ବାଦପତ୍ର ପ୍ରକାଶ ପାଇଥ#ବାବେଳେ ଚ୍ୟାନେଲ୍ ସଂଖ୍ୟା ମଧ୍ୟ ବଢ଼ିଛି । ସମାଜ ପାଇଁ ଏହା ସୁସ୍ଥ ଲକ୍ଷଣ । ମାତ୍ର ଏସବୁ ସତ୍ତେ୍ୱ ମଧ୍ୟ ସାମ୍ବାଦିକମାନଙ୍କର ସ୍ଥିତିରେ ଆଖ# ଦୃଶିଆ ଉନ୍ନତି ହୋଇନାହିଁ । ଆଥ#ର୍କ ଓ ମାନସିକ ଦୃଷ୍ଟିରୁ ସାମ୍ବାଦିକ ସୁସ୍ଥ ନୁହେଁ । ବିଶେଷ କରି ଗାଁ ଗହଳିରେ ବୃତ୍ତି କରୁଥ#ବା ସାମ୍ବାଦିକଙ୍କର ସାମାଜିକ ସୁରକ୍ଷା ନାହିଁ କହିଲେ ଚଳେ । ସେ କହିଲେ ଯେ, ଏକଦା ଦେଶରେ ଅର୍ଥନୈତିକ ପ୍ରଗତୀ ଆରମ୍ଭ ହେଲା, ମାତ୍ର ସେହି ସମୟରୁ ଓଡ଼ିଶାର ଉନ୍ନତି ତ ଦୂରର କଥା ବରଂ ୬ପାଦ ପଛୁକୁ ଚାଲିଗଲା । ଆମଠାରୁ ପଛରେ ଥ#ବା ବିହାର ମଧ୍ୟ ଆମ ଉପରକୁ ଗଲା । କୁନ୍ଦୁଲି ଗଣଦୁଷ୍କର୍ମ ହେଉ ବା ଦାନ ମାଝି ଘଟଣା ହେଉ ସବୁ କ୍ଷେତ୍ରରେ ପ୍ରଶାସନିକ ସ୍ତରରେ ଯାହା ଘଟୁଛି ବା ଯେଉଁ ତଥ୍ୟ ଦିଆଯାଉଛି ତାହାକୁ ନେଇ ବିଭିନ୍ନ ସମୟରେ ଦ୍ୱନ୍ଦ ସୃଷ୍ଟି ହେଉଛି । ତେବେ ଏସବୁର ପ୍ରକୃତ ତଥ୍ୟ ଉନ୍ମୋଚନ ଦାୟିତ୍ୱ ହେଉଛି ସାମ୍ବାଦିକଙ୍କ କାମ । ଏଠାରେ ମାନସିକତାର ଅଭାବ ରହିଛି । ଏଦିଗରେ ଆମେ ସଚେତନ ନହେବା ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ସମ୍ଭବ ନୁହେଁ । ତେବେ ଆଗାମୀ ପ୍ରଗତୀଶୀଳ ଓଡ଼ିଶା ଗଠନ ପାଇଁ ଯେଉଁ ସାମ୍ବାଦିକତା ଆବଶ୍ୟକ ତାହା ଓଡ଼ିଶାର ଭଲ ପାଇଁ ହେବା ଉଚିତ ବୋଲି ସେ କହିଥ#ଲେ ।
ଅନ୍ୟତମ ଅତିଥ# ତଥା ବିଧାୟକ ଅରୁଣ ସାହୁ, ଓଡ଼ିଶାର ପ୍ରଗତୀ ଓ ଆଗାମୀ ଦିନର ସାମ୍ବାଦିକତା ନେଇ କୌଣସି ସଂଶୟ ରହିବା ଉଚିତ ନୁହେଁ, ତେବେ କେତେକ କାରଣରୁ ଆଗାମୀ ଦିନରେ ଓଡ଼ିଶା କିଭଳି ରହିବ ଓ ସାମ୍ବାଦିକତା ଦିଗ କ’ଣ ରହିବ ତାହାକୁ ନେଇ ବେଳେବେଳ ଆଶଙ୍କା ସୃଷ୍ଟି ହେଉଛି । ତେବେ ସୁରକ୍ଷିତ ମାନବିକ ସଭ୍ୟତାକୁ କେହି ଚିନ୍ତା ନକରିବା ଦୁର୍ଭାଗ୍ୟର ବିଷୟ । ପ୍ରତିବଦ୍ଧତା ଓ ସହଯୋଗମାନସିକତା ରହିଲେ ଉଭୟ ଓଡ଼ିଶାର ଉନ୍ନତି ସହ ସାମ୍ବାଦିକମାନଙ୍କର ପ୍ରବୃତ୍ତି ମଧ୍ୟ ସୁରକ୍ଷିତ ରହିବ ବୋଲି ସେ କହିଥ#ଲେ ।
ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଓଡ଼ିଶାର ସମୃଦ୍ଧି ଓ ସମୃଦ୍ଧିଶାଳୀ ଓଡ଼ିଶା ଗଠନ ପାଇଁ ଉଭୟ ସବୁବର୍ଗର ଲୋକ କେଉଁଠି ନା କେଉଁଠି ପ୍ରତିବଦ୍ଧ ହୋଇଛନ୍ତି । ସ୍ୱର ନଥ#ବା ବ୍ୟକ୍ତିର ସ୍ୱରକୁ ତିଆରି କରିବା ହେଉଛି ସାମ୍ବାଦିକମାନଙ୍କର କାର୍ଯ୍ୟ । ଆଜି ଖବର ଓ ଶ୍ରୋତା ଓ ପାଠକଙ୍କ ମଧ୍ୟରେ ପୂର୍ବରୁ ଥ#ବା ଦୂରତା ଆଜି ନାହିଁ । କାଶ୍ମିର ଓ କନ୍ୟାକୁମାରୀରେ ଘଟୁଥ#ବା ଘଟଣା କେଇ ସେକେଣ୍ଡ ମଧ୍ୟରେ ଦର୍ଶକଙ୍କ ପାଖରେ ପହଞ୍ଚିପାରୁଛି । ତେବେ ସାମ୍ବାଦିକମାନଙ୍କ ଆଗରେ ଉକ#&ୃଷ୍ଟ ସାମ୍ବାଦିକତା ଓ ସୋସିଆଲ ମିଡିଆରେ ଜଣେ ସାଧାରଣ ନାଗରିକ ମଧ୍ୟ ଯେଭଳି ସାମ୍ବାଦିକର କର୍ତ୍ତବ୍ୟ କରିପାରୁଛି ତାହା ଆଜିର ସାମ୍ବାଦିକଙ୍କ ମାନଙ୍କ ପାଖରେ ଏକ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଥ#ବାରୁ ଆଗାମୀ ଦିନରେ ଏହି ଆହ୍ୱାନ ହେବ ସହ ନୂଆ ଶକ୍ତି ଓ ନୂଆ ବ୍ୟବସ୍ଥା ମଧ୍ୟରେ କାମ କରିବାକୁ ସେ ଆହ୍ୱାନ କରିଥ#ଲେ ।
ଦୂରଦର୍ଶନରେ ସହକାରୀ ବାର୍ତ୍ତା ସଂପାଦକ ପ୍ରକାଶ ଦାସ, ଦେଶ ତଥା ବିଦେଶର ସାମ୍ବାଦିକତାର ମାର୍ଗ ଓ ସାମ୍ପ୍ରତିକ ସ୍ଥିତି ସଂପର୍କରେ ମାର୍ଗ ଦର୍ଶନ କରିଥ#ବାବେଳେ ସମୟର ବୁ୍ୟରୋ ମୁଖ୍ୟ ପପୁ ମହାନ୍ତି, ସାମ୍ବାଦିକତା ଓ ବିକାଶ ଅଙ୍ଗାଅଙ୍ଗୀଭାବେ ଜଡିତ ହୋଇଥ#ବାରୁ ସାମ୍ବାଦିକମାନଙ୍କର ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେବା ପାଇଁ ଦୃଷ୍ଟି ଆକର୍ଷଣ କରିଥ#ଲେ । ଉକ#ଳ ସାମ୍ବାଦିକ ସଂଘର ସଭାପତି ବିଭୁତି କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥ#ଲେ ।

Share in top social networks!