ପିକକ୍ ଶିଶୁମେଳା ଦିତ୍ୱୀୟ ଦିନ ଆବୃତ୍ତି ପ୍ରତିଯୋଗିତା ଏବଂ ଶିଶୁ ସାଂସ୍କୃତିକ କାର୍ଯ୍ୟକ୍ରମ

IMG_20171115_185755
ପିପୁଲ୍ସ କଲ୍ଚାରାଲ ସେଣ୍ଟର (ପିକକ୍) ପକ୍ଷରୁ ଏକାମ୍ର ହାଟରେ ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳାର ଏହା ଥିଲା ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ସଂଧ୍ୟାରେ ପିଲାମାନଙ୍କ ଦ୍ୱାରା ଆବୃତ୍ତି ପ୍ରତିଯୋଗିତା ହୋଇଥିଲା ଏବଂ ଏଥିରେ ବିଚାରକ ଭାବେ କମଲ ପତି, ପ୍ରବିଣା ତ୍ରିପାଠୀ ଇତିଶ୍ରୀ ଦିକ୍ଷିତି, ସୁଶ୍ରୀ ଶୈଲାନି ସୁମନ ଯୋଗ ଦେଇଥିଲେ । କ୍ୱିଟ୍ କିଡ୍ସ, ଦିବ୍ୟ ଜ୍ୟେତି ସ୍ମୃତିପିଠ, ସାରଳା ଡ୍ୟାନ୍ସ ଏକାଡେମୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକର୍ମ ଅନୁÂିତ ହୋଇଥିଲା ।

ଏହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆଜି ସଂଧ୍ୟାର ଅତିଥି ଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ସୁଶ୍ରୀ ରାଜଲକ୍ଷ୍ମୀ ଦାସ, ରାଜ୍ୟ ମହିଳା କମିଶନର ସଦସ୍ୟା ସୁଶ୍ରୀ ସ୍ନେହାଞ୍ଜଳି ମହାନ୍ତି, ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଶ୍ରମତୀ ଲତିକା ପ୍ରଧାନ, ସମାଜ ସେବୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେର ଯୋଗ ଦେଇ ପିଲାମାନଙ୍କୁ ଉସôାହିତ କରିବା ସହିତ ପିଲାମାନଙ୍କ ପାଇଁ ପିକକ୍ ର ୨୮ ବର୍ଷ ଧରି ଏହି ପ୍ରୟାସକୁ ଜାରି ରଖିବା ପାଇଁ ସାଧୁବାଦ ଜଣାଇଥିଲେ । ତଥା ପିଲାମାନେ ଏକ ସୁରକ୍ଷିତ ପରିବେଶ ପାଇବାକୁ ହେଲେ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ ବୋଲି ମତ ରଖିଥିଲେ ଏବଂ ନିଜକୁ ଭଲ ପାଅ ନିଜକୁ ଗ୍ରହଣ କର ଏବଂ ନିଜକୁ ସମ୍ମାନ ଦେଇ ଉନ୍ନତି ପଥରେ ଆଗେଇ ଚାଲିବାକୁ ପିଲାମାନଙ୍କୁ ଆହ୍ୱାନ ଦେଇଥିଲେ । ପିକକ୍ ଶିଶୁମେଳା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୋଷ କୁମାର ପଟ୍ଟନାୟକ, ପିକକ୍ର ଅଧ୍ୟକ୍ଷା ଆଦରମଣି ବରାଳ, ସଂପାଦକ ରଂଜନ ମହାନ୍ତି, କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶିକା ଅନୁରାଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପିକକ୍ର ରନôା ଦାଶ, ଜ୍ୟୋତି ଶଙ୍କର ମହାନ୍ତି, ଜ୍ୟୋର୍ତିମୟୀ ମହାପାତ୍ର, ଗଣେଶ୍ୱର ସିଂ, ପାଣୁ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ପିକକ୍ ଶିଶୁମେଳା ତୁତୀୟ ଦିବସ ତା ୧୬.୧୧.୨୦୧୭ ରିଖ କାର୍ଯ୍ୟସୂଚୀ, ସ୍ଥାନ – ଏକାମ୍ର ହାଟ ଆମ୍ପିଥିଏଟର ସଂଧ୍ୟା ୭ ଘଟିକା – ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

Share in top social networks!
Powered By Indic IME