ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମ ସମ୍ବାଦପତ୍ର ପ୍ରଦର୍ଶନୀ ଓ ସାଧାରଣ ସଭା ଯୋଗଦେବେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ନଭେମ୍ବର ୧୬ ତାରିଖ ଦିନ ରାଜ୍ୟସ୍ତରୀୟ ଜାତୀୟ
ପ୍ରେସ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେଉଛିା ପୂର୍ବାହ୍ନ ୧୧ଟାରେ ଜୟଦେବ ଭବନଠାରେ ଏକ ସମ୍ବାଦପତ୍ର
ପ୍ରଦର୍ଶନୀକୁ ସୂଚନା ଓ ଲୋକସଂପର୍କ, ଗ୍ରାମ୍ୟ ଉନ୍ନୟନ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ
ଆରୁଖ ଉଦ୍ଘାଟନ କରିବୋ
ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ପ୍ରେସ ଦିବସ
ସମାରୋହ ଅନୁଷ୍ଠିତ ହେବା ସାଧାରଣ ସଭାରେ ମନ୍ତ୍ରୀ ଶ୍ରୀ ଆରୁଖ ମୁଖ୍ୟଅତିଥ# ଭାବରେ ଯୋଗଦେବେ ଓ
ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନ୍ସିଲ ଅଧ୍ୟକ୍ଷ ବରିଷ୍ଠ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ମୁଖ୍ୟବକ୍ତା ଭାବରେ
“ଗଣମାଧ୍ୟମ ପାଇଁ ଆହ୍ୱାନ’ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖ#ବୋ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର
ତଥା ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ପ୍ରଦାନ କରିବୋ
ପୁରସ୍କୃତ ହେବେ ଛାତ୍ରଛାତ୍ରୀ
ସାଧାରଣ ସଭାରେ ପ୍ରେସ ଦିବସ ଉପଲକ୍ଷେ ମହାବିଦ୍ୟାଳୟସ୍ତରୀୟ ଇଂରାଜୀ ଓ ଓଡ଼ିଆ ବକ୍ତୃତା
ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ
ସତ୍ୟନାରାୟଣ ଦାସ(ସ୍ନାତକୋତ୍ତର ଆଇନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ) ଓ କିରଣ କୁମାର ମହାନ୍ତି
(ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମିଡିଆ ଷ୍ଟଡିଜ୍) ଯୁଗ୍ମ ଭାବରେ ପ୍ରଥମ, ଜ୍ୟୋତି ପ୍ରକାଶ ମହାପାତ୍ର (ଓଡ଼ିଶା ରାଜ୍ୟ ମୁକ୍ତ
ବିଶ୍ୱବିଦ୍ୟାଳୟ) ଦ୍ୱିତୀୟ, ମୋନାଲି ସାହୁ (ରମାଦେବୀ ମହିଳା ମହାବିଦ୍ୟାଳୟ) ଓ ସୁଧାଂଶୁ
କାନୁନ୍ଗୋ(ଫେମ୍ ମହାବିଦ୍ୟାଳୟ) ଯୁଗ୍ମ ଭାବରେ ତୃତୀୟ ପୁରସ୍କାର ପାଇବୋ ସେହିପରି ଇଂରାଜୀ ବକ୍ତୃତା
ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟର ଆକାଂକ୍ଷା କବି, ସିଲିକନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜିର ଶେ୍ୱତା
ମହାପାତ୍ର ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଦିବ୍ୟାସ୍ୱରୂପା ମହାନ୍ତି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ
ତୃତୀୟ ପୁରସ୍କାର ପାଇବୋ ଏହି ଉପଲକ୍ଷେ ଗତ ୧୩ ତାରିଖରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାକୁ ଯୁଗ୍ମ
ନିର୍ଦ୍ଦେଶକ ନିରଞ୍ଜନ ସେଠୀ ପରିଚାଳନା କରିଥ#ବା ବେଳେ ବରିଷ୍ଠ ସାମ୍ବାଦିକ ରାଜରାମ ଶତପଥୀ, ପ୍ରଦୋଷ
ପଟ୍ଟନାୟକ, ଦିଲ୍ଲୀପ ବିଶୋୟୀ, ଗିରୀଶ ସ୍ୱାଇଁ ଓ “ଉତ୍କଳ ପ୍ରସଙ୍ଗ’ ତଥା “ଓଡ଼ିଶା ରିଭୁ୍ୟ’ର ସଂପାଦକ ଡ.
ଲେନିନ୍ ମହାନ୍ତି ବିଚାରକ ଭାବରେ ଦାୟିତ୍ୱ ନିର୍ବାହ କରିଥ#ଲୋ

Share in top social networks!
Powered By Indic IME