ଓଡ଼ିଶାର ରସଗୋଲାର ଜିଆଇ ମାନ୍ୟତା ପାଇଁ ଜିଆଇ ପଞ୍ଜିକରଣ ସଂସ୍ଥାରେ ଆବେଦନ କରାଯିବ

13700223_1080196735404749_1052414832604553240_n
ଓଡ଼ିଶାର ରସଗୋଲାର ଜିଆଇ ମାନ୍ୟତା ନିମନ୍ତେ ଜିଆଇ ପଞ୍ଜିକରଣ ସଂସ୍ଥାରେ ଆବେଦନ କରିବାକୁ ଉନ୍ନୟନ କମିଶନର ଶ୍ରୀ ଆର୍ ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛିା ଏହି ବୈଠକରେ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ବିଜ୍ଞାନ ଓ କାରିଗରୀ ବିଭାଗର କମିଶନର ତଥା ଶାସନ ସଚିବ ଓ ଶିଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥ#ଲୋ
ପଶ୍ଚିମ ବଙ୍ଗ ସରକାରଙ୍କ ଆବେଦନକୁ ଭିତ୍ତିକରି ବାଙ୍ଗଲାର ରସଗୋଲାକୁ ଜିଆଇ ମାନ୍ୟତା ମିଳିଛିା ଏହି ଜିଆଇ ଟ୍ୟାଗ୍ କେବଳ ପଶ୍ଚିମ ବଙ୍ଗ ପାଇଁ ବାଙ୍ଗଲାର ରସଗୋଲାକୁ ପ୍ରଦାନ କରାଯାଇଛିା
ଏହା ସ୍ପଷ୍ଟ ଯେ ଭୌଗୋଳିକ ସଂକେତ(ଜିଆଇ ଟ୍ୟାଗ୍) ଏକ ଉତ୍ପାଦ ପାଇଁ ବୌଦ୍ଧିକ ସଂପତ୍ତି ପରିଚୟା ଜିଆଇ ହେଉଛି ଏକ ନାମ ବା ସଂକେତ ଯାହା କିଛି ଉତ୍ପାଦ ପାଇଁ ବ୍ୟବହାର କରାଯାଏା ଏହା ନିର୍ଦ୍ଦିଷ୍ଟ ଭୌଗୋଳିକ ଅବସ୍ଥିତି ବା ଉତ୍ପତି ଯଥା-ସହର, ଅଞ୍ଚଳ କିମ୍ବା ଦେଶ ପାଇଁ ପ୍ରଯୁଜ୍ୟା ସେହି ଉତ୍ପାଦର ଗୁଣବତ୍ତା ଓ ଖ୍ୟାତି ତା’ର ଉତ୍ପତ୍ତି ଯୋଗୁଁ ହିଁ ମିଳିଥାଏା
ବାଙ୍ଗଲାର ରସଗୋଲାର ଜିଆଇ ପଞ୍ଜିକରଣ ଓଡ଼ିଶାର ରସଗୋଲାର ଜିଆଇ ପଞ୍ଜିକରଣ ଦାବି ମାର୍ଗରେ କୌଣସି ମତେ ପ୍ରତିବନ୍ଧକ ସାଜିବ ନାହିାଁ ପଶ୍ଚିମ ବଙ୍ଗ ଓ ଓଡ଼ିଶାର ରସଗୋଲାର ରଙ୍ଗ, ତନ୍ତୁବିନ୍ୟାସ, ସ୍ୱାଦ, ରସାଳତା ଓ ପ୍ରସ୍ତୁତି ପ୍ରଣାଳୀ ଭିନ୍ନ ଭିନ୍ନା ଓଡ଼ିଶାର ରସଗୋଲା ଅପେକ୍ଷାକୃତ କୋମଳ ଓ ଇଷତ୍ ଧୂସର ରଙ୍ଗର ହୋଇଥ#ବା ବେଳେ ବାଙ୍ଗଲାର ରସଗୋଲା ଧଳା ଓ ଦୁଧସର ରଙ୍ଗରା ଉଭୟ ମିଷ୍ଟାନ୍ନରେ ବ୍ୟବହାର କରାଯାଉଥ#ବା ଚିନିସିରା ମଧ୍ୟ ଅଲଗାା
ଏହାକୁ ଅଧ#କ ତର୍ଜମା କଲେ ଜଣାପଡେ଼ ଯେ ସମାନ ଧରଣର ଉତ୍ପାଦ ଓ ଦ୍ରବ୍ୟଗୁଡ଼ିକ ସେମାନଙ୍କ ଭୌଗୋଳିକ ଉତ୍ପତ୍ତି, ବୈଶିଷ୍ଟ୍ୟ, ସ୍ୱାତନ୍ତ୍ର୍ୟ ପାଇଁ ଅଲଗା ଅଲଗା ଭୌଗୋଳିକ ସଂକେତ (ଜିଆଇ ଟ୍ୟାଗ୍) ବହନ କରନ୍ତିା ଉଦାହରଣ ସ୍ୱରୂପ ଲଡ଼ୁ ପାଇଁ ତିରୁପତି ଲଡ଼ୁ ଓ ବନ୍ଦର ଲଡ଼ୁ, ଚା ପାଇଁ ଦାର୍ଜିଲିଂ ଚା ଓ କାଙ୍ଗରା ଚା, ଲଙ୍କା ପାଇଁ ମିଜୋ ଲଙ୍କା ଓ ଭିଓ୍ୱାପୁର ଲଙ୍କା ଏବଂ ଆମ୍ବ ପାଇଁ ଲକ୍ଷ୍ମଣଭୋଗ ଆମ୍ବ ଓ ବାଇଗଣପଲେଇ ଆମ୍ବ ଆଦି ଅଲଗା ଅଲଗା ଜିଆଇ ଟ୍ୟାଗ୍ ପାଇଛନ୍ତିା
ପ୍ରଭୁ ଜଗନ୍ନାଥଙ୍କ ପରମ୍ପରା ଓ ପ୍ରଥା ସହିତ ରସଗୋଲାର ଐତିହାସିକ ସଂପୃକ୍ତି ରହିଛିା ପାରମ୍ପରିକ ଭାବେ ପୁରୀ ଜଗନ୍ନାଥ ମନ୍ଦିରରେ ଦେବୀ ଲକ୍ଷ୍ମୀଙ୍କ ନିକଟରେ ରସଗୋଲା ଭୋଗ ଭାବେ ଅର୍ପଣ କରାଯାଇଥାଏା ଏହି ନୀତିକୁ ବାଚନିକ କୁହାଯାଏା ଏହା ନିଳାଦ୍ରୀ ବିଜେ ଉତ୍ସବର ଏକ ଅଂଶ ଓ ଏହା ରଥାଯାତ୍ରା ପରେ ଶ୍ରୀଜୀଉମାନଙ୍କର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ସମୟରେ ଅନୁଷ୍ଠିତ ହୋଇଥାଏା ଏହି ପ୍ରଥା ଶହଶହ ବର୍ଷ ଧରି ପ୍ରଚଳିତ ରହିଛିା

Share in top social networks!
Powered By Indic IME