ବରିÂ ପଦାଧିକାରୀମାନଙ୍କ ଜିଲ୍ଲାଗସ୍ତକୁ କଡାକଡି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ

20171115_114127ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିÂ ପଦାଧିକାରୀମାନଙ୍କ ଜିଲ୍ଲାଗସ୍ତକୁ କଡାକଡି କରାଯିବ । ଅଧିକାରୀମାନେ ଗସ୍ତ କାଳରେ ସଂପୃକ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଥିବା ସୁବିଧା ଅସୁବିଧା ସଂପର୍କରେ ଅନୁଧ୍ୟାନ କରି ଜିଲ୍ଲା ପଦାଧିକାରୀମାନଙ୍କ ସବିତ ଆଲୋଚନା କରି ସମାଧାନ କରିବା ଏବଂ ସରକାରଙ୍କ ଦୃଷ୍ଟିକୁ ଆଣିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଆଇନ ମନ୍ତ୍ରୀ ପ୍ରତାପ ଜେନା ନିଦେ୍ର୍ଧଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ଠାରୁ ଆରମ୍ଭ କରି ,ନିଦେ୍ର୍ଧଶକ ,ଅତିରିକ୍ତ ନିଦେ୍ର୍ଧଶକମାନେ ନିୟମିତ ଭାବେ ଜିଲ୍ଲା ଗସ୍ତ କରିବାକୁ କୁହାଯାଇଛି । ସେମାନେ ଏହି ପରିଦର୍ଶନ କାଳରେ ରୋଗୀମାନଙ୍କ ସହ କଥା ହୋଇ ସେମାନଙ୍କ ସୁବିଧା ଅସୁବିଧା , ଚିକିତ୍ସା ସେବା ଆଦି ସଂପର୍କରେ ବୁଝିବେ । ସେହି ସବୁ ଜିଲ୍ଲାମାନଙ୍କରେ ନିରାମୟ ଯୋଜନାର କାର୍ଯ୍ୟକାରିତା , ମାଗଣାରେ ଔଷଧ ମିଳିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ତେବେ ନିରାମୟ ଯୋଜନାର କାର୍ଯ୍ୟକାରିତା ନେଇ ବିଭିନ୍ନ ସ୍ତରରୁ ଆସୁଥିବା ଅଭିଯୋଗ ଆଦି ସଂପର୍କରେ ଆଲୋଚନା କରାଯାଇ ଥିଲା । ଏ ନେଇ ସଂପୃକ୍ତ ଅଧିକାରୀମାନଙ୍କୁ ଉତରଦାୟୀ କରାଯିବ । ଆସନ୍ତା ଦୁଇ ମାସ ମଧ୍ୟରେ ନିରାମୟ ଯୋଜନାକୁ ସୁପ୍ରବାହୀ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି ।
ନିକଟରେ ମନ୍ତ୍ରୀ ଶ୍ରୀ ଜେନା ଭୁବନେଶ୍ୱରରେ ଥିବା ସରକାରୀ ଆୟୁର୍ବେଦିକ ଡାକ୍ତଖାନାକୁ ଅଚାନକ ଗସ୍ତକରିଥିଲେ । ତାଙ୍କ ଗସ୍ତ ସମୟରେ ପରିଲିଖିତ ତୃଟିବିଚ୍ୟୁତି , ଅଭାବ ଅସୁବିଧା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଏହି ଡାକ୍ତରଖାନାର ବିକାଶ ପାଇଁ ଯାହା କରାଯିବା ଆବଶ୍ୟକ , ରୋଗୀମାନଙ୍କୁ ଅଧିକ ଚିକିତ୍ସା ସୁବିଧା , ମାଗଣାରେ ଆବଶ୍ୟକୀୟ ଔଷଧ ପ୍ରଦାନ କରିବାକୁ ନିଷ୍ପତି ହୋଇଛି । ଏ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଛନ୍ତି ।
ସଚିବାଳୟଠାରେ ଅନୁÂିତ ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା , ସ୍ୱତନ୍ତ୍ର ସଚିବ ଡାଃ କୈଳାଶ ଚନ୍ଦ୍ର ଦାଶ , ଅତିରିକ୍ତ ସଚିବ ସୁରଜିତ ଦାଶ , ମେଡିକାଲ ନିଗମ ପରିଚାଳନା ନିଦେ୍ର୍ଧଶକ ଆର୍.ପି.ସିଂହ ଏବଂ ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଡାଃ ବ୍ରଜ କିଶୋର ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share in top social networks!