ଇନ୍ଫିନିକ୍ସର ଜିରୋ-୫ ସ୍ମାର୍ଟଫୋନ୍ ଏବେ ବଜାରରେ

23472264_503760990022694_6753244770318816511_n
ଇନ୍ଫିନିକ୍ସର ଜିରୋ-୫ ଓ ଜିରୋ-୫ ପ୍ରୋ ଡୁଆଲ୍ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଜିରୋ-୫ରେ ୬୪ଜିବି ଆନ୍ତ ମେମୋରୀ, ୬-ଜିବି ରାମ୍ ରହିଛି ଏହାର ମୂଲ୍ୟ ୧୭,୯୯୯ଟଙ୍କା ରହିଛି । ସେହିପରି ଜିରୋ-୫ ପ୍ରୋରେ ୧୨୮ ଜିବି ଆନ୍ତ ମେମୋରୀ, ୬-ଜିବି ରାମ୍ ଥିବାବେଳେ ଏହାର ମୂଲ୍ୟ ୧୯,୯୯୯ଟଙ୍କା ରହିଛି । ୨୦୧୭ ନଭେମ୍ବର ୨୨ ମଧ୍ୟାହ୍ନ ୧୨ଟା ଠାରୁ ଏହା ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ଗ୍ରାହକ ଏହି ଅବସରେ କ୍ୱାଇଟ୍-୨ ଏବଂ କ୍ୱାଇଟ୍-ଏକ୍ସ୍ ନଏଜ୍ କ୍ୟାନସଲଲେସନ୍ ହେଡ୍ଫୋନ୍ ଉପଲବ୍ଧ ହେଉଛି ।ହେଡ୍ ଫୋନ୍ ସ୍ୱତନ୍ତ୍ର ଅଫର ମୂଲ୍ୟ ୧,୪୯୯ ଟଙ୍କା ଏବଂ ୪,୯୯୯ଟଙ୍କାରେ ପାଇପାରିବେ । ଯାହାର ବଜାର ମୂଲ୍ୟ ଯଥାକ୍ରମେ ୨,୪୯୯ ଟଙ୍କା ଏବଂ ୬,୯୯୯ଟଙ୍କା ରହିଛି ।

ପୂର୍ବରୁ ଅଗଷ୍ଟରେ କମ୍ପାନୀ ନୋଟ୍-୪, ହଟ୍-୪ ଏବଂ ହଟ୍-୪ ପ୍ରୋ ର ବଜାର ପ୍ରବେଶ କରାଇଥିଲା ।

ଏହି ଅବସରରେ ଇନ୍ଫିନିକ୍ସ୍ର ଗ୍ଲୋବାଲ ହେଡ୍ ବେଞ୍ଜାମିନ୍ ଜିଆଙ୍ଗ୍ କହିଲେ, “ ଜିରୋ ସିରିଜ୍ ଆମର ଫ୍ଲାଗ୍ସିପ୍ ଉପôାଦ । ଏହା ବିଶ୍ୱସ୍ତରରେ ଆଦୃତି ଲାଭ କରିଥିବାବେଳେ ମଧ୍ୟପ୍ରାଚ୍ୟ, ଆଫ୍ରିକା, ଦକ୍ଷିଣ ପୂର୍ବ ଏସିଆରେ ଏହା ୨୦ ପ୍ରତିଶତ ବଜାର ଅଂଶଧନ ହାସଲ କରିପାରିଛି । କମ୍ପାନୀର ସ୍ମାର୍ଟଫୋନ୍ ଗ୍ରାହକଙ୍କୁ ଆକୃଷ୍ଟ କରିବାର ସକ୍ଷମ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।”

ଏହି ଅବସରରେ ଇନ୍ଫିନିକ୍ସ୍ ଇଣ୍ଡିଆର ସିଇଓ ଶ୍ରୀ ଅନିଶ କାପୁର କହିଲେ, “ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସିରିଜ୍ରେ ଆମେ କ୍ୟମେରା ଉପରେ ଅଧିକ ଧ୍ୟାନ ଦେଇଛୁ । ଏହା ପେଶାଦାରଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଜିରୋ ସିରିଜ୍ରେ ସୁପରିୟର୍ ଟୁଇନ୍ ଲେନ୍ସ୍, ସେନସର୍, ୨ଗୁଣା ଅପ୍ଟିକାଲ୍ ଜୁମ୍ ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ୨୦୧୮ ସୁଦ୍ଧା ଏହା ଅନ୍ଲାଇନ୍ ସ୍ମାର୍ଟଫୋନ୍ ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସକ୍ଷମ ହେବାର ଆଶା ରହିଛି ।”

ଏହି ଦୁଇଟି ସ୍ମାର୍ଟଫୋନ୍ରେ ୪୩୫୦ଏମଏଏଚ୍ ସୁପର ବ୍ୟାଟେରୀ ଲାଇଫ୍, ୫.୯୮ ଇଂଚ ଏଚଡି ଏଲଟିଏସ୍ ସ୍କ୍ରିନ, କୋର୍ଣ୍ଣିଂ ଗୋଳରିଲା ଗ୍ଲାସ୍, ଏକ୍ସଓଏସ୍ ୩.୦ ଆଣ୍ଡ୍ରଏଡ୍ ନାଗଟÿ୍ ଅପରେଟିଂ ସିଷ୍ଟମ୍, ୨.୬ ଗିଗାହର୍ଜ ଅ୍ଟାକୋର୍ ପ୍ରୋସେସର୍, ହେଲିଓ ପି ୨୫ ପ୍ରୋସେସର୍, ୧୬ଏମପି ସେଲଫି କ୍ୟାମେରା ପ୍ରଭୃତି ବୈଶିଷ୍ଟ୍ୟ ରହିଛି । ଉଭୟରେ ଦୁଇ ସିମ୍ କାର୍ଡ ସ୍ଲଟ୍ ସୁବିଧା ଉପଲବ୍ଧ ହେଉଛି । ଜିରୋ ୫ ସ୍ୟାଣ୍ଡଷ୍ଟୋନ୍ ବ୍ଲାକ୍, ଚ୍ୟାମ୍ପେନ୍ ଗୋଲ୍ଡ,ବୋର୍ଡରାକ୍ସ ରେଡ୍ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଜିରୋ-୫ ପ୍ରୋ ବ୍ରୋଞ୍ଜ ଗୋଲ୍ଡ୍, ବ୍ଲାକ୍ ପ୍ରଭୃତି ରଙ୍ଗରେ ଉପଲବ୍ଧ ହେଉଛି । ଏହି ଦୁଇଟି ଭ୍ୟାରିଆଂଟ୍ରେ

୨୦୧୨ରେ ସ୍ଥାପିତ ହୋଇଥିବା ଏହି କମ୍ପାନୀ ଯୁବବର୍ଗଙ୍କ ଉପଯୋଗୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଥାଏ । ଇନ୍ଫିିନିକ୍ସ ୟୁରୋପ, ଆଫ୍ରିକା, ଲାଟିନ୍ ଆମେରିକା,ମଧ୍ୟପ୍ରାଚ୍ୟ, ଲସିଆ ପ୍ରଭୃତିରେ କାରବାର ଜାରି ରଖିଛି ।

Share in top social networks!