ବିଏନ୍ପି ସ୍କୁଲରେ ଶିଶୁଦିବସ

IMG_20171114_114009ଆଚାର୍ଯ୍ୟବିହାରସ୍ଥିତ ଭୁବନେଶ୍ୱର ନର୍ସରୀ ଓ ପ୍ରାଇମେରୀ ସ୍କୁଲରେ ଶିଶୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିଲାଙ୍କୁ ନେଇ କୌତୁକ ପୋଷାକ, ମୁ୍ୟଜିକ୍ ଚେୟାର୍, ନଲେଜ୍ ଟେଷ୍ଟ ଆଦି ପ୍ରତିଯୋଗିତା ହୋଇଥିଲା । ନାରୀ ଓ ଶିଶୁ ବିକାଶ ମଞ୍ଚର ସଭାପତି ସଂଯୁକ୍ତା ମହାନ୍ତି ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରାଧ୍ୟାପିକ୍‍ ଏସ୍. ଶ୍ୟାମଲା, ଶିକ୍ଷୟତ୍ରୀ ସାଗରିକା ପଟ୍ଟନାୟକ, ସୁମିତା ରାଉତରାୟ, ପ୍ରଭାତୀ ଜେନା, ସୁଲେଖା ମଣ୍ଡଳ, ଭାଲେଣ୍ଟିିନା ରଥ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Share in top social networks!