ଲାୟନ୍ସ କ୍ଲବ ଅନୁଗୁଳ ପକ୍ଷରୁ ଶିଶୁ ଦିବସ ଏବଂ ବିଶ୍ୱ ମଧୁମେହ ଦିବସ ପାଳିତ

5 ଆଜି ଲାୟନ୍ସ କ୍ଲବ, ଅନୁଗୁଳ ପକ୍ଷରୁ ଶିଶୁ ଦିବସ ଏବଂ ବିଶ୍ୱ ମଧୁମେହ ଦିବସ ତୁରଙ୍ଗସ୍ଥିତ ଓଡିଶା ବିଗ୍ରେଡ ସ୍କୁଲ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ଏହି ସଭାକୁ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମାନନ୍ଦ ପଣ୍ଡା ଅଧ୍ୟକ୍ଷତା କରି ଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଲାୟନ୍ସ ଜିଲ୍ଲା ୩୨୨ଉ୫ ର ପୂର୍ବତନ ଗଭର୍ଣ୍ଣର ତଥା ବିଶିଷ୍ଟ ଓକିଲ ପରମାନନ୍ଦ ମିଶ୍ର ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲା ଗଭର୍ଣ୍ଣର(ା) ଚନ୍ଦ୍ରଶେଖର ପଟ୍ଟନାୟକ, ଜିଲ୍ଲା ୩୨୨-ସି୫ର କ୍ୟାବିନେଟ୍ ସେକ୍ରେଟାରୀ ଟ୍ରେଜେରର ସଂଗ୍ରାମ ରଞ୍ଜନ ଦାସ, କ୍ଲବ ସମ୍ପାଦକ ସଞ୍ଜୀବ କୁମାର ମାଣ୍ଡୋଠିଆ, କ୍ଲବ କୋଷାଧ୍ୟକ୍ଷ ଅଶୋକ ମୁରାର୍କା, ବରିÂ ଲାୟନ୍ ଇଂ. ରମେଶ ସାହା ଉପସ୍ଥିତ ଥିଲେ । ଏହି ସଭାରେ ମଧୁମେହ ସଚେତନତା ସମ୍ପର୍କରେ ପରମାନନ୍ଦ ମିଶ୍ର ନିଜର ବକ୍ତବ୍ୟ ରଖିବା ସହିତ ଶିଶୁ ଦିବସ ଉପରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଆଲୋକପାତ କରିଥିଲେ । ଏହା ପରେ ମଧୁମେହ ସଚେତନତା ପାଇଁ ଏକ ର୍ୟାଲି ତୁରଙ୍ଗଗ୍ରାମରେ ପରିକ୍ରମା ହୋଇଥିଲା । ଏହି ର୍ୟାଲିରେ ୨୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ତୁରଙ୍ଗ ଗ୍ରାମ ପରିକ୍ରମା କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପରି•ଳନା ସମିତି, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଲାୟନ୍ସ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ ।

Share in top social networks!