୨୮ ତମ ପିକକ୍ ସପ୍ତାହବ୍ୟାପୀ ଶିଶୁମେଳା ଉଦ୍ଘାଟିତ

ଶିଶୁମାନଙ୍କ ପାଇଁ ସୁରକ୍ଷିତ ବାତାବରଣ ସୃଷ୍ଟି କରିବା ବୟସ୍କ ମାନଙ୍କ ଦାୟିତ୍ୱ
DSC_3711

ତା.୧୪.୧୧.୨୦୧୭ ରିଖ ଜୀବନରେ ବଡହେବା ପାଇଁ ଶିଶୁମାନେ ବର୍ତ୍ତମାନରୁ ସ୍ୱପ୍ନ ଦେଖିବା ଆରମ୍ଭ କରନ୍ତୁ । ତାହାକୁ ସାକାର କରିବା ଲାଗି ନିÂାର ସହ ଉଦ୍ୟମ ଜାରି ରଖନ୍ତୁ । ମାତାପିତା ଓ ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କୁ ପ୍ରେରଣା ଯୋଗାଇବାକୁ ଆଗେଇ ଆସିବା ଦରକାର ତଥା ପିଲାମାନଙ୍କୁ ଏକ ସୁରକ୍ଷିତ ବାତାବରଣ ଯୋଗାଇ ଦେବା ଦାୟିତ୍ୱ ସବୁ ବୟସ୍କ ମାନଙ୍କର ବୋଲି ପିକକ୍ ଶିଶୁମେଳାର ଉଦ୍ଘାଟନ ସମାରୋହରେ ବିଶିଷ୍ଟ ଅତିଥି ଓ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଏକାମ୍ର ହାଟର ମୁକ୍ତ ମଂଚରେ ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ୨୮ତମ ଶିଶୁମେଳାକୁ ଆନୁÂାନିକ ଭାବରେ ଉଦଘାଟନ କରି ପିଲାମାନଙ୍କୁ ଉସôାହିତ କରିବା ସହ ଶିଶୁମାନେ ବାସ୍ତବବାଦୀ ସ୍ୱପ୍ନ ଦେଖିବା ସହ ତାହାର ସଫଳ ରୂପାୟନ ପାଇଁ ମୁଳରୁ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି । ଉସôବରେ ବିଶିଷ୍ଟ ଅତିଥି ଭିଜିଲାନ୍ସ ନିଦେ୍ର୍ଧଶକ ତଥା ବରିÂ ପୋଲିସ ପ୍ରଶାସକ ଡଃ ଦେବାଶିଷ ପାଣିଗ୍ରାହୀ କହିଥିଲେ ଯେ ଜୀବନ ଓ ଜୀବନ ସଂଗ୍ରାମ ବିଫଳତାକୁ ସହି ପିଲାମାନେ ପୁଣି ସଫଳତାର ଆଡକୁ ଯିବାର ସାମର୍ଥ ସୃଷ୍ଟି କରିବାର ଦାୟିତ୍ୱ ପିତାମାତାଙ୍କର । ପିଲାମାନଙ୍କର ପିଲାଦିନ ଯେତିକି ସୁରକ୍ଷିତ ଓ ସୁଖି ରହିବ ତାଙ୍କର ବ୍ୟକ୍ତିତ୍ୱ ସେହିପରି ପ୍ରତିÂିତ ହେବ । ସମ୍ବାଦର ସଂପାଦକ ଶ୍ରୀଯୁକ୍ତ ସୈାମ୍ୟ ରଂଜନ ପଟ୍ଟନାୟକ କହିଥିଲେ ଯେ ପିଲାମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ଓ ଆନନ୍ଦମୟ ଶୈଶବ ସୁନିଶ୍ଚିତ କରିବାର ପ୍ରାଥମିକ ଦାୟିତ୍ୱ ପିତାମାତାଙ୍କର ତଥା ସରକାରଙ୍କର । ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ମିଶ୍ର କହିଥିଲେ ଯେ ପିଲାମାନେ ମା ବାପାଙ୍କୁ ସମ୍ମାନ ଜଣାଇବା ସହ ଜନ୍ମଭୂମିକୁ, ମାତୃଭାଷାକୁ ସମ୍ମାନ ଜଣାଇବା ଦରକାର । ରାଜ୍ୟ ଶ୍ରମ କମିଶନର ଶ୍ରୀଯୁକ୍ତ ସଚିନ୍ ରାମଚନ୍ଦ୍ର ଯାଦବ କହିଥିଲେ ଯେ ସବୁ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ପିକକ୍ ଶିଶୁମେଳାର ସଭାପତି ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁÂିତ ଏହି ଉଦଘାଟନି ଉସôବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ର, ୟୁନିସେଫର ଶ୍ରୀ ଲକ୍ଷ୍ମିନାରାୟଣ ନନ୍ଦ, ଆଡପସନସ୍ ସଣ୍ଟେ୍ରମର ଶ୍ରୀମତୀ ରୁବି ରାଉତ, ପିକକ୍ର ଅଧ୍ୟକ୍ଷା ଶ୍ରୀମତୀ ଆଦରମଣି ବରାଳ, ଶିଶୁ ଅଧିକାର ଗୁଡଉଇଲ ଆମ୍ବାସଡର ଆକାକ୍ଷା କବି, ନିକିତା ମିଶ୍ର, ଅଭିନେତା ଆରୟନ୍ ଦାଶ କୁମାର,ଚଳଚିତ୍ର ଅଭିନେତ୍ରୀ ଭୂମିକା ଦାସ, ଲାବଣ୍ୟ ଦାସ ପ୍ରମୁଖ ପିଲାମାନଙ୍କୁ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ନିଦେ୍ର୍ଧଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପିକକ୍ର ରତ୍ନା ଦାଶ, ଜ୍ୟୋତି ମହାପାତ୍ର, ଜ୍ୟୋତି ଶଙ୍କର ମହାନ୍ତି, ଶ୍ରୀନିବାସ ଘଟୁଆରି,ଗଣେଶ୍ୱର ସିଂ, ମୋନିକା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ରାଜ୍ୟ ସଂସ୍କୃତି ବିଭାଗ ପ୍ରାୟୋଜିତ ସ୍ନେହପ୍ରଭା ସାମନ୍ତରାୟଙ୍କ ଦ୍ୱାରା ନିଦେ୍ର୍ଧଶିତ ଶିଶୁ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ୟୁନିଟ୍ -୬ ବାଳିକା ବିଦ୍ୟାଳୟ, ସନରାଇଜ ପବ୍ଲିକ ସ୍କୁଲ, ରୟାଲ ପବ୍ଲିକ ସ୍ଲୁଲ, ଭିକି ଡ୍ୟାନ୍ସ ଗ୍ରୁପ, ସାରଳା ଡ୍ୟାନ୍ସ ଏକାଡେମୀ, ନୃତ୍ୟ ଉପାସନା ପିଠ, ଭ୍ରମରବର ଦଳେଇଙ୍କ ଦ୍ୱାରା ନିଦେ୍ର୍ଧଶିତ ଅରକେଷ୍ଟାରେ ଉପସ୍ଥିତ ବହୁ ଚିତ୍ତାକର୍ଷକ ଥିଲା । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସଂଧ୍ୟାରେ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Share in top social networks!