ପରିଚୟ ଫାଉଣ୍ଡେସନ୍ ପକ୍ଷରୁ କିଆ ଫ୍ୟାଶନ ଶୋ’ର ୨ୟ ସଂସ୍କରଣ ଆୟୋଜିତ

2017111420313900ପରିଚୟ ଫାଉଣ୍ଡେସନ୍ ଏବଂ ଛାଁୱ ଫାଉଣ୍ଡେସନ୍ର ମିଳିତ ସହଯୋଗିତାରେ ଏକ ଭିନ୍ନ ଧରଣର ଫ୍ୟାଶନ ଶୋ କିଆ ଫ୍ୟାଶନ ଶୋ’ର ୨ୟ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ଫ୍ୟାଶନ ଶୋ ମାଧ୍ୟମରେ ଏସିଡ୍ ପିଡିତାମାନେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇଥିଲେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରା ଏବଂ ଲକ୍ଷେ୍ନøର ସିରୋଜ କ୍ୟାଫେରୁ ୮ଜଣ ଏସିଡ୍ ପିଡିତାମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା । ୨୦୦୭ରେ ଆରମ୍ଭ ହୋଇଥିବା ପରିଚୟ ଫାଉଣ୍ଡେସନ୍ ତାର ଛୋଟ ଛୋଟ ପଦକ୍ଷେପ ମାଧ୍ୟମରେ ଶିଶୁ ଏବଂ ମହିଳାମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସିଛି, ଯାହାଦ୍ୱାରା ଅନେକ ମହିଳା ସ୍ୱାକ୍ଷର ହେବା ସହିତ ନିଜ ଗୋଡରେ ଛିଡା ହେବାରେ ସକ୍ଷମ ହୋଇପାଇପାରିଛନ୍ତି । ଏହି କାର୍ଯ୍ୟ ପାଇଁ ‘ପରିଚୟ ଫାଉଣ୍ଡେସନ୍’ ୟୁନାଇଟେଡ୍ ନେସନ୍ ଦ୍ୱାରା ମାନ୍ୟତା ପାଇବା ସହିତ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛି । ନିଜର ୧୦ ବର୍ଷ ପୂରଣ ଅବସରରେ ପରିଚୟ ଫାଉଣ୍ଡେସନ୍ କିଆ ଫ୍ୟାଶନ୍ ଶୋ’ର ୨ୟ ସଂସ୍କରଣର ଆୟୋଜନ କରିଥିଲା ଏବଂ ଏଥିରୁ ସଂରକ୍ଷିତ ହୋଇଥିବା ପାଣ୍ଠି ମାଧ୍ୟମରେ ଅଳକାନନ୍ଦ ଛାତ୍ରବୃର୍ତ୍ତିକୁ ଆହୁରି ସକ୍ରିୟ କରିବାର ପ୍ରୟାସ କରୁଛି ।
ସେହିପରି ଏସିଡ୍ ପିଡିତାଙ୍କ ପାଇଁ ନିଯୁକ୍ତି ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଛାଁୱ ଫାଉଣ୍ଡେସନ୍ ସବୁବେଳେ ପ୍ରୟାସ କରି ଆସିଛି । ସାରା ଭାରତରେ ଏସିଡ୍ ଆକ୍ରମଣକୁ ରୋକିବା ଅଭିଯାନର ସଦସ୍ୟ ତଥା ଟେଲିଭିଜନ ଉପସ୍ଥାପକ ଲକ୍ଷ୍ମୀ ଅଗ୍ରୱାଲ୍ ମଧ୍ୟ ଏହି ଶୋ’ରେ ଅଂଶଗ୍ରହଣ କରିଥିଲେ ।
‘ପରିଚୟ ଫାଉଣ୍ଡେସନ୍’ ପକ୍ଷରୁ ଗତ ବର୍ଷ ନଭେମ୍ବର ୧୪ ତାରିଖରେ ଆରମ୍ଭ ହୋଇଥିବା ଏହି କିଆ ଫ୍ୟାସନ୍ ଶୋ’ର ପ୍ରଥମ ସଂସ୍କରଣରେ ପରିଚୟ ପକ୍ଷରୁ ପୋଷ୍ୟଭାବେ ଗ୍ରହଣ କରାଯାଇଥିବା ଝିଅମାନେ ର୍ୟାମ୍ପରେ ଚାଲିବାର ଦେଖିବାକୁ ମିଳିଥିଲା । ସେହିପରି ଚଳିତ ବର୍ଷ କିଆ ଫ୍ୟାସନ୍ ଶୋ’ରେ ଏସିଡ୍ ପିଡିତାମାନେ ନିଜର ପ୍ରତିଭା ଦେଖାଇଥିଲେ ସଂରକ୍ଷିତ ହୋଇଥିବା ପାଣ୍ଠିକୁ ଆସନ୍ତା ଅଳକାନନ୍ଦ ଛାତ୍ରବୃର୍ତ୍ତି ଯୋଜନାରେ ବ୍ୟବହୃତ କରାଯିବ, ଯାହାଦ୍ୱାରା ଓଡିଶାର ସହରାଞ୍ଚଳର ବସ୍ତିମାନଙ୍କରେ ଅଧାରୁ ପାଠପଢା ଛାଡୁଥିବା ଝିଅମାନେ ପୁଣିଥରେ ପାଠପଢିବାର ସୁଯୋଗ ପାଇପାରିବେ ।
ପାଠପଢିବାର ଇଛା ଥାଇ ମଧ୍ୟ ଆର୍ଥôକ ଅଭାବରୁ ପାଠପଢା ଛାଡୁଥିବା ଝିଅଙ୍କୁ ଚିହ୍ନଟ କରିବା ତଥା ସେମାନଙ୍କୁ ନ୍ୟାସ୍ନାଲ୍ ଇଷ୍ଟିଟୁ୍ୟଟ୍ ଅଫ୍ ଓପନ୍ ସ୍କୁଲିଂରେ ନାମ ଲେଖାଇବା ଠାରୁ ଆରମ୍ଭ କରି ସେମାନଙ୍କର ମାଟ୍ରିକ୍ ପାସ୍ ପର୍ଯ୍ୟନ୍ତ ସେମାନଙ୍କ ସମସ୍ତ ପଢା ଖର୍ଚ୍ଚ ଏବଂ ପରୀକ୍ଷା ଖର୍ଚ୍ଚ ବହନ କରିବା ସହିତ ଛାତ୍ରୀମାନଙ୍କର ପ୍ରତ୍ୟେହ ଟୁ୍ୟସନ୍ ଯୋଗାଇ ଦେଇଥାଏ ପରିଚୟ ଫାଉଣ୍ଡେସନ୍ । ଏହି ଛାତ୍ରବୃର୍ତ୍ତିର ପ୍ରଥମ ପର୍ଯ୍ୟାୟରେ କଲ୍ୟାନପୁର ପଞ୍ଚାୟତର ୫୯ ଜଣ ଝିଅଙ୍କୁ ଚୟନ କରାଯାଇ ସେମାନଙ୍କୁ ଏହି ଯୋଜନା ଅଧିନରେ ଶିକ୍ଷା ପ୍ରଦାନ କରାଯାଇଥିଲା ଏବଂ ଏହାର ୨ୟ ପର୍ଯ୍ୟାୟ ପାଇଁ ସେହି ଅଞ୍ଚଳର ୬୦ ଜଣ ଝିଅଙ୍କୁ ଚୟନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଓଲିଉଡ୍ର ବର୍ଷିୟାନ ଅଭିନେତା ଶ୍ରୀଯୁକ୍ତ ବିଜୟ ମହାନ୍ତି, ବିଷିଷ୍ଟ ଶିକ୍ଷାବିତ୍ ଅନ୍ନପୂର୍ଣ୍ଣା ପାଣ୍ଡେ, ସାମାଜିକ କାର୍ଯକର୍ତ୍ତା ଶୁଭଶ୍ରୀ ଦାସ୍ , ପ୍ରସିଦ୍ଧ ଉଦେ୍ଧ୍ୟାଗୀ ତଥା ରୁଚିର ନିଦେ୍ର୍ଧଶକ ରଶ୍ମି ସାହୁ, ଲିଟିଲ୍ ମିସ୍ ୟୁନିଭର୍ସ ୨୦୧୭ ପଦ୍ମାଳୟ ନନ୍ଦ ଏବଂ ବଲିଓଡ୍ର ବିଖ୍ୟାତ ଅଭିନେତ୍ରୀ ଟିସ୍କା ଚୋପ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଯୋଗଦାନ ଦେଇ ଏହାକୁ ଆହୁରି ସଫଳ କରିଥିବାରୁ ସମସ୍ତ ପ୍ରୟୋଜକଙ୍କୁ ‘ପରିଚୟ ଫାଉଣ୍ଡେସନ୍’ କୃତଜ୍ଞତା ଜ୍ଞାପନ କରୁଛି ।
ଏହି ଅବସରରେ ବଲିଓଡ୍ ଅଭିନେତ୍ରୀ ଟିସ୍କା ଚୋପ୍ରା କୁହନ୍ତି, “ ଏହିପରି ଏକ ଭିନ୍ନ ପ୍ରକାର ପ୍ରଚେଷ୍ଟା ପାଇଁ ମୁଁ ‘ପରିଚୟ ଫାଉଣ୍ଡେସନ୍କୁ’ ଧନ୍ୟବାଦ ଦେଉଛି ଏହିପରି କାର୍ଯ୍ୟକ୍ରମ ଦ୍ୱାରା ପିଡିତାମାନଙ୍କର ମନୋବଳ ଏବଂ ଆତ୍ମବିଶ୍ୱାସକୁ ଆମେ ଆହୁରି ଦୃଢ କରିପାରିବା ବେଲି ମୋର ବିଶ୍ୱାସ ।
ଏହି ପରିପ୍ରେକ୍ଷୀରେ ପରିଚୟ ଫାଉଣ୍ଡେସନ୍ର ପ୍ରତିÂାତା ରୋଜାଲିନି ପାଟଷାଣୀ ମିଶ୍ର କୁହନ୍ତି, “ ପରିଚୟ ଇତି ମଧ୍ୟରେ ୧୦ ବର୍ଷର ବ୍ୟବଧାନ ପୂରଣ କରିସାରିଲାଣି କିନ୍ତୁ ଆମେ ଏବେବି ସେହି ପରି କାମ କରିଆସୁଛୁ ଯେପରି ଆମେ ଆରମ୍ଭରୁ କରୁଥିଲୁ, ଅଧାରୁ ପଠପଢା ଛାଡୁଥିବା କନ୍ୟା ଶିିଶୁମାନଙ୍କୁ ପଠ ପଢାଇବା ସହିତ ସେମାନଙ୍କୁ ସମାଜରେ ପ୍ରତିÂିତ ହେବା ପର୍ଯ୍ୟନ୍ତ ଆମେ ସବୁବେଳେ ସାହାଯ୍ୟ କରିଆସିଛୁ । ପରିଚୟର ଏହି ସଫଳତା ପାଇଁ ମୁଁ ଆମର ସମସ୍ତ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଉଛି ।

Share in top social networks!
Powered By Indic IME