ପରିଚୟ ଫାଉଣ୍ଡେସନ୍ ପକ୍ଷରୁ କିଆ ଫ୍ୟାଶନ ଶୋ’

2017111420313900 ପରିଚୟ ଫାଉଣ୍ଡେସନ୍ ଏବଂ ଛାଁୱ ଫାଉଣ୍ଡେସନ୍ର ମିଳିତ ସହଯୋଗିତାରେ ଏକ ଭିନ୍ନ ର:ଧରଣର ଫ୍ୟାଶନ ଶୋ କିଆ ଫ୍ୟାଶନ ଶୋ’ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ଶୋ’ ମାଧ୍ୟମରେ ଏସିଡ୍ ପୀଡିତାମାନେ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇଥିଲେ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗ୍ରା ଏବଂ ଲକ୍ଷେ୍ନøର ସିରୋଜ କ୍ୟାଫେରୁ ୮ଜଣ ଏସିଡ୍ ପୀଡିତାଙ୍କୁ ଆମନ୍ତ୍ରିତ କରାଯାଇଥିଲା । ୨୦୦୭ରେ ଆରମ୍ଭ ହୋଇଥିବା ପରିଚୟ ଫାଉଣ୍ଡେସନ୍ ତାର ଛୋଟ ଛୋଟ ପଦକ୍ଷେପ ମାଧ୍ୟମରେ ଶିଶୁ ଏବଂ ମହିଳାମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିଆସିଛି, ଯାହାଦ୍ୱାରା ଅନେକ ମହିଳା ସ୍ୱାକ୍ଷର ହେବା ସହିତ ନିଜ ଗୋଡରେ ଛିଡା ହେବାରେ ସକ୍ଷମ ହୋଇପାଇପାରିଛନ୍ତି । ଏହି କାର୍ଯ୍ୟ ପାଇଁ ‘ପରିଚୟ ଫାଉଣ୍ଡେସନ୍’ ୟୁନାଇଟେଡ୍ ନେସନ୍ ଦ୍ୱାରା ମାନ୍ୟତା ପାଇବା ସହିତ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛି । ନିଜର ୧୦ ବର୍ଷ ପୂରଣ ଅବସରରେ ପରିଚୟ ଫଉଣ୍ଡେସନ୍ କିଆ ଫ୍ୟାଶନ୍ ଶୋ’ର ଦ୍ୱୀତିୟ ସଂସ୍କରଣର ଆୟୋଜନ କରିଥିଲା ।ଗତ ବର୍ଷ ନଭେମ୍ବର ୧୪ ତାରିଖରେ ଆରମ୍ଭ ହୋଇଥିବା ଏହି ଫ୍ୟାସନ୍ ଶୋ’ର ପ୍ରଥମ ସଂସ୍କରଣରେ ପରିଚୟ ପକ୍ଷରୁ ପୋଷ୍ୟଭାବେ ଗ୍ରହଣ କରାଯାଇଥିବା ଝିଅମାନେ ର୍ୟାମ୍ପରେ ଚାଲିବାର ଦେଖିବାକୁ ମିଳିଥିଲା । ସେହିପରି ଚଳିତ ବର୍ଷ ଏସିଡ୍ ପିଡିତାମାନେ ନିଜର ପ୍ରତିଭା ଦେଖାଇଥିଲେ ସଂରକ୍ଷିତ ହୋଇଥିବା ପାଣ୍ଠିକୁ ଆସନ୍ତା ଅଳକାନନ୍ଦ ଛାତ୍ରବୃତ୍ତି ଯୋଜନାରେ ବ୍ୟବହୃତ କରାଯିବ, ଯାହାଦ୍ୱାରା ଓଡିଶାର ସହରାଞ୍ଚଳର ବସ୍ତିମାନଙ୍କରେ ଅଧାରୁ ପାଠପଢା ଛାଡୁଥିବା ଝିଅମାନେ ପୁଣିଥରେ ପାଠପଢିବାର ସୁଯୋଗ ପାଇପାରିବେ । ଏହି କାର୍ଯ୍ୟକ୍ରମରେ ଓଲିଉଡ୍ର ବର୍ଷିୟାନ ଅଭିନେତା ବିଜୟ ମହାନ୍ତି, ଶିକ୍ଷାବିତ୍ ଅନ୍ନପୂର୍ଣ୍ଣା ପାଣ୍ଡେ, ସାମାଜିକ କାର୍ଯ୍ୟକର୍ତ୍ତା ଶୁଭଶ୍ରୀ ଦାସ୍, ରୁଚି ମସଲାର ନିଦେ୍ର୍ଧଶକ ରଶ୍ମି ସାହୁ, ଲିଟିଲ୍ ମିସ୍ ୟୁନିଭର୍ସ ୨୦୧୭ ପଦ୍ମାଳୟ ନନ୍ଦ ଏବଂ ବଲିଓଡ୍ର ବିଖ୍ୟାତ ଅଭିନେତ୍ରୀ ଟିସ୍କା ଚୋପ୍ରା ପ୍ରମୁଖ ଯୋଗ ଦେଇଥିଲେ । ପରିଚୟ ଫାଉଣ୍ଡେସନ୍ର ପ୍ରତିÂାତା ରୋଜାଲିନି ପାଟ୍ଟଶାଣୀ ମିଶ୍ର କୁହନ୍ତି, ପରିଚୟ ଇତିମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ କରିସାରିଲାଣି, କିନ୍ତୁ ଆମେ ଏବେବି ସେହିପରି କାମ କରିଆସୁଛୁ । ଅଧାରୁ ପଠପଢା ଛାଡୁଥିବା କନ୍ୟା ଶିିଶୁଙ୍କୁ ପାଠ ପଢାଇବା ସହିତ ସେମାନଙ୍କୁ ସମାଜରେ ପ୍ରତିÂିତ ହେବା ପର୍ଯ୍ୟନ୍ତ ଆମେ ସବୁବେଳେ ସାହାଯ୍ୟ କରିଆସିଛୁ ବୋଲି କହିଛନ୍ତି ।

Share in top social networks!