ଆର୍.ବି.ଏସ୍.କେ କାର୍ଯ୍ୟକ୍ରମରେ ଚିହ୍ନିତ ପିଲାଙ୍କ ଚିକିତ୍ସା ପାଇଁ ଏ.ଆଇ.ଆଇ.ଏମ୍.ଏସ୍ ଭୁବନେଶ୍ୱର ଅନୁବନ୍ଧିତ

AIIMS PHOTO@ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ରାଷ୍ଟ୍ରୀୟ ବାଲ୍ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଚିହ୍ନିତ ହେଉଥିବା ଅସୁସ୍ଥ ପିଲାମାନଙ୍କ ଚିକିତ୍ସା ପାଇଁ ଏ.ଆଇ.ଆଇ.ଏମ୍.ଏସ୍ ଭୁବନେଶ୍ୱରକୁ ଅନୁବନ୍ଧିତ କରାଯାଇଛି । ଆଜି ଶିଶୁ ଦିବସ ଅବସରରେ ଏଠାରେ ଏ ନେଇ ଏକ ସ୍ୱତନ୍ତ୍ର ସେଲ୍ ଖୋଲା ଯାଇଛି । ଏ.ଆଇ.ଆଇ.ଏମ୍.ଏସ୍ର ନିଦେ୍ର୍ଧଶିକା ଗୀତାଞ୍ଜଳୀ. ବିଙ୍କ ଉପସ୍ଥିତିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ ଏହି ସେଲ୍ର ଉଦ୍ଘାଟନ କରିଛନ୍ତି ।
ପ୍ରକାଶ ଥାଉକି ଆର୍.ବି.କେ.ଏସ୍ କାର୍ଯ୍ୟକ୍ରମ ୨୦୧୪ ମସିହା ମାର୍ଚ୍ଚମାସ ପହିଲାରେ ବାରିପଦାଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା । ୨୦୧୪-୧୫ ବର୍ଷରେ ଏହା ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ୬୪୦ ଟି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ ନିୟୋଜିତ ହୋଇଛି । ୨୦୧୬-୧୭ ବର୍ଷରେ ଏକ କୋଟିରୁ ଅଧିକ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୩ ଲକ୍ଷ ୭୬ ହଜାର ୮୯୭ ଶିଶୁଙ୍କୁ ଚିକିତ୍ସା କରାଯାଇଛି । ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ସ୍ନାୟବିକ ଦୁର୍ବଳତା , ମାନସିକ ଅନଗ୍ରସରତା , ବଙ୍କାପାଦ , ଗ୍ରହଣଖଣ୍ଡିଆ. ହୃଦ୍ ରୋଗ , ଶୈଶବ ମୋତିଆବିନ୍ଦୁ , ବଧିରତା ଆଦି ଥିବା ପିଲାଙ୍କୁ ଚିହ୍ନଟ କରି ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଚିହ୍ନଟ ହେଉଥିବା ପିଲାମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ଆବଶ୍ୟକ ସ୍ଥଳେ ମେଡିକାଲ କଲେଜ ସମେତ ସ୍ୱତନ୍ତ୍ର ଚିକିତ୍ସା ସୁବିଧା ଥିବା ୬-ସ୍ମାଇଲ ଟ୍ରେନ୍ ସହବନ୍ଧିତ ଡାକ୍ତରଖାନା , ଏଲ୍.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟ , କିଓର ଇଂଟରନେସନାଲ୍ ହସପିଟାଲ ଏବଂ ଏ.ୱାଇ.ଜେ. ରଷ୍ଟ୍ରୀୟ ଶ୍ରବଣ ପ୍ରତିÂାନ ପ୍ରଭୃତି ଅନୁÂାନରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ବର୍ତମାନ ଏ.ଆଇ.ଆଇ.ଏମ୍.ଏସ୍ରେ ଉପଲବ୍ଧ କରାଗଲା । ଏଠାରେ କର୍ଣ୍ଣ , ଜିଭ , ଗ୍ରହଣଖଣ୍ଡିଆ ,ବଙ୍କାପାଦ ଓ ଚକ୍ଷୁ ସଂପର୍କିତ ରୋଗର ଚିକିତ୍ସା ମାଗଣାରେ କରାଯିବ । ଚିକିତ୍ସା ବାବଦ ଖର୍ଚ୍ଚ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ବହନ କରାଯିବ ।
……….

Share in top social networks!