କେନ୍ଦୁଝର : ଶିଶୁ ଦିବସ ମହାସମାରୋହରେ ପାଳିତ

23472820_1268717026605604_585782082161267815_nନଭେମ୍ବର ୧୪ ତାରିଖ ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲାରେ ଶିଶୁ ଦିବସ ସମାରୋହରେ ପାଳିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ଜିଲ୍ଲାସ୍ତରୀୟ, ବିଭିନ୍ନ ବ୍ଲକରେ ଏବଂ ଗ୍ରାମ ପଂଚାୟତମାନଙ୍କରେ ପଂଚାୟତସ୍ତରୀୟ ଶିଶୁ ଦିବସ ସମାରୋହ ଆୟୋଜିତ ହୋଇଥିଲା । କେନ୍ଦୁଝର ଜିଲ୍ଲା ସଦର ମହକୁମାସ୍ଥ ଡି.ଏନ୍. ହାଇସ୍କୁଲ୍ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଅନୁÂିତ ହୋଇଯାଇଛି । ଜିଲ୍ଲାପାଳ ଡଃ ଏନ୍. ତିରୁମାଲା ନାୟକ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଉଦ୍ଘାଟନ କରିଥିଲେ । ଉଦ୍ବୋଧନ ଛଳରେ ଜିଲ୍ଲାପାଳ ଡଃ ନାୟକ କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଦେଶର ସ୍ୱର୍ଣ୍ଣାଭ ଭବିଷ୍ୟତ । ଏଣୁ ଶିଶୁମାନଙ୍କର ସାମଗ୍ରିକ ବିକାଶ ସହିତ ସେମାନଙ୍କଠାରେ ନିହିତ ଥିବା ଅନ୍ତର୍ନିହିତ ପ୍ରତିଭାର ଆବିଷ୍କାର ଓ ବିକାଶ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସମାଜର ଗୁରୁ ଦାୟିତ୍ୱ ରହିଛି । ଶିଶୁମାନେ ନିÂା ଓ ଅଧ୍ୟବସାୟ ଜାରି ରଖି ଭବିଷ୍ୟତରେ ଭଲ ମଣିଷ ହେବାକୁ ଆହ୍ୱାନ ଜଣାଇଥିଲେ । ଏବେ ମଧ୍ୟ ଅନେକ ଶିଶୁ ବିଭିନ୍ନ କାରଣରୁ ନିର୍ଯ୍ୟାତିତ, ଅବହେଳିତ ଅବସ୍ଥାରେ ଅଛନ୍ତି । ଏତଦ୍ବ୍ୟତୀତ ଅନେକ ପିତାମାତାହୀନ ଶିଶୁ, ଶିଶୁ ଶ୍ରମିକ ଦୟନୀୟ ଅବସ୍ଥାରେ ଅଛନ୍ତି । ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ପ୍ରବର୍ତନ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଦୟନୀୟ ଅବସ୍ଥାରେ ଥିବା ଶିଶୁମାନଙ୍କୁ ବିଦ୍ୟାଳୟ ପରିସରକୁ ଆଣି ସେମାନଙ୍କର ଥଇଥାନ ସହିତ ସେମାନଙ୍କୁ ଶିକ୍ଷା ପ୍ରଦାନ ଏବଂ ସେମାନଙ୍କର ଦକ୍ଷତା ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଉଅଛି । ଶିଶୁ ସୁରକ୍ଷା ସଂପର୍କରେ ସଚେତନ କରାଇବା ପାଇଁ ସପ୍ତାହବ୍ୟାପୀ ଶିଶୁ ସପ୍ତାହ ପାଳନ କାର୍ଯ୍ୟକ୍ରମ ଶିଶୁ ଦିବସ ଦିନଠାରୁ ହାତକୁ ନିଆଯାଇଛି । ସଚେତନତା ରଥ ବିଭିନ୍ନ ବ୍ଲକ୍ ଏବଂ ଗ୍ରାମାଂଚଳ ବୁଲି ସଚେତନତା ସୃଷ୍ଟି କରିବ । ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ, ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବ ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ, ଜିଲ୍ଲା କଲ୍ୟାଣ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଆଇଟିଡିଏର ସ୍ପେସାଲ ଅଫିସର, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ, ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶିଶୁମାନେ ପୂର୍ବାହ୍ନ ୧୧.୩୦ ମି ସମୟରେ ଦୁରଦର୍ଶନ ଚ୍ୟାନେଲରେ ଓଡିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଉଦ୍ବୋଧନ ଓ ବାର୍ତାର ସିଧା ପ୍ରସାରଣ ଉପଭୋଗ କରିଥିଲେ ଏବଂ ଓଡିଶାର ସ୍ୱାଭିମାନ ପ୍ରତିÂା ପାଇଁ ଶପଥ ନେଇଥିଲେ । ଏହି ଅବସରରେ ଶିଶୁ ଦିବସ ଉପଲକ୍ଷେ ଆୟୋଜିତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏତଦ୍ବ୍ୟତୀତ ବିଜୁ ଶିଶୁ ସୁରକ୍ଷା ଯୋଜନା ଅର୍ନ୍ତଗତ ମେଧାବୃତି ଯୋଜନାରେ ୩ ଜଣ ଛାତ୍ର/ଛାତ୍ରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିବାବେଳେ ସୁକନ୍ୟା ସମୃଦ୍ଧି ଯୋଜନାରେ ୪ ଜଣ ଛାତ୍ରୀଙ୍କୁ ୧ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ୨୦୧୬ ମସିହା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗରେ ସର୍ବୋଚ୍ଚ ନମ୍ବର ରଖିଥିବା କୃଷ୍ଣଚନ୍ଦ୍ର ନାଏକଙ୍କୁ ଡଃ ଆମ୍ବେଦକର ମେମରିଆଲ୍ ଆୱାର୍ଡ ପ୍ରଦାନ ସହ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଶିକ୍ଷାନୁÂାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଶିଶୁ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

Share in top social networks!