ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଉପଭୋଗ କଲେ ରାଜ୍ୟର ୬୭ ଲକ୍ଷରୁ ଅଧ#କ ଛାତ୍ରଛାତ୍ରୀ ଓ ଅଭିଭାବକ
DSC_1144
ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ରାଜ୍ୟସ୍ତରୀୟ
ଶିଶୁଦିବସ ଉତ୍ସବକୁ ରାଜ୍ୟର ୬୭ ଲକ୍ଷରୁ ଅଧ#କ ଛାତ୍ରଛାତ୍ରୀ ଓ ଅଭିଭାବକ ଟେଲିଭିଜନ ମାଧ୍ୟମରେ
ଉପଭୋଗ କରିଛନ୍ତିା ଆଜି ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ
ଦୃଢ଼ ସଂକଳ୍ପର ସହ ଆଗକୁ ବଢ଼ିବା ଓ ମା’ ଓ ମାଟିର ଗୌରବକୁ ଉଚ୍ଚା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ
ଆହ୍ୱାନ ଦେଇଛନ୍ତିା ପିଲାମାନଙ୍କୁ ସେମାନଙ୍କ ଦାୟିତ୍ୱ ସଂପର୍କରେ ସଚେତନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ
ଭଲ ପାଠପଢ଼ି ଛାତ୍ରଛାତ୍ରୀମାନେ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ପରାମର୍ଶ ଦେଇଛନ୍ତିା
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖ# ଗୁରୁତ୍ୱପୂର୍ଣ୍ଣ
କାର୍ଯ୍ୟକ୍ରମର ଘୋଷଣା କରିଥ#ଲୋ ଦଶମ ଶ୍ରେଣୀରେ ଓଡ଼ିଆ ଭାଷାରେ ଭଲ ନମ୍ବର ରଖ#ଥ#ବା ପ୍ରତିବ୍ଲକ୍ର
୧୦ ଜଣ ପିଲାଙ୍କୁ ୫ ହଜାର ଟଙ୍କା ଲେଖାଏଁ ଓଡ଼ିଆ ଭାଷା ବୃତ୍ତି ପ୍ରଦାନ, ୪୦ ହଜାର ପିଲାଙ୍କୁ ଦଶମ
ଶ୍ରେଣୀରେ ଭଲ ନମ୍ବର ରଖ#ଲେ ୫ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର, ମେଧାବୀ
ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ ଶିକ୍ଷକଙ୍କୁ ସମ୍ମାନିତ କରିବା, ପ୍ରତି ବ୍ଲକ୍ର ଶ୍ରେଷ୍ଠ ତିନୋଟି ସ୍କୁଲକୁ ୧ ଲକ୍ଷ
ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିବା, ସ୍କୁଲର ବିକାଶରେ ପୁରାତନ ଛାତ୍ର ତଥା ଜନସାଧାରଣଙ୍କୁ ସାମିଲ
କରିବା ପାଇଁ “ମୋ ସ୍କୁଲ ଅଭିଯାନ’ ଇତ୍ୟାଦି କାର୍ଯ୍ୟକ୍ରମ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଶିଶୁଦିବସ
ସମାରୋହ ଅବସରରେ ଘୋଷଣା କରିଥ#ଲୋ ଏହି ଅବସରରେ ଛାତ୍ରଛାତ୍ରୀମାନେ ଉତ୍ତମ ଅଧ୍ୟୟନପୂର୍ବକ
ଶ୍ରେଷ୍ଠତ୍ୱ ଅର୍ଜନ କରି ଦେଶଗଠନରେ ବ୍ରତୀ ହେବାକୁ ଶପଥ ପାଠ କରିଥ#ଲୋ ଏହି ଶପଥର ସାଂଗୀତିକ
ରୂପ ମଧ୍ୟ ରାଜ୍ୟସ୍ତରୀୟ ସମାରୋହରେ ପରିବେଷିତ ହୋଇଥ#ଲାା ଆଜିର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ
ପଟ୍ଟନାୟକ ଦୀର୍ଘ ସମୟ ଛାତ୍ରଛାତ୍ରୀଙ୍କ ଗହଣରେ ଅତିବାହିତ କରିଥ#ଲେ ଓ ସେମାନଙ୍କ ସହ କଥାବାର୍ତ୍ତା
କରିଥ#ଲୋ ମୁଖ୍ୟମନ୍ତ୍ରୀ ହାତ ହଲାଇ ପିଲାମାନଙ୍କୁ ଶୁଭକାମନା ଜଣାଇବା ସମୟରେ ଛାତ୍ରଛାତ୍ରୀମାନଙ୍କ
ମଧ୍ୟରେ ଅଫୁରନ୍ତ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହୋଇଥ#ଲାା ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା ପରେ
ଛାତ୍ରଛାତ୍ରୀମାନେ ସେମାନଙ୍କ ଖୁସି ଜାହିର କରିଥ#ଲୋ ଅଭିଭାବକମାନେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ
ଆନନ୍ଦିତ ହୋଇ କୃତଜ୍ଞତା ପ୍ରକାଶ କରିଥ#ଲୋ ଶିକ୍ଷକଶିକ୍ଷୟିତ୍ରୀମାନେ ଏହା ଦ୍ୱାରା ପ୍ରତିଯୋଗିତାମୂଳକ
ମନୋଭାବ ସୃଷ୍ଟି ହୋଇ ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ ହୋଇପାରିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ
କରିଥ#ଲୋ
ଆଜିର ରାଜ୍ୟସ୍ତରୀୟ ଉତ୍ସବରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥ#ଲାା
ଖ୍ୟାତିସଂପନ୍ନ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଦ୍ୱରା ଭାରତ ବନ୍ଦନା ଅତ୍ୟନ୍ତ ମନୋମୁUକର ହୋଇଥ#ଲାା ପଦ୍ମଶ୍ରୀ ଅରୁଣା
ମହାନ୍ତିଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଶତାଧ#କ କଳାକାରମାନଙ୍କ ଦ୍ୱାରା ଓଡ଼ିଆ ପରମ୍ପରା
ଓ ଗ୍ରାମ୍ୟଜୀବନ ଉପରେ ଆଧାରିତ ନୃତ୍ୟନାଟିକା ପରିବେଷିତ ହୋଇଥ#ଲାା ଇଣ୍ଡିଆନ୍ ଆଇଡଲ ସୁଶ୍ରୀ
ଅନନ୍ୟା ନନ୍ଦ ଓ ସାରେଗାମା ଲିଟିଲ ଚ୍ୟାମ୍ପ ସତ୍ୟଜିତ୍ଙ୍କ ଦ୍ୱାରା ପରିବେଷିତ ସୁଲଳିତ କ=ସଂଗୀତ ଉପସ୍ଥିତ
୧୦ ହଜାରରୁ ଅଧ#କ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକଶିକ୍ଷୟିତ୍ରୀଙ୍କ ହୃଦୟ ଜିଣିଥ#ଲାା “ମୋ ସ୍କୁଲ’
ଅଭିଯାନ ଶୁଭାରମ୍ଭ ସମୟରେ ରାଜ୍ୟର ୨୦୦ରୁ ଅଧ#କ ବିଶିଷ୍ଟ ବ୍ୟକ୍ତି ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
ପଟ୍ଟନାୟକଙ୍କ ସହିତ ଉପସ୍ଥିତ ରହି ଏହି ଅଭିଯାନକୁ ଆଗକୁ ନେବା ପାଇଁ ସହଯୋଗର ପ୍ରତିଶ୍ରୁତି
ଦେଇଥ#ଲୋ ଶିଶୁଦିବସ ସମାରୋହର ସମସ୍ତ କାର୍ଯ୍ୟକ୍ରମ ୮ଟି ଏଲ୍ଇଡ଼ି ପରଦାରେ ଉତ୍ସବ ସ୍ଥଳରେ ଜୀବନ୍ତ
ପ୍ରଦର୍ଶିତ ହୋଇଥ#ଲାା
ରାଜ୍ୟସ୍ତରୀୟ ଶିଶୁଦିବସ ପାଳନ ସହ ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ
ମଧ୍ୟ ଶିଶୁଦିବସ ପାଳନ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପଦକ୍ଷେପ ନିଆଯାଇଥ#ଲାା
ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଅଂଶଗ୍ରହଣ କରିଥ#ବା ବେଳେ ପ୍ରତି ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲା
ସଦସରମହକୁମାରେ ଉତ୍ସବର ଆୟୋଜନ କରାଯାଇଥ#ଲାା ଏହି ଉତ୍ସବ ପାଳନ ସମୟରେ ରାଜ୍ୟସ୍ତରରେ
ପାଳନ କରାଯାଉଥ#ବା ଶିଶୁଦିବସ ସମାରୋହର ସିଧାସଳଖ ପ୍ରସାରଣ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ
ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ବାର୍ତ୍ତା ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ନିକଟରେ ପହଞ୍ଚା ଯାଇଥ#ଲାା
ରାଜ୍ୟସ୍ତରୀୟ ଶିଶୁଦିବସ ସମାରୋହକୁ ସଫଳ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ଆନୁକୂଲ୍ୟରେ ଗ୍ରହଣ କରାଯାଇଥ#ବା ବିଭିନ୍ନ ପଦକ୍ଷେପ ସହ ପଞ୍ଚାୟତିରାଜ, ସୂଚନା ଓ ଲୋକସଂପର୍କ,
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ପୂର୍ତ୍ତ, ସ୍ୱାସ୍ଥ୍ୟ, ଗୃହ ବିଭାଗ, ବିଏମ୍.ସି, ବିଡିଏ, ଶକ୍ତି, ନଗର
ଉନ୍ନୟନ ଆଦି ସହଯୋଗ କରିଥ#ବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତିା
ସୂର୍ଯ୍ୟ ରଞ୍ଜନ ମହାନ୍ତ

Share in top social networks!