ସାତକୋଶିଆ ସଂଲଗ୍ନ ଗ୍ରାମଗୁଡିକ ଅଭୟାରଣ୍ୟରୁ ବାଦ୍‍ ପାଇଁ ସ୍ଥାନୀୟ ଅଧିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ

ଏ ସଂପର୍କିତ ନିଷ୍ପତ୍ତିକୁ ବିଜ୍ଞପ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ: ଇକୋଟୁରିଜିମ୍‍ର ଭିତ୍ତିଭୂମିର ବିକାଶ ହେବ
DSC_0393
ଆଜି ସକାଳେ କଟକ ଜିଲ୍ଲା ନରସିଂହପୁର ବ୍ଲକର ସାତକୋଶିଆ ଅଭୟାରଣ୍ୟ ଅଧିବାସୀ ଯୋଡୁମପ୍ରଗଣା ଆଞ୍ଚଳିକ ଉନ୍ନୟନ ପରିଷଦର କର୍ମକର୍ତ୍ତା ସ୍ଥାନୀୟ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଗହଣରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ମାରକପତ୍ର ଦେଇ ଅଞ୍ଚଳର ଅଭୟାରଣ୍ୟ ତଥା ବ୍ୟାଘ୍ର ପ୍ରକଳ୍ପରେ ଅନ୍ତର୍ଭୁକ୍ତ ଗ୍ରାମଗୁଡିକୁ ବାଦ୍‍ ଦେବା ପାଇଁ ଚିହ୍ନଟ ଓ ବିଜ୍ଞପ୍ତି ପ୍ରକାଶ ପାଇଁ ଅନୁରୋଧ କରିଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ଏଥିପାଇଁ ନିଷ୍ପତ୍ତି ନିଆଯାଇଛି, ବିଜ୍ଞପ୍ତି ଓ ଚିହ୍ନଟକୁ
ତ୍ୱରାନ୍ୱିତ କରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି ।

ଏଥିସହ ଇକୋଟୁରିଜିମ୍‍ ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଆସିଥିବା ଆଞ୍ଚଳିକ କମିଟି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିବା ସହ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜଙ୍ଗଲ ପରିବେଶ ବିଭାଗ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ କମଳାଡିହ-ବାଲିପୁଟ ପର୍ଯ୍ୟଟନ କେନ୍ଦ୍ର ପାଇଁ ଟଙ୍କା ତକ୍ରାଳୀନ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ମଞ୍ଜୁର ହୋଇଥିଲେ ହେଁ ଅଭୟାରଣ୍ୟ ଓ ବ୍ୟାଘ୍ରାଞ୍ଚଳ ଯୋଗୁ ତାହା କାର୍ଯ୍ୟକାରୀ ହୋଇନପାରି ଟଙ୍କା ଫେରିଯାଇଥିଲା । ଏଥିପାଇଁ ଏବେ ପରିବର୍ତ୍ତିତ ସ୍ଥିତିରେ ଗ୍ରାମଗୁଡିକ ବାଦ୍‍ ପଡିବା ପାଇଁ ନିଷ୍ପତ୍ତି ହୋଇଥିବାରୁ ପରିବେଶ ଓ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ବିଧାୟକ ଶ୍ରୀ ମିଶ୍ର ଓ ଆଞ୍ଚଳିକ କମିଟି ଅନୁରୋଧ କରିଥିଲେ । ଏଥିପାଇଁ ୨ଟି ପର୍ଯ୍ୟାୟରେ ଟଙ୍କା ମଞ୍ଜୁରୀ ଓ କାର୍ଯ୍ୟକ୍ରମର
ରୂପରେଖ ତୁରନ୍ତ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ ।

ଅପରାହ୍ଣରେ ପ୍ରାୟ ୨ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ସାତକୋଶିଆ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳବାସୀଙ୍କ ଅସୁବିଧା ଯୋଗୁ କିଭଳି ଚିହ୍ନଟ ଓ ବିଜ୍ଞପ୍ତି ପ୍ରକ୍ରିୟା ହେବ ସେ ସଂପର୍କରେ ବିଭାଗୀୟ ସଚିବ ଶ୍ରୀ ମହାପାତ୍ର, ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ବିଷ୍ଟ,କଞ୍ଜରଭେଟର ଶ୍ରୀ ସୁଦର୍ଶନ ପଣ୍ଡା, ସ୍ୱତନ୍ତ୍ର ସଚିବ ଶ୍ରୀ ବିଶ୍ୱାଳ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସହ ସାତକୋଶିଆ ଗଣ୍ଡ ସଂଲଗ୍ନ ୫ଟି ପଞ୍ଚାୟତର ଆଞ୍ଚଳିକ କମିଟି ସହ ବିଧାୟକ ଶ୍ରୀ ମିଶ୍ରଙ୍କ ଉପସ୍ଥିତିରେ ବିସ୍ତୃତ ଆଲୋଚନା ହୋଇଥିଲା । ଚିହ୍ନଟ ଓ ବିଜ୍ଞପ୍ତିକୁ ଆଗାମୀ ୨/ ୩ ମାସ ମଧ୍ୟରେ ସାରିବା ପାଇଁ ବିଭାଗୀୟ ସଚିବ ପଦାଧିକାରୀଙ୍କୁ କହିଥିଲେ । ଇକୋଟୁରିଜିମ୍‍ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବା ଲାଗି
ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କଲା ପରେ ଏହାର ପ୍ରକ୍ରିୟା ତୁରନ୍ତ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା ।

ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନାରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ଯୋଡୁମ ଆଞ୍ଚଳିକ ଉନ୍ନୟନ ପରିଷଦ ସଭାପତି ଶ୍ରୀ ଶରତ ଖଟୁଆ, ସଂପାଦକ ଶ୍ରୀ ବୈକୁଣ୍ଠନାଥ ସାହୁ, ଉପଦେଷ୍ଟା ଶ୍ରୀ ଲଳିତ କୁମାର ଡାଳୁଆଙ୍କ ସମେତ ୧୫ଜଣ କର୍ମକର୍ତ୍ତା ମଣ୍ଡଳୀ ଭାଗ ନେଇଥିଲେ । ସାତକୋଶିଆ ଗଣ୍ଡ ସଂଲଗ୍ନ ଯୋଡୁମ ପ୍ରଗଣା ଅଞ୍ଚଳର ୨୭ଟି ଗ୍ରାମ ବାଦ୍‍ ଦିଆଯାଇଥିବା ନିଷ୍ପତ୍ତି ଏବଂ ମହାନଦୀ ବନ୍ଧ ଓ ମେଗା ଜଳସେଚନ, ପରିବେଶ ପର୍ଯ୍ୟଟନ ଭଳି ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ଯୋଡୁମପ୍ରଗଣା ଆଞ୍ଚଳିକ ଉନ୍ନୟନ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Share in top social networks!