ବିଜେପି ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରୁଛି, କେବଳ ବିରୋଧ ପାଇଁ ବିରୋଧ ବିଜେପିର ଅଭ୍ୟାସରେ ପରିଣତ: BJD

23435210_1481469661939417_8542680808452159618_nଭାରତୀୟ ଗଣତନ୍ତ୍ରରେ ବିରୋଧୀ ଦଳର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ରାଜ୍ୟରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ବିଜେପି ସେ ମର୍ଯ୍ୟାଦାର ସୀମା ଉଲ୍ଲଂଘନ କରୁଛି । କେବଳ ବିରୋଧ ପାଇଁ ବିରୋଧ ବିଜେପିର ଅଭ୍ୟାସରେ ପରିଣତ ହୋଇଯାଇଛି । ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ । ଏପରି କରିବା ଫଳରେ ବିଜେପି ରାଜ୍ୟ
ରାଜନୀତିରେ କ୍ରମଶଃ ଅପ୍ରାସଙ୍ଗିକ ହୋଇଯାଉଛି ।

ଶିଶୁ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ କିଛି କହିବା ପାଇଁ ଚାହିଁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ରହିଛି ବିପୁଳ ଅନୁଭବ, ଅନୁଭୂତି ଓ ଉପଲବ୍ଧି । ଦେଶ ତଥା ଜାତିର ଭବିଷ୍ୟତ ଏବଂ ଆସନ୍ତାକାଲିର ନାଗରିକମାନଙ୍କୁ ମୁଖ୍ୟମନ୍ତ୍ରୀ କିଛି ବାର୍ତ୍ତା ଦେବା ପାଇଁ ଚାହୁଁଛନ୍ତି । ଏହା ନିଶ୍ଚିତ ରୂପେ ମୁଖ୍ୟମନ୍ତ୍ରୀଙ୍କର ମହାନୁଭବତା । ଏଥିରୁ ଲକ୍ଷ
ଲକ୍ଷ ଶିଶୁ ପ୍ରେରଣା ପାଇବେ, ମାର୍ଗଦର୍ଶନ ପାଇବେ ଏବଂ ସେମାନେ ହିଁ ଓଡ଼ିଶାର ଆସନ୍ତାକାଲିକୁ ନିର୍ମାଣ କରିବେ । ମୁଖ୍ୟମନ୍ତ୍ରୀଙ୍କର ଏଭଳି ଯୁଗାନ୍ତକାରୀ ନିଷ୍ପତ୍ତିକୁ ସ୍ୱାଗତ କରିବା ପରିବର୍ତ୍ତେ ବିଜେପି ଏହାକୁ ବିରୋଧ କରି ହୀନମାନ୍ୟତାର ପରିଚୟ ଦେଇଛି ।

ଏହି ଦଳକୁ ସରକାରଙ୍କ ସବୁ ଭଲ କାର୍ଯ୍ୟରୁ ରାଜନୀତିର ଗନ୍ଧ ବାରୁଛି । ଅଯଥାରେ ସଜ ମାଛରେ ପୋକ ପକାଇଲା ଭଳି ବିଜେପିର ଆଚରଣ ଆଦୌ ଲୋକଙ୍କ ଦ୍ୱାରା ଗ୍ରହଣୀୟ ହେବନାହିଁ । ମୁଖ୍ୟମନ୍ତ୍ରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାରେ ହତୋତ୍ସାହିତ ହୋଇ ବିଜେପି ଏଭଳି କରୁଥିବା ସ୍ପଷ୍ଟ ଜଣାପଡୁଛି । ଓଡ଼ିଶାବାସୀ ଜାଣନ୍ତି, ନବୀନ ପଟ୍ଟନାୟକ କିଏ ଏବଂ ତାଙ୍କର ଯେ ବିକଳ୍ପ ନାହିଁ ଏହା ସର୍ବଜନବିଦିତ । ବିଜେପି ଓଷଦ ବିକଳରେ ତାଟିଆ କାମୁଡ଼ୁଛୁ । ଆଗାମୀ ଦିନରେ ବିଜେପିର ଏଭଳି ଲୋକବିରୋଧୀ କାର୍ଯ୍ୟକ୍ରମକୁ ଠିକଣା ସମୟରେ ଜନସାଧାରଣ ଉଚିତ୍‍ ଜବାବ ଦେବେ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

Share in top social networks!