ଏସ୍.ଟି., ଏସ୍.ସି. ହଷ୍ଟେଲ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ମାଝୀଙ୍କ ନିର୍ଦ୍ଦେଶ

ଆଜି ପୂର୍ବାହ୍ନରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ବିଭାଗୀୟ ହଷ୍ଟେଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ପ୍ରଗତି ଉପରେ ସମୀକ୍ଷା କରିଥ#ଲେ । ଏହି ସମୀକ୍ଷା ବୈଠକରେ ବିଭାଗ ଦ୍ୱାରା ପ୍ୟାନେଲ୍ଭୁକ୍ତ ଛଅଗୋଟି ଏଜେନ୍ସୀର ପ୍ରତିନିଧ#ମାନେ ଯୋଗଦାନ କରିଥ#ଲେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବିଭିନ୍ନ ଯୋଜନାର ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ଥ#ବା ଏହି ସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥ#ଲେ ।
ଏହି ସମୀକ୍ଷା ବୈଠକରେ ମୁଖ୍ୟତଃ ୪ଟି ପ୍ରସଙ୍ଗ ଅନେ୍ୱଷା ହଷ୍ଟେଲ, ଆକାଂକ୍ଷା, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ହଷ୍ଟେଲ ନିର୍ମାଣ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥ#ଲା । ଅନେ୍ୱଷା ଯୋଜନା ମାଧ୍ୟମରେ ଆଥ#ର୍କ ଦୁର୍ବଳ ଶ୍ରେଣୀର ଏସ୍.ଟି, ଏସ୍.ସି. ବର୍ଗର ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ସର୍ବୋତ୍ତମ ଶିକ୍ଷାଦାନ ପ୍ରଦାନ କରାଯାଉଛି । ଏହି ଯୋଜନାରେ ଅଦ୍ୟାବଧ# ୧୩,୪୪୦ଜଣ ଛାତ୍ରଛାତ୍ରୀ ଓଡ଼ିଶାର ୧୭ଟି ଜିଲ୍ଲାର ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ୨୫୦ଟି ହଷ୍ଟେଲ ନିର୍ମାଣଧୀନ ଅଛି । ପ୍ରତି ହଷ୍ଟେଲ ବାବଦରେ ୭୫ଲକ୍ଷ ଅର୍ଥାତ୍ ୧୮୭.୫୦କୋଟି ଟଙ୍କା ବ୍ୟୟ କରାଯାଉଛି । ଏହି ହଷ୍ଟେଲଗୁଡ଼ିକର ନିର୍ମାଣ କାର୍ଯ୍ୟ ୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥ#ଲେ ।
ଆକାଂକ୍ଷା ଯୋଜନାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଯୋଗାଇ ଦେବା ନିମନ୍ତେ ୫୦୦ ଶଯ୍ୟା ବିଶିଷ୍ଟ ୨ଟି ହଷ୍ଟେଲ ପୋଖରୀପୁଟ ଓ କଳିଙ୍ଗ ବିହାରଠାରେ ରହିଛି । ଅବଶିଷ୍ଟ ୪ଟି ହଷ୍ଟେଲ (ରାଉରକେଲା ଓ ବ୍ରହ୍ମପୁର)ଠାରେ ସମ୍ପୂର୍ଣ୍ଣ ଅତିଶୀଘ୍ର ସମ୍ପୂର୍ଣ୍ଣ କରାଯିବ ଓ ହଷ୍ଟେଲ ନିର୍ମାଣ ବାବଦରେ ସମୁଦାୟ ୯୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଥ#ଲେ । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥ#ବା ୧୩ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଏସ୍.ଟି, ଏସ୍.ସି. ବର୍ଗର ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଉ ୧୪ଟି ହଷ୍ଟେଲର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥ#ଲେ । ଏହି ହଷ୍ଟେଲ ନିର୍ମାଣ ବାବଦରେ ହଷ୍ଟେଲ ପିଛା ୧୨ କୋଟି ଅର୍ଥାତ୍ ସମୁଦାୟ ୧୬୮ କୋଟି ବ୍ୟୟ କରାଯିବ ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ନିମନ୍ତେ ନବୋଦୟ ଢ଼ାଞ୍ଚାରେ କଳିଙ୍ଗ ଆବାସିକ ବିଦ୍ୟାଳୟରେ ୧୦ଟି ହଷ୍ଟେଲ ମଧ୍ୟରୁ ୮ଟିର ନିର୍ମାଣ କାର୍ଯ୍ୟ ସରିଥ#ବା ବେଳେ ୨ଟି ଖୁବ୍ ଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥ#ଲେ । ଏହି କଳିଙ୍ଗ ଆବାସିକ ହଷ୍ଟେଲର ପ୍ରତ୍ୟେକ କୋଠାର ନିର୍ମାଣ ବାବଦରେ ଏକ କୋଟି ହିସାବରେ ୧୨ କୋଟି ଟଙ୍କା ବ୍ୟୟ ହେବ । ସମୁଦାୟ ହଷ୍ଟେଲ ନିର୍ମାଣ ବାବଦରେ ୫୬୫.୫୦ କୋଟି ବ୍ୟୟ ହେବ ବୋଲି ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଆଜିର ସମୀକ୍ଷା ବୈଠକରେ ପ୍ରକାଶ କରିଥ#ଲେ ।

Share in top social networks!