୧୬ରେ ପେଟ୍ରୋକେମିକାଲ ଇନଭେଷ୍ଟର୍ସ୍ କନ୍କ୍ଲେଭ ୨୦୧୭

Curtain Raiser Press-Meet-by-IOCL-for-Petrochemical Investors Conclave 2017 on November 16_Pic-2ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତତ୍ୱାବଧାନରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ୧୬ ନଭେମ୍ବର, ୨୦୧୭ରେ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ପେଟ୍ରୋକେମିକାଲ୍ସ ଇନଭେଷ୍ଟର୍ସ୍ କନ୍କ୍ଲେଭ ଆୟୋଜନ କରିବାକୁ ଯାଉଛି ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀକୁ ଇଣ୍ଡିଆନ ଅଏଲର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ଶ୍ରୀ ପ୍ରିତିଶ ଭରତ ସମ୍ବୋଧନ କରିଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ପେଟ୍ରୋକେମିକାଲର ମୁଖ୍ୟ ପ୍ରବନ୍ଧକ ସୁଜୟ ଚୈାଧୁରୀ, ପାରାଦୀପ ରିଫାଇନରୀର କାର୍ଯ୍ୟନିର୍ବାହୀ ନିର୍ଦେଶକ ଜି.ଏସ୍. ସିଂ ଏବଂ ଇଣ୍ଡିଆନ ଅଏଲର ବରିÂ କର୍ମକର୍ତାମାନେ ଉପସ୍ଥିତ ଥିଲେ । ଏହି କନ୍କ୍ଲେଭର ମୁଖ୍ୟ ବିଷୟବସ୍ତୁ ହେଲା “ପୂର୍ବୋଦୟ- ପୂର୍ବ ଭାରତରେ ନୂଆ ପୁଞ୍ଜିନିବେଶ ସୁଯୋଗର ସୂର୍ଯେ୍ୟାଦୟ” ।
କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଏବଂକେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଛି । ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ରସାୟନ ଓ ସାର ମନ୍ତ୍ରାଳୟର ବରିÂ ଅଧିକାରୀ; ବିଭିନ୍ନ ତୈଳ ଏବଂ ଗ୍ୟାସ କ୍ଷେତ୍ରର କମ୍ପାନୀର ସିଇଓ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କନ୍କ୍ଲେଭରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ମନ୍ତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି ।
ଏହି କନ୍କ୍ଲେଭର ଉଦେ୍ଧଶ୍ୟ ହେଉଛି, ପୂର୍ବ ଭାରତରେ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଯୁବ ଉଦ୍ୟମୀମାନଙ୍କୁ ଉଜାଗର କରିବା ଏବଂ ପୂର୍ବ ଭାରତରେ ନିଜର ଉଦ୍ୟୋଗ ବିକଶିତ କରିବା ପାଇଁ ପ୍ରସ୍ତାବିତ ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ପାର୍କ ଏବଂ ବସ୍ତ୍ର (ଟେକ୍ସଟାଇଲ) ପାର୍କରେ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସାହାଯ୍ୟ କରିବା । ଆଗାମୀ ବର୍ଷରେ ପୂର୍ବ ଭାରତ ଏକ ଉଚ୍ଚବିକାଶସମ୍ପନ୍ନ ପଥ ନିର୍ଦ୍ଧାରଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରିସାରିଛି ଏବଂ ପ୍ଲାଷ୍ଟିକ ଏବଂ ଟେକ୍ସଟାଇଲ ଉଦ୍ୟୋଗର ବିକାଶ ପାଇଁ ବିଶାଳ କ୍ଷମତା ପ୍ରଦାନ କରିଛି । ଏହି ଉଦ୍ୟୋଗଗୁଡ଼ିକର ବହୁଳ ବିକାଶ ନିମନ୍ତେ ଆବଶ୍ୟକ ପ୍ରଚୁର କଂଚାମାଲକୁ ଉପଯୋଗ କରିବା ପାଇଁ ଏହି କ୍ଷେତ୍ରର ସମସ୍ତ କ୍ଷମତା ରହିଛି । ଏତଦ୍ବ୍ୟତୀତ ଏହା ବନ୍ଦର, ରେଳ ସଂଯୋଗ ଏବଂ ସଡ଼କପଥ ଭଳି ଆବଶ୍ୟକ ପୁରାତନ ଭିତିଭୂମି ସହିତ ଯୋଡ଼ି ହୋଇ ରହିଛି ଯାହା, ଏହି ଦୁଇଟି ଉଦ୍ୟୋଗର ଦ୍ରୂତ ବିକାଶକୁ ସହାୟତା ପ୍ରଦାନ କରିବ । ଏହି କନ୍କ୍ଲେଭ ଏହି ସାଧନ ଏବଂ ଲାଭର ଫାଇଦା ଉଠାଇବା ପାଇଁ କୁଶଳୀ ଶ୍ରମ ଶକ୍ତି ସହିତ ବିଭିନ୍ନ ପ୍ରକାରର ଉପାୟକୁ ଚିହ୍ନଟ କରିବ ଏବଂ ଏହାଦ୍ୱାରା ପୂର୍ବ ଭାରତର ଦ୍ରୁତ ବିକାଶ ନିମନ୍ତେ ପଥପ୍ରଦର୍ଶକ ହୋଇପାରିବ । ଏହି କନ୍କ୍ଲେଭ ମୁଖ୍ୟତଃ ସମ୍ଭାବ୍ୟ ପୁଞ୍ଜନିବେଶକାରୀଙ୍କ ନୀତି ନିର୍ଦ୍ଧାରକ, ଅଗ୍ରନୀ ବ୍ୟବସାୟୀ ଇବଂ ବିତୀୟ ସଂସ୍ଥାନ ତଥା ଯୋଗାଣ ଚେନ ପେଶାଦାର ଏବଂ ଶିକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ ଇନକ୍ୟୁବେଟରଙ୍କ ସହ ଆଲୋଚନା ପାଇଁ ଏକ ମଂଚ ପ୍ରଦାନ କରିବ । ସମ୍ଭାବ୍ୟ ନିବେଶକାରୀଙ୍କ ମନରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଆଲୋଚନା କରିବା ନିମନ୍ତେ ଏକ ସୁଗମ ନିବେଶକ ପ୍ରକୋÂ ନିର୍ମାଣ କରାଯାଉଛି । ଅତିଥିମାନଙ୍କ ନିମନ୍ତେ ଏହି କନ୍କ୍ଲେଭ ସ୍ଥାନରେ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି ।

Share in top social networks!