ନାଲ୍କୋ ଅଧ୍ୟକ୍ଷଙ୍କ ସହ କାନାଡ଼ାର ପ୍ରତିନିଧିଦଳଙ୍କ ସାକ୍ଷାତକାର

CMD with Canadian Teamକାନାଡ଼ାର ଶିଳ୍ପସଂସ୍ଥାଗୁଡ଼ିକର ଏକ ଉଚ୍ଚସ୍ତରୀୟ ବୈଷୟିକ ପ୍ରତିନିଧିମଣ୍ଡଳ ଅଗ୍ରଣୀ ଆଲୁମିନିୟମ୍ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ)ର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କୁ ଭୁବନେଶ୍ୱର ସ୍ଥିତ ଏହାର ନିଗମ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ । ନାଲ୍କୋର ଅଧ୍ୟକ୍ଷ ତଥା ସିଆଇଆଇ (ଓଡ଼ିଶା)ର ସଭାପତି ଭାବେ ଡଃ ଚାନ୍ଦ ଭୁବନେଶ୍ୱରର ସମସ୍ତ ଶିଳ୍ପସଂସ୍ଥା ତଥା ନାଲ୍କୋ ପକ୍ଷରୁ ଏହି ପ୍ରତିନିଧିଦଳଙ୍କୁ ସ୍ୱାଗତ କରିଥିଲେ ।
କୁ୍ୟବେକ୍ ଷ୍ଟେଟ୍ସର କାନାଡ଼ିଆନ୍ କନ୍ସୁ୍ୟଲେଟ୍ ଜେନେରାଲ୍ର ଟ୍ରେଡ୍ କମିଶନର୍ ରୂପାଲୀ ସାଭେଙ୍କ ନେତୃତ୍ୱରେ ଉପସଭାପତି, ବିଜ୍ନେସ୍ ଡେଭେଲପ୍ମେଣ୍ଟ ଶ୍ରୀ କେଭିନ୍ ୱିଲିଅମ୍ସ, ଆଲୁକୁ୍ୟବେକ୍ ସଭାପତି ମ୍ୟାରୀ ଲାପଏଣ୍ଟି ଏବଂ ଷ୍ଟାସ୍ ଇଙ୍କ୍ର ବିଜନେସ୍ ଡେଭେଲପ୍ମେଣ୍ଟ ମ୍ୟାନେଜର୍ ଶ୍ରୀ ଫ୍ରାଙ୍କଏସ୍ ମୋଜୁ୍ୟ ନାଲ୍କୋ ଗସ୍ତ କରି ଉପôାଦକତା ବୃଦ୍ଧି ନିମନ୍ତେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଏବଂ ନୂତନ ଉପାୟ ଅବଲମ୍ବନ ଦ୍ୱାରା ବ୍ୟୟ ହ୍ରାସ ସମ୍ବନ୍ଧରେ ଡଃ ଚାନ୍ଦ ଏବଂ ନାଲ୍କୋର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ଅବସରରେ ପ୍ରତିନିଧିମଣ୍ଡଳଙ୍କୁ ପ୍ରସ୍ତାବିତ ଅନଗୁଳ ଆଲୁମିନିୟମ୍ ପାର୍କ୍ରେ ଯୌଥ ଉଦ୍ୟମରେ ଆନୁଷଙ୍ଗିକ ଶିଳ୍ପ ପ୍ରତିÂା ପାଇଁ ସୁଯୋଗ ବିଷୟରେ ଆଲୋଚନା କରାଯାଇଥିଲା । ଏ ସମ୍ପର୍କରେ ପ୍ରତିନିଧିଦଳ ସକାରାତ୍ମକ ପ୍ରତିକ୍ରିୟା ପ୍ରଦାନ କରିଥିଲେ ଏବଂ ଏହି ସାକ୍ଷାତକାରକୁ ସଫଳ ବୋଲି ବିବେଚନା କରିଥିଲେ । ଏକ ଶ୍ରେÂ ପ୍ରଦର୍ଶନକାରୀ ଭାବେ ନାଲ୍କୋର ଅଭିବୃଦ୍ଧି, ପୁଞ୍ଜିନିବେଶ ଯୋଜନା, କୋଇଲା ଓ ବକ୍ସାଇଟ୍ ଖଣି ଅଧିଗ୍ରହଣ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଅଧ୍ୟକ୍ଷ ଡଃ ଚାନ୍ଦଙ୍କୁ ଏହି ପ୍ରତିନିଧିଦଳ ପ୍ରଶଂସା କରିଥିଲେ । ନଭେମ୍ବର ୧୧ ତାରିଖରେ ଏହି ପ୍ରତନିଧିଦଳ ଅନଗୁଳ ସ୍ଥିତ କମ୍ପାନୀର ସ୍ମେଲ୍ଟର୍ ପ୍ରକଳ୍ପଦ୍ଧ୍ ଗସ୍ତ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ନବରତ୍ନ ନାଲ୍କୋ ଦେଶର ଅନ୍ୟତମ ଅଗ୍ରଣୀ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଭାବେ ମାନ୍ୟତା ଲାଭ କରିଛି ଏବଂ ନିକଟରେ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ନୂତନ ବ୍ୟବସାୟିକ ମଡେଲ୍ ମଧ୍ୟ ପ୍ରସ୍ତୁତ କରିଛି । ଆନ୍ତର୍ଜାତୀୟ ସ୍ତରରେ ଏକ ଅନ୍ୟତମ ଆଲୁମିନିୟମ୍ ଉପôାଦକ ଭାବେ ପ୍ରତିଷ୍ଟା ଲାଭ କରିବା ପାଇଁ କମ୍ପାନୀ ନିରବଚ୍ଛିନ୍ନ ଉଦ୍ୟମ କରୁଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତରେ ମୁଣ୍ଡ ପିଛା ଆଲୁମିନିୟମ୍ ବ୍ୟବହାର କେବଳ ୨.୨ କିଲୋଗ୍ରାମ୍ ହୋଇଥିବା ବେଳେ ବିଶ୍ୱ ସ୍ତରରେ ଏହା ହାରାହାରି ୭ କିଲୋଗ୍ରାମ୍ ଏବଂ ଚୀନ୍ରେ ୨୦ କିଲୋଗ୍ରାମ୍ ଅଟେ । ଆଲୁମିନିୟମ୍ ଉପଯୋଗ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି ଏବଂ ଆଗାମୀ ୨ ରୁ ୩ ବର୍ଷ ମଧ୍ୟରେ ଏହାର ବ୍ୟବହାର ବାର୍ଷିକ ୩.୨ ନିୟୁତ ଟନ୍ରୁ ୮ ନିୟୁତ ଟନ୍କୁ ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ନୂତନ ଭାରତ ଅଭିଯାନ ଅଧୀନରେ ସ୍ମାର୍ଟ୍ ସିଟୀ, ବୁଲେଟ୍ ଟ୍ରେନ୍, ସମସ୍ତ ଗୃହକୁ ବିଦୁ୍ୟତ ଶକ୍ତି, ଶକ୍ତି ମିତବ୍ୟୟୀ ଅଟୋମୋବାଇଲ୍, ଆଲୁମିନିୟମ୍ ୱାଗନ୍ ପ୍ରସ୍ତୁତି ଆଦି ଭଳି ପ୍ରକଳ୍ପ ଭାରତରେ ଆଲୁମିନିୟମ୍ ବ୍ୟବହାର ପରିସରକୁ ଆହୁରି ବ୍ୟାପକ କରିବ ।

Share in top social networks!