ବିଜେପି କୃଷକ ମୋର୍ଚ୍ଚା କେନ୍ଦ୍ରୀୟ ପ୍ରତିନିଧି ଦଳର ୪ ଦିନିଆ ଓଡିଶା ଗସ୍ତ

ଚାଷୀକୂଳକୁ ରାଜ୍ୟ ସରକାର ଉପେକ୍ଷା ପ୍ରଦର୍ଶନ କରୁଛନ୍ତି : କେନ୍ଦ୍ରୀୟ ପ୍ରତିନିଧି ଦଳ

01
ରାଜ୍ୟରେ ଚାଷୀମାନଙ୍କ ଅବସ୍ଥା ସଂଗୀନ । ପୂର୍ବରୁ ବର୍ଷାଭାବ କାରଣରୁ ଫସଲ ନଷ୍ଟ ହୋଇଥିବାବେଳେ ବର୍ତମାନ ଚକଡା ପୋକ କାରଣରୁ ଫସଲ ହାନୀ ହୋଇଛି । ମାତ୍ର ବର୍ତମାନ ସୁଦ୍ଧା ରାଜ୍ୟ ସରକାର କୈାଣସି ବିହିତ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏପରିକି ଫସଲହାନୀ କାରଣରୁ ନିରାଶ ହୋଇ ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ସମବେଦନା ମଧ୍ୟ ଜଣାଇ ନାହାନ୍ତି । କୃଷି ଶିଳ୍ପ ପ୍ରତି ଆଦୈା ଆନ୍ତରିକତା ନଥିବା ରାଜ୍ୟ ସରକାର ଚାଷୀମାନଙ୍କୁ ସମସ୍ତ କ୍ଷେତ୍ରରେ ଉପେକ୍ଷା କରୁଛନ୍ତି ବୋଲି ଗସ୍ତ ସମୟରେ ଚାଷୀମାନେ ଅଭିଯୋଗ କରିଥିବାର ବିଜେପି କେନ୍ଦ୍ରୀୟ ଦଳ ପ୍ରମୁଖ ତଥା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ପି. ସୁଗ୍ନାକର ରାଓ କହିଛନ୍ତି ।
ଶ୍ରୀ ରାଓ କହିଛନ୍ତି ଯେ, ଚାଷୀଟିଏ ଚାଷ ପାଇଁ ଏକର ପ୍ରତି ୨୫ରୁ ୩୦ହଜାର ଟଙ୍କା ଖର୍ଚ୍ଚ କରୁଥିବାବେଳେ କୀଟନାଶକ େଓ÷ାଷଧ ପାଇଁ ୬ରୁ ୭ ହଜାର ଟଙ୍କା ଖର୍ଚ୍ଚ କରୁଛି । ମାତ୍ର ଏହା ନକଲି ହୋଇଥିବା କାରଣରୁ ସଠିକ କାର୍ଯ୍ୟକାରୀ ହୋଇପାରିଲା ନାହିଁ ଏବଂ ପୋକ ନିୟନ୍ତ୍ରଣରେ ବିଫଳ ହେଲା । କୀଟନାଶକ େଓ÷ାଷଧ ବେପାରୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକଂପା ପ୍ରଦର୍ଶନ କାରଣରୁ ଏଭଳି ଘଟଣା ଘଟିଲା ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଶ୍ରୀ ରାଓ କହିଛନ୍ତି ।
ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ ଶାହାଙ୍କ ନିଦେ୍ର୍ଧଶ ଏବଂ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଆଗ୍ରହରେ କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟର ମରୁଡି ଓ ଚକଡା ପୋକ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ । ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ପି.ସୁଗ୍ନାକର ରାଓଙ୍କ ନେତୃତ୍ୱରେ ଗତ ୧୦ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଥିବା ଏହି ପ୍ରତିନିଧି ଦଳରେ ସାଂସଦ ଶ୍ରୀ ଓମ୍ ପ୍ରକାଶ ଯାଦବ ଓ ଶ୍ରୀମତୀ ସାବିତ୍ରି ଠାକୁର, ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ, ରାଷ୍ଟ୍ରୀୟ ସଂପାଦକ ଡ.ଶମ୍ଭୁ କୁମାର ଏବଂ ଆନ୍ଧ୍ରପ୍ରଦେଶ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତିରୁପତି ରାଓ ପ୍ରମୁଖ ରାଜ୍ୟର ୯ଟି ଜିଲ୍ଲାର ୩୬ଟି ବିଭିନ୍ନ ସ୍ଥାନକୁ ଯାଇ ମରୁଡି ଓ ଚକଡା ପୋକ ଯୋଗୁଁ ଜନିତ ଫସଲହାନୀ ସଂପର୍କରେ କ୍ଷତିଗ୍ରସ୍ତ ଚାଷୀ ପରିବାରଙ୍କୁ ଭେଟି ଆଲୋଚନା କରିଥିଲେ ।
ଏହି ଅବସରରେ ଏହି ପ୍ରତିନିଧି ଦଳ ସହିତ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି, ରାଜ୍ୟ ସଂଯୋଜକ ଅମରେଶ୍ୱର ମିଶ୍ର ଏବଂ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସମୀର ପାତ୍ର ଉପସ୍ଥିତ ରହି ସହେଯାଗ କରିଥିଲେ ।
ଏହି ଅନୁଧ୍ୟାନକାରୀ ଦଳ ଗତ ୧୦ ତାରିଖରୁ ବରଗଡ ଜିଲ୍ଲାରୁ ଗସ୍ତ ଆରମ୍ଭ କରି ନୂଆପଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୈାଦ୍ଧ, ଗଂଜାମ, ନୟାଗଡ ତଥା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ନଷ୍ଟ ହୋଇଥିବା ଫସଲକୁ ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତ ଚାଷୀ ପରିବାରବର୍ଗଙ୍କୁ ଭେଟି ଆଲୋଚନା କରିଥିଲେ ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓଙ୍କ ସମେତ ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟ ଶ୍ରୀ ମହେଶ୍ୱର ସାହୁ, ଆନ୍ଧ୍ରପ୍ରଦେଶ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ତିରୁପତି ରାଓ ଏବଂ ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!