ବାଲିଯାତ୍ରା ଅବସରରେ ରେଡ଼କ୍ରସ ସ୍ୱେଚ୍ଛାସେବୀମାନଙ୍କର ସଫେଇ କାର୍ଯ୍ୟକ୍ରମ ।

IMG-20171113-WA0056 ପରିବେଶକୁ ସଫାରଖିବା ଆମ ସମସ୍ତଙ୍କର ଦାୟିତ୍ୱ । କିନ୍ତୁ ବିଗତ ବାଲିଯାତ୍ରାରେ ପ୍ରତ୍ୟେକ ଦିନ କୁଢ କୁଢ ଜମା ହେଉଥବା ଅଳିଆକୁ ସଫାକରିବାକୁ ଆଗେଇ ଆସିଥିଲେ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସ୍ୱେଚ୍ଛାସେବୀମାନେ । ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ଏହି ସ୍ୱେଚ୍ଛାସେବୀମାନେ ହାତରେ ଝାଡୁ , ଝୁଡି ଧରି ବାଲିଯାତ୍ରାର ଉପର ପଠା ଓ ତଳ ପଠାର ପଡିଆକୁ ସଫାକରିଥିଲେ ଏବଂ କଟକ ମହାନଗର ନିଗମକୁ ସଫେଇ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ ।

ଗତ ୮ଦିନ ବ୍ୟାପି ଚାଲିଥିବା ଐତିହାସିକ ବାଲିଯାତ୍ରାରେ ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ପକ୍ଷରୁ ସ୍ାନୀୟ ବାଲିଯାତ୍ରା ପଡିଆରେ ୩ ଗୋଟି ପ୍ରାଥମିକ ଚିକିସôା ଶିବିର ଖୋଲାଯାଇ ୪୦୦ରୁ ଉର୍ଦ୍ଧ ଅହାତ ମାନଙ୍କୁ ଷ୍ଟେଚର ସେବା ଓ ପ୍ରାଥମିକ ଚିକିସôା ଯୋଗାଇ ଦିଆଯାଇଥିଲା । କେନ୍ଦ୍ରୀୟ ରକ୍ତ ଭଣ୍ଡାର କଟକର ସହାୟତାରେ ରକ୍ତ ବର୍ଗୀକରଣ ଶିବିର ଖୋଲାଯାଇ ରକ୍ତ ବର୍ଗୀକରଣ କରାଯାଇଥିଲା ଏବଂ ରକ୍ତଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏତଦ୍ ବ୍ୟତୀତ ସ୍ୱେଚ୍ଛାସେବୀମାନଙ୍କଦ୍ୱାରା ରେଡ଼କ୍ରସ ଋଜ୍ଞଭକ୍ଷରଜ୍ଞ ସଚେତନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ଜ୍ଞାନବ୍ରତ ମହାନ୍ତି ଓ ଯୁଗ୍ମ ସଚିବ ମେଜର ଡ଼ଃ କଳ୍ପନା ଦାସଙ୍କ ତତ୍ୱାବଧାନରେ ଉକ୍ତ ୭ ଦିବସୀୟ ସାମାଜିକ ସେବା ଶିବିରରେ ୨୦ ଗୋଟି ମହାବିଦ୍ୟାଳୟରୁ ପ୍ରାୟ ୨୫୦ ଜଣ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ, ପରାମର୍ଶଦାତା ଓ ଆଜୀବନ ସଦସ୍ୟ, ସଦସ୍ୟାମାନେ ଯୋଗ ଦେଇ ଏହି ସବୁ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ଶୀ୍ର ଚନ୍ଦନ କୁମାର ମହାନ୍ତି, ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଆଇନ ପରାମର୍ଶଦାତା ଉକ୍ତ ୭ ଦିବସୀୟ ସାମାଜିକ ସେବା ଶିବିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Share in top social networks!