ମଧ୍ୟାହ୍ନ ଭୋଜନ ପରିଚାଳନା ସଂପର୍କିତ ଜାତୀୟ କର୍ମଶାଳା

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ମଧ୍ୟାହ୍ନ ଭୋଜନ ପରିଚାଳନା ସଂପର୍କିତ ଏକ ଜାତୀୟ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛିା ଏହି ଦୁଇଦିନିଆ କର୍ମଶାଳାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ବଦି୍ରନାରାୟଣ ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରି ମଧ୍ୟାହ୍ନ ଭୋଜନରେ ପ୍ରତି ପିଲାଙ୍କ ପାଇଁ ଖର୍ଚ୍ଚ ହେଉଥ#ବାର ପରିମାଣ ବୃଦ୍ଧି କରିବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତିା ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଷମ ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତିା ଏହା ସହିତ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି, ତଦାରଖ ଓ ଆକଳନ ବ୍ୟବସ୍ଥା ସଂପର୍କିତ ବ୍ୟୟବରାଦ ଏବଂ ମଧ୍ୟାହ୍ନ ଭୋଜନର ସୁବିଧାସୁଯୋଗ ସରକାରୀ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ପାଠ ପଢ଼ୁଥ#ବା ଗରିବ ଛାତ୍ରଛାତ୍ରୀଙ୍କ ଏବଂ ବେସରକାରୀ ବିଦ୍ୟାଳୟ ଯଥା -ସରସ୍ୱତୀ ଶିଶୁମନ୍ଦିର ଓ ବିବେକାନନ୍ଦ ସ୍କୁଲ ଇତ୍ୟାଦିରେ ପାଠ ପଢ଼ୁଥ#ବା ଯୋଗ୍ୟ ବିବେଚିତ ପିଲାମାନଙ୍କ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତିା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ମହାପାତ୍ର ତାଙ୍କ ସ୍ୱାଗତ ଭାଷଣରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଇଥ#ବା ଅଭିନବ ପଦକ୍ଷେପ ଯଥା: ଏସ୍ଏମ୍ଏସ୍ ଜରିଆରେ ତଦାରଖ, ମଧ୍ୟାହ୍ନ ଭୋଜନ କଣ୍ଡିଜେନ୍ସି ପ୍ଲାନ୍, ମଲଫି ଟ୍ୟାପ୍ ମଲଫି କ୍ୟାପ୍ ବ୍ୟବସ୍ଥା, କ୍ଷୁଦ୍ର ହସ୍ତପ୍ରକ୍ଷାଳନ କେନ୍ଦ୍ର, ଓଡ଼ିଶା ମଧ୍ୟାହ୍ନ ଭୋଜନ ନିୟମ-୨୦୧୬, ଖାଦ୍ୟ ନିରାପତ୍ତା ଭତ୍ତା ଆବଣ୍ଟନ, ଚାଉଳ ସଂରକ୍ଷଣ ଏବଂ ଅଖ#ଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥା ଏବଂ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନ୍ସିଲର ସନ୍ଦର୍ଭ ସଂପର୍କରେ ଆଲୋକପାତ କରିଥ#ଲୋ ସେ ମଧ୍ୟ ସମସ୍ତ ପ୍ରତିନିଧ#ମାନଙ୍କୁ ପାକଶାଳା, ଭୋଜନାଗାର, ମଧ୍ୟାହ୍ନ ଭୋଜନରେ ନିଅଣ୍ଟିଆ ଖର୍ଚ୍ଚ ପରିମାଣ ସମ୍ବନ୍ଧୀୟ ସମସ୍ୟାକୁ କିପରି ମୁକାବିଲା କରିହେବ ସେ ସଂପର୍କରେ ମତାମତ ଦେବା ପାଇଁ ଅନୁରୋଧ କରିଥ#ଲୋ
ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରାଳୟର ନିର୍ଦ୍ଦେଶକ(ମଧ୍ୟାହ୍ନ ଭୋଜନ) ଶ୍ରୀ ବିଜୟ ଭାସ୍କର ଗୁରାଲା ଏବଂ ଅନ୍ୟ ୬ ଜଣ ସହଯୋଗୀ ଏହି କର୍ମଶଳାରେ ଯୋଗ ଦେଇଛନ୍ତିା ଆଣ୍ଡାମାନ ନିକୋବର, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ଆସାମ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ତେଲେଙ୍ଗାନା, ତି୍ରପୁରା, ସିକିମ୍, ଲାକ୍ଷାଦ୍ୱୀପ, ଓଡ଼ିଶା, ପଣ୍ଡିଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ପୁଷ୍ଟିସାଧନ ଓ ମଧ୍ୟାହ୍ନ ଭୋଜନ ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଥ#ବା ନିର୍ଦ୍ଦେଶକ ଓ ପ୍ରତିନିଧ#ମାନେ ମଧ୍ୟ ଏହି କର୍ମଶଳାରେ ଯୋଗଦେଇଛନ୍ତିା
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ମଧ୍ୟାହ୍ନ ଭୋଜନର ରାଜ୍ୟ ନୋଡାଲ ଅଫିସର ଶ୍ରୀ ଗଙ୍ଗାଧର ସାହୁ ସମସ୍ତ ପ୍ରତିନିଧ#ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କେନ୍ଦ୍ରୀୟ ପାକଶାଳା ଏବଂ ନିକଟସ୍ଥ ସ୍କୁଲମାନଙ୍କୁ ଯାଇ ଓଡ଼ିଶାରେ କିଭଳି ଭାବେ ମଧ୍ୟାହ୍ନ ଭୋଜନ ପରିଚାଳନା ବ୍ୟବସ୍ଥା ସଫଳ ହୋଇଛି ତାହା ଅନୁଧ୍ୟାନ କରିବାକୁ ଅନୁରୋଧ କରିଥ#ଲୋ

Share in top social networks!