ନଭେମ୍ବର ୧୬ରେ ଭୁବନେଶ୍ୱରଠାରେ ପେଟ୍ରୋକେମିକାଲ ଇନଭେଷ୍ଟର୍ସ୍ କନ୍କ୍ଲେଭ ୨୦୧୭

Curtain Raiser Press-Meet-by-IOCL-for-Petrochemical Investors Conclave 2017 on November 16_Pic-1 ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ତତ୍ୱାବଧାନରେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ୧୬ ନଭେମ୍ବର, ୨୦୧୭ରେ ଭୁବନେଶ୍ୱରସ୍ଥିତ ହୋଟେଲ ମେ’ ଫେୟାର କନ୍ଭେନ୍ସନଠାରେ ପ୍ରଥମ ଥର ପାଇଁ ପେଟ୍ରୋକେମିକାଲ୍ସ ଇନଭେଷ୍ଟର୍ସ୍ କନ୍କ୍ଲେଭ ଆୟୋଜନ କରିବାକୁ ଯାଉଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀକୁ ଇଣ୍ଡିଆନ ଅଏଲର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ ଶ୍ରୀ ପ୍ରିତିଶ ଭରତ ସମ୍ବୋଧନ କରିଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ପେଟ୍ରୋକେମିକାଲର ମୁଖ୍ୟ ପ୍ରବନ୍ଧକ ଶ୍ରୀ ସୁଜୟ ଚୈାଧୁରୀ, ପାରାଦୀପ ରିଫାଇନରୀର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ଜି.ଏସ୍. ସିଂ ଏବଂ ଇଣ୍ଡିଆନ ଅଏଲର ବରିÂ କର୍ମକର୍ତାମାନେ ଉପସ୍ଥିତ ଥିଲେ ।
ଏହି କନ୍କ୍ଲେଭର ମୁଖ୍ୟ ବିଷୟବସ୍ତୁ ହେଲା “ପୂର୍ବୋଦୟ- ପୂର୍ବ ଭାରତରେ ନୂଆ ପୁଞ୍ଜିନିବେଶ ସୁଯୋଗର ସୂର୍ଯେ୍ୟାଦୟ” ।
ମାନନୀୟ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଏବଂ ମାନନୀୟ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ପାଇଁ ଆମନ୍ତ୍ରିତ କରାଯାଇଛି ।
ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ରସାୟନ ଓ ସାର ମନ୍ତ୍ରାଳୟର ବରିÂ ଅଧିକାରୀ; ବିଭିନ୍ନ ତୈଳ ଏବଂ ଗ୍ୟାସ କ୍ଷେତ୍ରର କମ୍ପାନୀର ସିଇଓ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କନ୍କ୍ଲେଭରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ମନ୍ତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି ।
ଏହି କନ୍କ୍ଲେଭର ଉଦେ୍ଧଶ୍ୟ ହେଉଛି, ପୂର୍ବ ଭାରତରେ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଯୁବ ଉଦ୍ୟମୀମାନଙ୍କୁ ଉଜାଗର କରିବା ଏବଂ ପୂର୍ବ ଭାରତରେ ନିଜର ଉଦ୍ୟୋଗ ବିକଶିତ କରିବା ପାଇଁ ପ୍ରସ୍ତାବିତ ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ପାର୍କ ଏବଂ ବସ୍ତ୍ର (ଟେକ୍ସଟାଇଲ) ପାର୍କରେ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସାହାଯ୍ୟ କରିବା ।
ଆଗାମୀ ବର୍ଷରେ ପୂର୍ବ ଭାରତ ଏକ ଉଚ୍ଚବିକାଶସମ୍ପନ୍ନ ପଥ ନିର୍ଦ୍ଧାରଣ କରିବା ପାଇଁ ନିଜକୁ ପ୍ରସ୍ତୁତ କରିସାରିଛି ଏବଂ ପ୍ଲାଷ୍ଟିକ ଏବଂ ଟେକ୍ସଟାଇଲ ଉଦ୍ୟୋଗର ବିକାଶ ପାଇଁ ବିଶାଳ କ୍ଷମତା ପ୍ରଦାନ କରିଛି । ଏହି ଉଦ୍ୟୋଗଗୁଡ଼ିକର ବହୁଳ ବିକାଶ ନିମନ୍ତେ ଆବଶ୍ୟକ ପ୍ରଚୁର କଂଚାମାଲକୁ ଉପଯୋଗ କରିବା ପାଇଁ ଏହି କ୍ଷେତ୍ରର ସମସ୍ତ କ୍ଷମତା ରହିଛି । ଏତଦ୍ବ୍ୟତୀତ ଏହା ବନ୍ଦର, ରେଳ ସଂଯୋଗ ଏବଂ ସଡ଼କପଥ ଭଳି ଆବଶ୍ୟକ ପୁରାତନ ଭିତିଭୂମି ସହିତ ଯୋଡ଼ି ହୋଇ ରହିଛି ଯାହା, ଏହି ଦୁଇଟି ଉଦ୍ୟୋଗର ଦ୍ରୂତ ବିକାଶକୁ ସହାୟତା ପ୍ରଦାନ କରିବ । ଏହି କନ୍କ୍ଲେଭ ଏହି ସାଧନ ଏବଂ ଲାଭର ଫାଇଦା ଉଠାଇବା ପାଇଁ କୁଶଳୀ ଶ୍ରମ ଶକ୍ତି ସହିତ ବିଭିନ୍ନ ପ୍ରକାରର ଉପାୟକୁ ଚିହ୍ନଟ କରିବ ଏବଂ ଏହାଦ୍ୱାରା ପୂର୍ବ ଭାରତର ଦ୍ରୁତ ବିକାଶ ନିମନ୍ତେ ପଥପ୍ରଦର୍ଶକ ହୋଇପାରିବ ।
ଏହି ଅଦ୍ୱିତୀୟ କନ୍କ୍ଲେଭରେ ନିମ୍ନଲିଖିତ ବିଷୟ ଉପରେ ବ୍ୟାପକ ଭାବେ ଆଲୋକପାତ କରାଯିବ ଯାହା ଯୁବ ଉଦ୍ୟମୀ / ଷ୍ଟାର୍ଟଅପ୍ ପାଇଁ ଅନେକ ମାତ୍ରାରେ ସାହାଯ୍ୟ କରି ପାରିବ ।
• ପଲିମର/ବସ୍ତ୍ର ମଧ୍ୟବର୍ତୀର ବିଶ୍ୱସ୍ତରୀୟ ଏବଂ ଭାରତୀୟ ଦୃଷ୍ଟିକୋଣ
• ପୂର୍ବ ଭାରତର ପେଟ୍ରୋକେମିକାଲ୍ସ କ୍ଷମତା
• ପୂର୍ବ ଭାରତରେ ପ୍ଲାଷ୍ଟିକ ପାର୍କ ଏବଂ ବସ୍ତ୍ର (ଟେକ୍ସଟାଇଲ) ପାର୍କ ଉପରେ ବିଶେଷ ଧ୍ୟାନ ଦେବା ସହିତ ଡାଉନଷ୍ଟ୍ରିମ ନିବେଶ ସୁଯୋଗ ।
• ପେଟ୍ରୋ ରସାୟନ ମଧ୍ୟବର୍ତୀ ମୂଲ୍ୟ ଶୃଙ୍ଖଳାରେ ପରିଯୋଜନା ଅନ୍ତର୍ଗତ ଅର୍ଥଶାସ୍ତ୍ର ।
• ଉଦ୍ୟୋଗପତି ଏବଂ ଷ୍ଟାର୍ଟଅପ୍ ପାଇଁ ଅନନ୍ୟ ବିତୀୟ ଯୋଜନା
• ସଫଳ ଉଦ୍ୟୋଗୀଙ୍କ ଦ୍ୱାରା ଅନୁଭବ ବାଂଟିବା
• ପ୍ରୋସôାହନ ଯୋଗାଉଥିବା ବିଭିନ୍ନ ସରକାରୀ ଏଜେନ୍ସୀ, ଯାନ୍ତ୍ରିକ ପ୍ରକ୍ରିୟାର ବିବରଣୀ ଏବଂ ଅନ୍ୟାନ୍ୟ
ଏହି କନ୍କ୍ଲେଭ ମୁଖ୍ୟତଃ ସମ୍ଭାବ୍ୟ ପୁଞ୍ଜନିବେଶକାରୀଙ୍କ ନୀତୀ ନିର୍ଦ୍ଧାରକ, ଅଗ୍ରନୀ ବ୍ୟବସାୟୀ ଇବଂ ବିତୀୟ ସଂସ୍ଥାନ ତଥା ଯୋଗାଣ ଚେନ ପେଶାଦାର ଏବଂ ଶିକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ ଇନକ୍ୟୁବେଟରଙ୍କ ସହ ଆଲୋଚନା ପାଇଁ ଏକ ମଂଚ ପ୍ରଦାନ କରିବ । ସମ୍ଭାବ୍ୟ ନିବେଶକାରୀଙ୍କ ମନରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଆଲୋଚନା କରିବା ନିମନ୍ତେ ଏକ ସୁଗମ ନିବେଶକ ପ୍ରକୋÂ ନିର୍ମାଣ କରାଯାଉଛି । ଅତିଥିମାନଙ୍କ ନିମନ୍ତେ ଏହି କନ୍କ୍ଲେଭ ସ୍ଥାନରେ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି ।
ପେଟ୍ରୋକେମିକାଲ୍ସ- ପୂର୍ବ ଭାରତ ନିମନ୍ତେ ଏକ ସୂର୍ଯେ୍ୟାଦୟ ଶିଳ୍ପ
ପେଟ୍ରୋକେମିକାଲ୍ସ କ୍ଷେତ୍ର ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ର ଯେପରିକି, ବସ୍ତ୍ର ପ୍ରସ୍ତୁତି ନିମନ୍ତେ କଂଚାମାଲ୍, ଗୃହ ନିର୍ମାଣ, ଭିତିପ୍ରସ୍ତର ସ୍ଥାପନ, ଆସବାବପତ୍ର, ଅଟୋମୋବାଇଲ୍ସ, ଘରୋଇ ଉପକରଣ, ଖେଳନା, କୃଷି, ଉଦ୍ୟାନ କୃଷି, ସିଚଂନ, ପ୍ୟାକେଜିଙ୍ଗ ଠାରୁ ନେଇ ମେଡିକାଲ ଉପକରଣ ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ନିମନ୍ତେ ଆବଶ୍ୟକ ।
ପେଟ୍ରୋକେମିକାଲ୍ସ ଶିଳ୍ପର ଅଗ୍ରଗତି ନିମନ୍ତେ ସମସ୍ତ କ୍ଷମତା ଥିବା ରାଜ୍ୟ ହେଉଛି ଓଡିÿଶା । ଓଡିଶା ଯୁବ ଉଦ୍ୟୋଗିମାନଙ୍କୁ ପୁଞ୍ଜିନିବେଶ ନିମନ୍ତେ ସୁଯୋଗ, ଯୁବକମାନଙ୍କ ନିମନ୍ତେ ରୋଜଗାରର ପନ୍ଥା ଏବଂ ପ୍ଲାଷ୍ଟିକ ଶିଳ୍ପ ସହ ଜଡିତ ସମସ୍ତ ଆନୁଷଙ୍ଗିକ ଶିଳ୍ପସଂସ୍ଥାର ଅଗ୍ରଗତି ନିମନ୍ତେ ସୁଯୋଗ ଯୋଗାଇଦେବ ।
ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ, ପାରାଦୀପ ଅଂଚଳ ହେଉଛି ସର୍ବୋକôୃଷ୍ଟ । ରାଷ୍ଟ୍ରାୟତ ଉଦ୍ୟୋଗ ଇଣ୍ଡିଆନ ଅଏଲ ପକ୍ଷରୁ ୩୫,୦୦୦ କୋଟି ଟଙ୍କା ବିନିମୟରେ ପାରାଦୀପଠାରେ ବାର୍ଷିକ୧୫ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ରିଫାଇନରୀ କାର୍ଯ୍ୟକ୍ଷମ ହୋଇସାରିଛି ।
ପ୍ଲାଷ୍ଟିକ ଶିଳ୍ପକୁ ସହାୟତା ଯୋଗାଇଦେବା ନିମନ୍ତେ, ପାରାଦୀପ ରିଫାଇନରୀଠାରେ ୭୦୦ କେଟିଏ (ବାର୍ଷିକ କିଲୋ ଟନ୍) କ୍ଷମତା ବିଶିଷ୍ଟ ପଲିପ୍ରୋପିଲିନ ୟୁନିଟ୍ ଖୁବ ଶିଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ୩,୧୫୦ କୋଟି ଟଙ୍କା ଆକଳନ ବିଶିଷ୍ଟ ପ୍ଲାଂଟ୍ ୨୦୧୮ ରେ କାର୍ଯ୍ୟକ୍ଷମ ହେବ ।
ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଶିଳ୍ପ କ୍ଷେତ୍ରରେ ସ୍ୱତନ୍ତ୍ର ପୁଞ୍ଜିନିବେଶକୁ ଆକôୃଷ୍ଟ ଓ ପ୍ରଚାର କରିବା ପାଇଁ ଅନୁକୂଳ ବ୍ୟବସାୟ ପରିବେଶ ସୃଷ୍ଟି କରିବା ନିମନ୍ତେ, ପାରାଦୀପଠାରେ ଇଣ୍ଡିଆନ ଅଏଲ ସହ, ଦୀର୍ଘକାଳୀନ ଭିତିରେ ଏକ ପେଟ୍ରୋଲିୟମ, କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ପୁଞ୍ଜିନିବେଶ ଅଂଚଳ (ପିସିପିଆଇଆର୍) ନିର୍ମାଣ କରାଯାଉଛି ।
ବର୍ତମାନ, ଭାରତରେ ମୁଣ୍ଡ ପିଛା ପ୍ଲାଷ୍ଟିକ୍ ବ୍ୟବହାର ହେଉଛି ହାରାହାରି ୧୦ କେଜି ଯାହାକି ବିଶ୍ୱସ୍ତରୀୟ ବ୍ୟବହାର ହାରଠାରୁ (ପ୍ରାୟ ୩୨ କେଜି) କମ୍ ରହିଛି । ଜୀବନ ଶୈଳୀର ମାନ ପରିବର୍ତନ ସଙ୍ଗେସଙ୍ଗେ ବସ୍ତ୍ର, ଗୃହ, ଆସବାବପତ୍ର, ଅଟୋମୋବାଇଲ୍ସ ଏବଂ ଘରୋଇ ଉପକରଣ କ୍ରୟ ମଧ୍ୟ ବୃଦ୍ଧି ପାଇଛି ଯାହାକି ଭାରତରେ ପଲିମର୍ ବ୍ୟବହାର ଚାହିଦାରେ ବୃଦ୍ଧି ଘଟାଉଛି ।
କଂଚାମାଲର ବିପୁଳ ସମ୍ଭାର ଏବଂ କୁଶଳୀ ମାନବ ସମ୍ବଳର ଉପଲବ୍ଧତା ହେତୁ ପେଟ୍ରୋକେମିକାଲ୍ସ, ପଲିମର ଏବଂ ବସ୍ତ୍ର ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ନିମନ୍ତେ ପୂର୍ବ ଭାରତ ହେଉଛି ଏକ ଉଦୀୟମାନ ଲକ୍ଷ୍ୟସ୍ଥଳ ।

Share in top social networks!