ଭିଭୋ ପକ୍ଷରୁ ଭିଭୋ ଭି-୭ ପ୍ଲସ୍ ସ୍ମାର୍ଟଫୋନ୍ର ବଜାର ପ୍ରବେଶ

Blue 1ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଆଜି ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୭ ପ୍ଲସ୍ର ବ୍ଲୁ ରଙ୍ଗର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏଥିରେ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏହାର ମୂଲ୍ୟ ୨୧.୯୯୦ ଟଙ୍କା ରହିଛି । ଗ୍ରାହକ ଏହାର ପ୍ରି-ବୁକ୍ ନଭେମ୍ବର ୧୦ ତାରିଖ ଠାରୁ ଆମାଜନ୍ରେ କରିପାରିବେ । ନଭେମ୍ବର ୧୫ ତାରିଖ ଠାରୁ ଏହା ଷ୍ଟୋର୍ରେ ଉପଲବ୍ଧ ହେବ । ଏହା ବଜାରରେ ଚ୍ୟାମ୍ପାଜେନ୍ ଗୋଲ୍ଡ ଏବଂ ମାଟେ ବ୍ଲାକ୍ ରଙ୍ଗରେ ଉପଲବ୍ଧ ହେଉଛି ।

ଏହି ଅବସରରେ ଭିଭୋ ଇଣ୍ଡିଆର ମୁଖ୍ୟ ବିପଣନ ଅଧିକାରୀ ଶ୍ରୀ କେନ୍ନି ଜେଙ୍ଗ୍ କହିଲେ, “ ଭି-୭ ପ୍ଲସ୍ ସ୍ମାର୍ଟଫୋନ୍ର ବ୍ଲୁ ରଙ୍ଗର ବଜାର ପ୍ରବେଶ ସହିତ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ଏହି ନୂତନ ସ୍ମାର୍ଟଫୋନ୍ ନୂତନ ବେଂଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ ।”

ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୨ ରାଜ୍ୟର ୪୦୦ରୁ ଅଧିକ ସହରରେ କମ୍ପାନୀର ୪୦୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମୁ୍ୟଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଥିବାବେଳେ ୨୦୧୬ ଏବଂ ୨୦୧୭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରୋତ୍ସାହକ ଥିଲା । ଆଗାମୀ ୫ ବର୍ଷ ଧରି ଏହା ପ୍ରୋତ୍ସାହକ ଭାବେ କାର୍ଯ୍ୟ କରିବ । ସେହିପରି ୨୦୧୭ରେ ଏହା ପ୍ରୋ କବାଡିର ୫ ବର୍ଷିଆ ପ୍ରୋତ୍ସାହକ ଅଧିକାର ହାସଲ କରିଛି । ବିଶ୍ୱସ୍ତରରେ ଏହା ୨୦୧୮ ଏବଂ ୨୦୨୨ ଫିଫା ବିଶ୍ୱକପ୍ର ପ୍ରୋତ୍ସାହକ ଭାବେ କାର୍ଯ୍ୟ କରିବ ।

Share in top social networks!
Powered By Indic IME