ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ, ବିକାଶର ସବୁ କ୍ଷେତ୍ରରେ ଅଛି ଶ୍ରମିକର ସଫଳ ଅବଦାନ: ମୁଖ୍ୟମନ୍ତ୍ରୀ

ସବୁ ଅଣସଂଗଠିତ ଶ୍ରମିକଙ୍କୁ ମିଳିବ ପରିଚୟପତ୍ର ଓ ମହିଳାମାନଙ୍କୁ ସ୍ୱତନ୍ତ୍ର ସାମାଜିକ ନିରାପତ୍ତା ବ୍ୟବସ୍ଥା
DSC_0240
ଆଜି ପୂର୍ବାହ୍ଣରେ ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟର ପ୍ରଥମ ରାଜ୍ୟ ସମ୍ମିଳନୀ ଭୁବନେଶ୍ୱର ଠାରେ ଅନୁÂିତ ହୋଇଯାଇଛି । ଏହି ସମ୍ମିଳନୀକୁ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆନୁÂାନିକ ଭାବେ ଉଦ୍‍ଘାଟନ କରିଥିଲେ । ୩୦ଟି ଜିଲ୍ଲାରୁ ୭ ହଜାରରୁ ଊଦ୍ଧ୍ୱର୍ ପ୍ରତିନିଧି ଓ ମହିଳା ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।
ସମ୍ମିଳନୀକୁ ଉଦ୍‍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ଉଦ୍‍ବୋଧନରେ କହିଥିଲେ, ବିଜୁ ଶ୍ରମିକ
ସାମ୍ମୁଖ୍ୟର ଏହି ସୁନ୍ଦର କାର୍ଯ୍ୟକ୍ରମକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି । ଶ୍ରମ ଶକ୍ତି, ଦେଶର ସବୁଠାରୁ ବଡ଼ ଶକ୍ତି । ଗ୍ରାମ ଠାରୁ ସହର
ପର୍ଯ୍ୟନ୍ତ, ବିକାଶର ସବୁ କ୍ଷେତ୍ରରେ ଅଛି ଶ୍ରମିକର ସଫଳ ଅବଦାନ । କୋଣାର୍କ ଠାରୁ କଳିଙ୍ଗ ଷ୍ଟାଡିୟମ୍‍ ପର୍ଯ୍ୟନ୍ତ ଏବଂ ରେଳ ରୋଡ୍‍,
ଟେଲିକମ୍‍ ନେଟ୍‍ୱାର୍କ, ହୀରାକୁଦ ବନ୍ଧ, ସଚିବାଳୟ ଓ ବିଧାନସଭା ସବୁଥିରେ ରହିଛି ଶ୍ରମିକ ଭାଇଙ୍କର କୁଶଳୀ ହାତ ।
ବିଜୁ ଜନତା ଦଳ ଶ୍ରମିକମାନଙ୍କୁ ସମ୍ମାନ ଦିଏ । ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କରି ବିଜୁବାବୁ ସାରା ଦେଶରେ ଇତିହାସ ସୃଷ୍ଟି
କରିଥିଲେ । ବିଜୁବାବୁ ଥିଲେ ଶ୍ରମିକମାନଙ୍କର ଶ୍ରେÂ ବନ୍ଧୁ ।
ଓଡ଼ିଶାର ବିକାଶରେ ଶ୍ରମିକମାନଙ୍କ ଗୁରୁତ୍ୱକୁ ମୁଁ ସବୁବେଳେ ଅନୁଭବ କରେ । ବିଜୁ ଜନତା ଦଳ ଶ୍ରମିକମାନଙ୍କ ସାଥୀରେ
ସବୁବେଳେ ରହିଆସିଛି ଓ ରହିଥିବ । ଶ୍ରମିକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ବହୁତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।
ଶ୍ରମିକମାନଙ୍କ ପାଇଁ ଘର, ପିଲାମାନଙ୍କ ପଢ଼ିବା ଓ ବାହାଘର ପାଇଁ ସହାୟତା, ପେନ୍‍ସନ୍‍, ମାଇଗ୍ରେସନ୍‍ ରୋକିବା ପାଇଁ ଆକ୍ସନ୍‍
ପ୍ଲାନ୍‍ ଏବଂ ଆହୁରି ଅନେକ ପଦକ୍ଷେପ ନିଆଯାଇଛି । ଶ୍ରମିକମାନଙ୍କ ପାଇଁ ପକ୍କା ଘର ଓ ସହରରେ ଭଡ଼ା ଘର ଯୋଗାଇ ଦିଆଯାଇଛି ।
ଏହା ସମଗ୍ର ଦେଶରେ ଆଦର୍ଶ ପାଲଟିଛି ।
ଆମର ସବୁ ଅଣସଂଗଠିତ ଶ୍ରମିକ, ଘରୋଇ କାର୍ଯ୍ୟରେ ସହାୟତା କରୁଥିବା ଲୋକଙ୍କ ଠାରୁ ଆରମ୍ଭ କରି ପରିବହନ କର୍ମଚାରୀ,
ବିକ୍ରେତା ଆଦି ସବୁ ମଜଦୁରଙ୍କୁ ଶୀଘ୍ର ପରିଚୟପତ୍ର ଦିଆଯିବ । ସମସ୍ତଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯିବ ।
ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସାମାଜିକ ନିରାପତ୍ତା ବ୍ୟବସ୍ଥା କରାଯିବ । ବିଜୁ ଜନତା ଦଳ
କଥା ନୁହେଁ, କାମରେ ବିଶ୍ୱାସ କରେ । ଆପଣମାନଙ୍କ ଅଧିକାର ଓ ହକ୍‍ର ସୁରକ୍ଷା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ।
ଏହି ସମ୍ମିଳନୀକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହ ଅଧ୍ୟକ୍ଷତା କରିଥିଲେ । ସଂଗଠନର ମହାସଚିବ
ଶ୍ରୀ ସୁବାସ ସିଂହ ରିପୋର୍ଟ ଉପସ୍ଥାପନ କରି କହିଲେ ଯେ ଏହି ସଂଗଠନ ଓଡ଼ିଶାର ଦେଢ଼କୋଟି ଅସଂଗଠିତ ଶ୍ରମିକଙ୍କ କଲ୍ୟାଣ ପାଇଁ
କାର୍ଯ୍ୟ କରିବ ।
ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟ
ଈଓଔଟ ଔଇଘଇଞଇ ଊଇଖ ଖଇଈଙଟଜ ୠଜଙଘଞ
ଛrଗ୍ଦ. ଘକ୍ଟ. ୬ଜ-୩, ଟଦ୍ଭସଗ୍ଧ-ଠଓ, ଈଷଙ୍କଭବଦ୍ଭରଗ୍ଦଙ୍ଗବr (ଙୟସଗ୍ଦଷବ)
ବିଜୁ ଜନତା ଦଳ ଶ୍ରମିକ ସାମ୍ମୁଖ୍ୟ
ଈଓଔଟ ଔଇଘଇଞଇ ଊଇଖ ଖଇଈଙଟଜ ୠଜଙଘଞ
ଛrଗ୍ଦ. ଘକ୍ଟ. ୬ଜ-୩, ଟଦ୍ଭସଗ୍ଧ-ଠଓ, ଈଷଙ୍କଭବଦ୍ଭରଗ୍ଦଙ୍ଗବr (ଙୟସଗ୍ଦଷବ)
ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ଶ୍ରମଜୀବୀ ଲୋକଙ୍କ ପାଇଁ ଆସ୍ଥା ଓ ବିଶ୍ୱାସ ଆଧାରରେ କାର୍ଯ୍ୟ କରିବା ସଂଗେ ସଂଗେ ସେମାନଙ୍କୁ
ସଂଗଠିତ କରାଇବାରେ ପ୍ରୟାସ ଚଳାଇ ରଖିବ ବୋଲି ସଂଗଠନର ଉପଦେଷ୍ଟା ତଥା କଟକ-ବାରବାଟୀ ବିଧାୟକ ଦେବାଶିଷ
ସାମନ୍ତରାୟ କହିଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଏହି ସମ୍ମିଳନୀରେ ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା
ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ । ସମଗ୍ର ଦେଶ ଓ ଆମ ରାଜ୍ୟରେ ଅସଂଗଠିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ କୌଣସି କେନ୍ଦ୍ରୀୟ
ଯୋଜନା ଓ ବ୍ୟୟବରାଦ କରାଯାଇନାହିଁ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁ ସ୍ତରର ଅସଂଗଠିତ ଶ୍ରମିକଙ୍କ କଲ୍ୟାଣ ପାଇଁ
ବହୁ ଯୋଜନା ଘୋଷଣା କରିଛନ୍ତି କରିଛନ୍ତି ଶ୍ରୀ ସାମଲ କହିଥିଲେ ।
ବିଧାୟକ ସର୍ବଶ୍ରୀ ପ୍ରତିରଞ୍ଜନ ଘଡ଼ାଇ, ସୀମର ରଞ୍ଜନ ଦାସ, ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ ପାଢ଼ୀ, ଲଳିତ
ନାୟକ, ରାଜେନ୍ଦ୍ର ଦାସ, ପୂର୍ବତନ ବିଧାୟକ ଅନୁପ ସାଏ, ଶ୍ରୀମତୀ ସଂଯୁକ୍ତା ମହଲ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଏହି ସଂଗଠନକୁ
ରାଜ୍ୟବ୍ୟାପୀ ଗଢ଼ିତୋଳିବାକୁ ଆହ୍ୱାନ ଦେଇଥିଲେ ।
ଶତାଧିକ ପଞ୍ଜିକୃତ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହିତ ସାମିଲ ହୋଇଥିଲେ । ମଞ୍ଚରେ
ସଂଗଠନର ଉପ-ସଭାପତି ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ଯୁଗଳ ନାୟକ, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ,
ସୁରେନ୍ଦ୍ର କୁମାର ସ୍ୱାଇଁ, ସଚ୍ଚିନ୍ଦ୍ର ଦାସ, ଅରୁଣ ସ୍ୱାଇଁ, ଅମୃତ ଦାସ, ଗୋଲକ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ସଭାପତି ଭାବେ ରାଜେନ୍ଦ୍ର ପ୍ରସାଦ ସିଂହ,
ଉପ-ସଭାପତି ଭାବେ ଅନୁପ ସାଏ, ଯୁଗଳ କିଶୋର ନାୟକ, ଲଳିତ ନାୟକ, ପଞ୍ଚାନନ ସେନାପତି, ଅନନ୍ତ ନାରାୟଣ ଜେନା,
ବୈଦ୍ୟନାଥ ଦାସ, ପ୍ରଶାନ୍ତ ପାଢ଼ୀ, ଅମୃତ ଦାସ, ସଚ୍ଚିନ୍ଦ୍ର ଦାସ, ମହାସଚିବ ଭାବେ ସୁବାସ ସିଂହ, ସଂପାଦକ ଭାବେ ରାଜେନ୍ଦ୍ର ଦାସ,
ସଂଯୁକ୍ତା ମହଲ, ସୁରେନ୍ଦ୍ର କୁମାର ସ୍ୱାଇଁ, ଦିଲ୍ଲୀପ କୁମାର କର, ପ୍ରଦୀପ ମିଶ୍ର, ହେମନ୍ତ ନାୟକ, ଗୋଲକ ଚନ୍ଦ୍ର ନାୟକ, ପ୍ରଶାନ୍ତ
ସେଠୀ, ଅରୁଣ କୁମାର ସ୍ୱାଇଁ, ପ୍ରମୋଦ କୁମାର ସାହୁ, ପ୍ରଦୀପ ନାୟକ, ପ୍ରବୋଧ ରଥ, ଯୁଗ୍ମ ସଂପାଦକ ଭାବେ ଶ୍ରୀକାନ୍ତ ପଟ୍ଟନାୟକ,
ନଳିନୀ ତ୍ରିପାଠୀ, ବିଜୟ କୁମାର ମହାକୁଡ଼, ପ୍ରଦୁ୍ୟମ୍ନ ସାମଲ, କୋଷାଧ୍ୟକ୍ଷ ଭାବେ ତ୍ରିଲୋକ୍ୟ ବିହାରୀ ପଟ୍ଟନାୟକ, ଉପଦେଷ୍ଟା
ମଣ୍ଡଳୀରେ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରୀତିରଞ୍ଜନ ଘଡ଼ାଇ, ସମୀର ରଞ୍ଜନ ଦାଶ ଓ ପୂର୍ବତନ ବିଧାୟକ ସାରଦା ନାୟକଙ୍କୁ
ମନୋନୀତ କରାଯାଇଛି ।

Share in top social networks!