କଳାହାଣ୍ଡି ଶବର କପ୍ ବିଜେତା

20171112_174241
କଳାହାଣ୍ଡି ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ୩-୧ ଗୋଲ୍ରେ କଟକ ମଙ୍ଗଳା କ୍ଲବକୁ ପରାସ୍ତ କରି ବିଂଶତମ ଶବର କପ୍ ଫୁଟବଲ୍ ପ୍ରତିଯୋଗିତାର ବିଜେତା ହୋଇଛି । ପ୍ରତିଯୋଗିତାର ଆରମ୍ଭରୁ ଆୟୋଜକ ଶବର କ୍ରୀଡ଼ାସଂଘ, ପରେ ଭୁବନେଶ୍ୱର କ୍ଲବ ୭୩ ଓ ଶେଷରେ କଟକ ମଙ୍ଗଳା କ୍ଲବକୁ ପରାସ୍ତ କରି କଳାହାଣ୍ଡି ଦଳ ଏହି ସଫଳତା ପାଇଛି ।
ପ୍ରଥମାର୍ଦ୍ଧରେ ହିଁ ସବୁତକ ଗୋଲ୍ ହୋଇଥିଲା । କଟକ ଦଳ ପକ୍ଷରୁ ୮ମ ମିନିଟ୍ରେ ୮ ନମ୍ବର ଖେଳାଳୀ ବିଜୟ ଦାସ ପ୍ରଥମ ଗୋଲ୍ କରି ନିଜ ଦଳକୁ ୧-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ । କିନ୍ତୁ ପରେ ପରେ କଳାହାଣ୍ଡି ଦଳ ଘନଘନ ଆକ୍ରମଣ କରି ୩ ଗୋଲ୍ କରି କଟକ ଦଳକୁ ପଛକୁ ଠେଲି ଦେଇଥିଲେ । ୧୭ତମ ମିନିଟ୍ରେ କଳାହାଣ୍ଡିର ୬ ନମ୍ବର ଖେଳାଳୀ ପୀତବାସ କିଲୋ ଏକ ଗୋଲ୍ କରି ମ୍ୟାଚ୍ ସ୍ଥିତିକୁ ୧-୧ରେ ବରାବର କରିଥିଲେ । ପ୍ରତିଯୋଗିତାରେ ଭଲ ଖେଳ ପ୍ରଦର୍ଶନ କରିଥିବା କଳାହାଣ୍ଡିର ୧୪ନମ୍ବର ଖେଳାଳୀ ମନଜିତ୍ କିସାନ ୨୨ ତମ ଓ ୨୬ତମ ମିନିଟ୍ରେ ଲାଗ ଲାଗ ଗୋଲ୍ କରି ନିଜ ଦଳକୁ ବିଜୟ ମୁକୁଟ ପିନ୍ଧାଇଥିଲେ । ଦ୍ୱିତୀୟାର୍ଦ୍ଧରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଶିବପ୍ରସାଦ ଦାସ, ରଜତ ମଲ୍ଲିକ, ପ୍ରିୟବ୍ରତ ବାହିନୀପତି ଓ ଅଶୋକ କହଁର ।
ଖୋର୍ଦ୍ଧା ଜିଲ୍ଲା ଶବର କ୍ରୀଡ଼ାସଂଘ ଆନୁକୂଲ୍ୟରେ ରାଧାଚରଣପୁର ଖେଳପଡ଼ିଆରେ ଚାଲିଥିବା ଏହି ପ୍ରତିଯୋଗିତାର ପୁରସ୍କାର ବିରଣୀ ଉତ୍ସବରେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ. ଜଟଣୀର ପୂର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ ଅତିଥିଭାବେ ଯୋଗ ଦେଇଥିଲେ । କଳାହାଣ୍ଡି ଦଳକୁ ବିଜେତା ଟ୍ରଫି ସହ ନଗଦ୧୦ ହଜାର ଟଙ୍କା, ଉପବିଜେତା କଟକ ମଙ୍ଗଳା କ୍ଲବକୁ ଟ୍ରଫି ସହ ନଗଦ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କଳାହାଣ୍ଡି ଦଳର ମନଜିତ୍ କିସାନଙ୍କୁ ଶ୍ରେÂ ଖେଳାଳୀ, ଯଯାତି ମହାକୁଡ଼ଙ୍କୁ ଶ୍ରେÂ ଗୋଲ୍ରକ୍ଷକ ଓ କଟକ ଦଳର ସନାତନ ଲୋହାରଙ୍କୁ ଶ୍ରେÂ ରକ୍ଷଣଭାଗ ପୁରସ୍କାର ମିଳିଥିଲା । ପ୍ରଦୀପ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁÂିତ ଏହି ସଭାରେ ଶବର କ୍ରୀଡ଼ାସଂଘର ସମ୍ପାଦକ ବିଜୟ ନାୟକ, ବଚୁ ନାୟକ ଓ ଉପେନ୍ଦ୍ର ନାୟକ ପ୍ରମୁଖ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ ।

Share in top social networks!