ସର୍ବଭାରତୀୟ ଏଲ୍‍ଆଇସି କ୍ରୀଡା ପ୍ରତିଯୋଗିତା

IMG-20171111-WA0032
ଭାରତୀୟ ଜୀବନ ବୀମା ଭୁବନେଶ୍ୱର ଜୋନ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ଓ ପୂର୍ବତଟ ରେଳବାଇ ଷ୍ଟାଡ଼ିୟମରେ ଚାଲିଥିବା ସର୍ବଭାରତୀୟ ଏଲ.ଆଇ.ସି କ୍ରୀଡା ପ୍ରତିଯୋଗିତାର ତୃତୀୟ ଦିବସ ଖେଳ ଶେଷ ହୋଇଛି । ମହିଳା ଚେସ୍‍ରେ ଅଷ୍ଟମ ରାଉଣ୍ଡ ଖେଳ ଶେଷ ସୁଦ୍ଧା ୭.୫ ପଏଣ୍ଟ ସହ ସ୍ୱାତୀ ଘାଟେ ଏକକ ଅଗ୍ରଣୀ ହାସଲ କରିଥିବାବେଳେ ପୂର୍ବ ଜୋନରୁ ପ୍ରତିନିଧିତ୍ୱ କରୁଥିବା କୀରଣ ମନୀଷା ମହାନ୍ତି ୭ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପୁରୁଷ ୧୦ ହଜାର ମିଟର ଦୌଡରେ କାଳିଦାସ ହିରାଭେ ପ୍ରଥମ, ସନ୍ଦୀପ କୁମାର ଦ୍ୱିତୀୟ, ପି. ରାଜେଶ ତୃତୀୟ, ୪୦୦ମିଟର ଦୌଡରେ ଏ. ଯୋଗେଶ ନୂତନ ରେକର୍ଡ ସହ ପ୍ରଥମ, ଡି.ଏଲ ଜଡ୍‍ ଦ୍ୱିତୀୟ, ଜୟ କୁମାର ତୃତୀୟ, ୪୦୦ମିଟର ମହିଳା ଦୌଡରେ ମୋନିକା ଆଥରେ ପ୍ରଥମ, ଅଞ୍ଜୁ ଦ୍ୱିତୀୟ, ମାଧୁରୀ ଗୁରନୁଲେ ତୃତୀୟ, ପୁରୁଷ ଜାଭେଲିନ୍‍ ଥ୍ରୋରେ ସୁନୀଲ ଗୋସ୍ୱାମୀ ପ୍ରଥମ, ସମିଥ୍‍ ଡି. ସୁବର୍ଣ୍ଣା ଦ୍ୱିତୀୟ, ଦୀପୁ ଭର୍ଗେଶ ତୃତୀୟ, ମହିଳାରେ ଶାହେଜାହାନୀ ପ୍ରଥମ, ଗୁରୁମିତ୍‍ କୌର ଦ୍ୱିତୀୟ, ଆମ୍ବେ ଯାଦବ ତୃତୀୟ,୧୧୦ ମିଟର ପୁରୁଷ ହଡଲ୍ସରେ ଏ.ଯୋଗେଶ ପ୍ରଥମ,ଜେ. ମହେନ୍ଦ୍ର ରାଓ ଦ୍ୱିତୀୟ, ୧୦୦ମିଟର ମହିଳା ହଡଲ୍ସରେ ଟି. ରେଣୁକା ପ୍ରଥମ ସ୍ଥାନ ହାସଲ କରିଛନ୍ତି । ପୁରୁଷ ହାମର ଥ୍ରୋରେ ଦାନିଶର ଅକ୍ତାର ପ୍ରଥମ, ଶିଭମ ସିଂହ ଦ୍ୱିତୀୟ ଓ କେ. ସୂର୍ଯ୍ୟପ୍ରକାଶ ତୃତୀୟ, ମହିଳାରେ ଓ.ଆର. ସୋନମ ପ୍ରଥମ, ମୁଥୁ ସେଲ୍‍ଭି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ପୁରୁଷ ବିଭାଗ ବ୍ୟାଡମିଣ୍ଟନର ଫାଇନାଲ ଉତ୍ତର ଜୋନ୍‍ର ସିଦ୍ଧାର୍ଥ ଓ ପ୍ରେମ ସିଂହଙ୍କ ମଧ୍ୟରେ ଓ ମହିଳାରେ ଶ୍ରଦ୍ଧା ଶ୍ରୀବାସ୍ତବ ପଶ୍ଚିମ ଜୋନ୍‍ର ବରଦା ଦୀକ୍ଷିତଙ୍କ ମଧ୍ୟରେ ଖେଳାଯିବ । ଭଲିବଲ ଫାଇନାଲ କେନ୍ଦ୍ରାଞ୍ଚଳ ଓ ଦକ୍ଷିଣାଞ୍ଚଳ ମଧ୍ୟରେ ଖେଳାଯିବ ।

Share in top social networks!